ବିଜେଡି ହିଁ ବେଦାନ୍ତ ପାଇଁ ବ୍ୟାକୁଳ ଥିଲା, ସସ୍ମିତ ପାତ୍ର ହୋମୱାର୍କ କରନ୍ତୁ: ବିଜେପି

ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତିର ପର୍ଦ୍ଦାଫାଶ କରିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜବାବ୍ ରଖିଥିଲେ । ଏହା ପରେ ସସ୍ମିତ ବାବୁ କ୍ୟାମେରା ସାମ୍ନାକୁ ଆସି ଯେଉଁ ବିବୃତି ଦେଲେ, ତାହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।

Representative image

  • Published: Thursday, 13 April 2023
  • , Updated: 13 April 2023, 10:38 PM IST

ବେଆଇନ ଭାବେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମି ଦେବା ପ୍ରସଙ୍ଗରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜେ ହୋମୱାର୍କ କରନ୍ତୁ । ବେଦାନ୍ତକୁ ଜମି ଦେବା ପାଇଁ କିଏ ଚ୍ରକାନ୍ତ କରିଥିଲା ଓ ଶାସକ ବିଜେଡି କିଭଳି ନୀତିନିୟମକୁ ଜଳାଞ୍ଜଳି ଦେଇଥିଲା ତାହା ଜାଣିପାରିବେ । ଆଉ ସେଭଳି ନକରି ଶ୍ରୀ ପାତ୍ର ଚୋର ମଚାଏ ସୋର୍‌ର ପ୍ରାକ୍ଟିସ ଜାରି ରଖିବା ସଦୃଶ ପ୍ରଳାପ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

ବେଦାନ୍ତ ଜମି ପ୍ରସଙ୍ଗରେ ସସ୍ମିତ ପାତ୍ର ଦେଇଥିବା ବୟାନକୁ କଡ଼ା ସମାଲୋଚନା କରି ଶ୍ରୀ ମହାପାତ୍ର କହିଛନ୍ତି ଯେ,"ଚୋର ମଚାଏ ସୋର୍‌’ । ପ୍ରିୟାପ୍ରୀତି, ଅହେତୁକ ଅନୁକଂପା, କଂପାନୀ ହାତକୁ ଚାଷୀଙ୍କ ଜମି ଦେବାରେ ବିଫଳ ହେବା ପରେ ଏବେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ଅଧିକ ପ୍ରତିକ୍ରିୟାଶାଳୀ ହୋଇପଡ଼ିଛନ୍ତି । ନିଜେ କରିଥିବା ଅକ୍ଷମଣୀୟ ଦୋଷ ପାଇଁ ରାଜ୍ୟବାସୀଙ୍କୁ ନିସର୍ତ୍ତ କ୍ଷମା ମାଗିବା ପରିବର୍ତ୍ତେ ଶାସକ ବିଜେଡି ବଡ଼ପାଟି କରି ବିଭ୍ରାନ୍ତ କରିବାର ପ୍ରୟାସ ଜାରି ରଖିଛି । ସମସ୍ତ ଆଇନକାନୁନ୍‌, ନୀତିନିୟମକୁ ଜଳାଞ୍ଜଳି ଦେଇ ନିର୍ଦ୍ଦିଷ୍ଟ ଭାବେ ବେଦାନ୍ତ କଂପାନୀ (ଅନୀଲ ଅଗ୍ରୱାଲ ଫାଉଣ୍ଡେସନ)କୁ ହଜାର ହଜାର ଏକର ଚାଷ ଜମି ଦେବା ପଛରେ ଥିବା ରାଜ୍ୟ ସରକାରଙ୍କ ଚକ୍ରାନ୍ତକୁ ମାନ୍ୟବର ସୁପ୍ରିମକୋର୍ଟ ଅତ୍ୟନ୍ତ କଟୂଭାଷାରେ ସମାଲୋଚନା କରିଛନ୍ତି । କ’ଣ ପାଇଁ ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତି ଥିଲା ? ଏହାର ଜବାବ୍ ନଦେଇ ଶାସକ ବିଜେଡି ସାଂସଦ ସସ୍ମିତ ପାତ୍ର ‘ଚୋର୍ ମଚାଏ ସୋର୍‌' ପ୍ରାକ୍ଟିସ ଜାରି ରଖିବା ସଦୃଶ ପ୍ରଳାପ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତିି ।

ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତିର ପର୍ଦ୍ଦାଫାଶ କରିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜବାବ୍ ରଖିଥିଲେ । ଏହା ପରେ ସସ୍ମିତ ବାବୁ କ୍ୟାମେରା ସାମ୍ନାକୁ ଆସି ଯେଉଁ ବିବୃତି ଦେଲେ, ତାହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ବିବୃତି ଦେବା ପୂର୍ବରୁ ସସ୍ମିତ ପାତ୍ରଙ୍କ ‘ହୋମ୍ ୱାର୍କ' ଠିକ୍ ନଥିଲା । ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେଇଥିଲେ । ଆନ୍ଦୋଳନକୁ ଚାପି ଦେବା ପାଇଁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଥିଲା । ୨୦୦୯ ମସିହା ଜୁଲାଇ ମାସରେ ଅନୁଷ୍ଠିତ ବିଧାନସଭା ଅଧିବେସନ ସମୟରେ ଶାସକ ବିଜେଡି ଦଳ ନିଜ ସଂଖ୍ୟା ବଳରେ କାର୍ଯ୍ୟସୂଚୀରେ ନଥିଲେ ସୁଦ୍ଧା ଗୋଟିଏ ସ୍ୱତନ୍ତ୍ର ଦିନ ନିର୍ଦ୍ଧାରଣ କରି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ କରିଦେଇଥିଲେ । ଏହି କାରଣରୁ ସେତେବେଳେ ବିରୋଧୀ ଦଳ ତରଫରୁ ବିଧାନସଭା ଇତିହାସରେ ଏହାକୁୁ କଳା ଦିବସ ବୋଲି କହିବା ସହ ଏହା ବିଧାନସଭା ନୁହେଁ ବରଂ ବେଦାନ୍ତସଭା ବୋଲି କହିଥିବା ବତ୍ତମାନର ବିଜେଡି ନେତା, ମନ୍ତ୍ରୀ ଓ ମୁଖପାତ୍ର ଜାଣି ରଖିବା ଉଚିତ୍ । ୨୦୧୦ ମସିହାରେ ହାଇକୋର୍ଟ ଏବଂ ଲୋକପାଳଙ୍କ ବାରଣ ସତ୍ତ୍ୱେ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ? ଚିରାଚରିତ ଭାବେ ଅନ୍ୟକୁ ଦୋଷ ଲଦି ଦେଇ ଖସିଯାଉଥିବା ଶାସକ ବିଜେଡି ରାଜ୍ୟବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛି । ଯିଏ ଚୋରୀ କରିଥାଏ, ସେ ହିଁ ଅଧିକ ଶବ୍ଦ କରେ ଏବଂ ସସ୍ମିତ ବାବୁ ଅନୁରୁପ ଭାବେ ପ୍ରାକ୍ଟିସ ଜାରି ରଖିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Related story