Advertisment

ଭାବବିହ୍ୱଳ ହେଲେ ସମୀର; ଟିକେଟ ପରିବର୍ତ୍ତନକୁ ନେଇ କରିବେ ଶକ୍ତି ପ୍ରଦର୍ଶନ

ନିମାପଡ଼ା ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Advertisment

ଅନୁଗତ ଓ କର୍ମୀଙ୍କୁ ଦେଖି ଭାବବିହ୍ୱଳ ହେଲେ ସମୀର ଦାଶ। ଟିକେଟ୍‌ କଟିବା ପରେ ନିମାପଡ଼ାରେ ଏକାଠି ହୋଇଥିଲେ ସମୀର ଦାଶଙ୍କ ସମର୍ଥକ। ତେବେ ନିମାପଡ଼ା ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସୂଚନାଯୋଗ୍ୟ, ଶନିବାର ଦିନ ନିଜ ସମର୍ଥକଙ୍କ ସହିତ ସମୀର ରଞ୍ଜନ ଦାଶ ଦଳ ନିକଟରେ ଟିକେଟ ପରିବର୍ତ୍ତନ ପାଇଁ ନିବେଦନ କରିବେ। ତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଜେଡି କିଛି ସ୍ଥାନରେ ତା’ର ପୂର୍ବ ନିଷ୍ପତ୍ତିକୁ ବଦଳାଇ ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ ତାଙ୍କ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳାଫଳ ଆସିବ ବୋଲି ଆଶା ରଖିଛନ୍ତି ସମୀର।

Advertisment
Odisha BjD Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe