Advertisment

ନବୀନ ନୁହେଁ ପାଣ୍ଡିଆନଙ୍କୁ ସମାଲୋଚନା କଲେ ଚିହିଁକି ଉଠୁଛି ବିଜେଡି

ଶ୍ରୀ ପାତ୍ର କହିଛନ୍ତି ଯେ, ଗତକାଲି(୧୩ତାରିଖ) ରାତି ୯ଟାରେ ଓଡ଼ିଶା ବିଜେପିର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ଅତ୍ୟନ୍ତ ଅରୁଚିକର କାର୍ଟୁନ ପ୍ରକାଶିତ ହୋଇଛି ।

BJD Office

BJD Office

Advertisment

ବିଜେଡିର ଏତେ ପରେ ବି ଦଳ ସୁଧୁରିବାର ନାଁ ଧରୁନି କି ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ କବଜାରୁ ମୁକୁଳିପାରୁନି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ପ୍ରକାଶିତ ଏକ ‘କାର୍ଟୁନ’ ଉପରେ ଚିହିଁକି ଉଠିଛି ବିଜେଡି । ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଆଜି ଏହି ‘କାର୍ଟୁନ୍‌’କୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

Advertisment

ଶ୍ରୀ ପାତ୍ର କହିଛନ୍ତି ଯେ, ଗତକାଲି(୧୩ତାରିଖ) ରାତି ୯ଟାରେ ଓଡ଼ିଶା ବିଜେପିର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ଅତ୍ୟନ୍ତ ଅରୁଚିକର କାର୍ଟୁନ ପ୍ରକାଶିତ ହୋଇଛି । ଯେଉଁଥିରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତ୍ୟନ୍ତ ଅରୁଚିକର, ନିମ୍ନମାନ ତଥା ଅପମାନସୂଚକ ଭାବେ ଦର୍ଶାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହାକୁ ବିଜେଡି କଡ଼ା ଭାଷାରେ ନିନ୍ଦା କରୁଛି । ଏହାସହିତ ବିଜେପିର ଶୀଷ ନେତୃତ୍ୱଙ୍କୁ ମଧ୍ୟ ଏନେଇ ସେ ପ୍ରଶ୍ନ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ଆପଣ ‘ବନ୍ଧୁ’ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହୁନଥିଲେ କି ବୋଲି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି । ଆପଣଙ୍କ ବନ୍ଧୁଙ୍କୁ ଆପଣଙ୍କର ଦଳର ରାଜ୍ୟ ଶାଖା କିଭଳି ଏଭଳି ଅପମାନଜନକ ଓ ଶସ୍ତା, ରୁଚିହୀନ ଟୀକାଟିପ୍ପଣୀ କରୁଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେପି ଓଡ଼ିଶାରେ ସୁଶାସନ ଦେବାକୁ ଚାହୁଁନି ଓ କେବଳ ଏକମାତ୍ର ଲକ୍ଷ୍ୟ ହେଉଛି କିଭଳି ତଳସ୍ତରକୁ ଯାଇ ନବୀନ ପଟ୍ଟନାୟକଙ୍କୁ ନିମ୍ନ କରି ଦେଖାଇପାରିବା । ତେଣୁ ଆମେ ଆଶା କରୁଛୁ, ଏଭଳି କାର୍ଯ୍ୟରୁ ବିରତ ରହିବା ପାଇଁ ପ୍ରଧାନମନ୍ତ୍ରୀ, ଜେପି ନଡ୍ଡା ଓଡ଼ିଶା ବିଜେପିକୁ କୁହନ୍ତୁ । ଆଉ ସୁଶାସନ ମାନେ ନୁହେଁ ଏପ୍ରକାର ଶସ୍ତା ରାଜନୀତି, ବରଂ ଓଡ଼ିଶାବାସୀଙ୍କ ବିକାଶ । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ସଠିକ୍ ଜବାବ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ଏହି କାର୍ଟୁନଟି ଓଡ଼ିଶା ବିଜେପିର ଫେସବୁକ ଓ ଏକ୍ସରେ ପ୍ରକାଶିତ ହୋଇଛି । “୨୦୧୫ରୁ ୨୬୭କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ” । ଶୀର୍ଷକ ଲେଖା ସହ ଏକ କାର୍ଟୁନ ପ୍ରକାଶିତ ହୋଇଛି ଯେଉଁଥିରେ ନବୀନ ଓ ପାଣ୍ଡିଆନଙ୍କୁ ‘ଆଳୁଖିଆ ଦାନବ’ ଭାବେ ଚିତ୍ରଣ କରାଯାଇଛି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ହିଁ ଏକମାତ୍ର ଦାୟୀ ବୋଲି ତଳଠୁ ଉପରଯାଏ ସମସ୍ତେ ଚର୍ଚ୍ଚା କରୁଥିଲେ ମଧ୍ୟ ଯେତେବେଳେ ବି ପାଣ୍ଡିଆନଙ୍କୁ ବିଜେପି ସମାଲୋଚନା କରିଛି ବିଜେଡିର କିଛି ହାତଗଣତି ନେତା(ପାଣ୍ଡିଆନଙ୍କ ଅନୁଗତ) ଆଗକୁ ଆସି ତାଙ୍କ ପାଇଁ ଓକିଲାତି ବାଢ଼ିବାକୁ ପଛାଇନାହାନ୍ତି । ବିଜେପିର କାର୍ଟୁନରେ ପାଣ୍ଡିଆନ ଥିବାରୁ ପାଣ୍ଡିଆନଙ୍କ ତୋଷାମଦକାରୀ ନେତା ଆଗକୁ ଆସି ଦଳ ତରଫରୁ କହି ନିନ୍ଦା କରିଥିବା ଜଣାପଡ଼ିଛି ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe