ଝାରସୁଗୁଡ଼ା ଉପନିର୍ବାଚନ: ସୁଶାନ୍ତ ସିଂ ବାଦ୍‌, ଅନୁଗତଙ୍କୁ ଥଇଥାନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଦୁଇଦିନ ତଳେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ଶାରଦା ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରିବା ପରେ ଆଜି ଆଉ ୫ମନ୍ତ୍ରୀଙ୍କ ସମେତ ମୋଟ ୧୨ଜଣଙ୍କୁ ବ୍ଲକ ଓ ମ୍ୟୁନିସପାଲଟି ଦାୟିତ୍ୱ ଦେଇଛି ।

Sushant and Tukuni PhotoOR

ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ଟୁକୁନି ସାହୁ

Ordigital Desk
  • Published: Friday, 07 April 2023
  • Updated: 07 April 2023, 08:31 PM IST

Sports

Latest News

ଝାରସୁଗୁଡ଼ା ଉପନିର୍ବାଚନ ପ୍ରକ୍ରିୟାରୁ ପଶ୍ଚିମଓଡ଼ିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରେ ଉଭୟ ଝାରସୁଗୁଡ଼ା ଓ ଭଟଲୀ ରହିଥିଲେ ବି ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ଉପନିର୍ବାଚନ ପ୍ରକ୍ରିୟାରୁ ବିଜେଡି ଦୂରେଇ ରଖିବାକୁ ନେଇ ପଶ୍ଚିମଓଡ଼ିଶା ରାଜନୀତି ସରଗରମ ହୋଇଛି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଦୁଇଦିନ ତଳେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ଶାରଦା ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରିବା ପରେ ଆଜି ଆଉ ୫ମନ୍ତ୍ରୀଙ୍କ ସମେତ ମୋଟ ୧୨ଜଣଙ୍କୁ ବ୍ଲକ ଓ ମ୍ୟୁନିସପାଲଟି ଦାୟିତ୍ୱ ଦେଇଛି । କିନ୍ତୁ ଏହି ତାଲିକାରୁ ସୁଶାନ୍ତ ସିଂଙ୍କୁ ଦଳ ଦୂରେଇ ରଖିଥିଲେ ମଧ୍ୟ ତାଙ୍କର ଘନିଷ୍ଠ ସହଯୋଗୀ ମନ୍ତ୍ରୀ ଟୁକୁନି ସାହୁ ଓ ସରୋଜ ମେହେରଙ୍କୁ ଯଥାକ୍ରମେ କିରମିରା ଓ କୋଲାବିରା ବ୍ଲକର ଦଳୀୟ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସୁଶାନ୍ତ ସିଂଙ୍କ ଭୂମିକା ସନ୍ଦେହଘେରରେ ରହିଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ, ଏପରିକି ଝାରସୁଗୁଡ଼ାରେ ଆକ୍ରୋଶ ରହିଥିବାରୁ ବିଜେଡି କୌଣସି ରିସ୍କ ନେଇନଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଆଜି ଜାରି ସୂଚନା ଅନୁସାରେ କିରମିରା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କୋଲାବିରା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେର, ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁ,ଲଇକେରା ବ୍ଲକରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ର ଏବଂ ଝାରସୁଗୁଡ଼ା ମ୍ୟୁନିସପାଲଟି ପାଇଁ ମନ୍ତ୍ରୀ ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରତାପ ଜେନା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଦାୟିତ୍ୱ ମିଳିଛି । ଏହି ନେତାମାନେ ଏବେ ନିଜ ନିଜର ଟିମ୍ ଗଢ଼ିବେ ଓ ସେମାନଙ୍କୁ ପଂଚାୟତ ଦାୟିତ୍ୱରେ ରଖିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ମୋଟ ୨.୨୧ଲକ୍ଷ ଭୋଟର ଥିବାବେଳେ ସର୍ବାଧିକ ୭୧୧୧୩ଜଣ ଭୋଟର ଝାରସୁଗୁଡ଼ା ମ୍ୟୁନିସପାଲଟିରେ ରହିଛନ୍ତି । ସେହିପରି ଲଇକେରା ବ୍ଲକରେ ୩୯୭୦୩ଜଣ ଭୋଟର, ଝାରସୁଗୁଡ଼ା ବ୍ଲକରେ ୩୮୫୪୬ଭୋଟ, କୋଲାବିରା ବ୍ଲକରେ ୩୭୮୧୦ଜଣ ଭୋଟର ଓ କିରମିରା ବ୍ଲକରେ ୩୩୯୦୧ଜଣ ଭୋଟର ଅଛନ୍ତି ।

Also Read

ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ପଡ଼ୋଶୀ ନିର୍ବାଚନମଣ୍ଡଳୀ ହୋଇଥିବା ସତ୍ତ୍ୱେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଜେଡି ଏହି ଉପନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିଛି । ଝାରସୁଗୁଡ଼ାରେ ଥିବା ନବଙ୍କ ସମର୍ଥକମାନେ ଓ ବିରୋଧୀ ଦଳ ଦ୍ୱାରା ନବ ହତ୍ୟା ମାମଲାରେ ସୁଶାନ୍ତଙ୍କ ଭୂମିକାକୁ ନେଇ ସନ୍ଦେହ ରହିଥିବାରୁ ବିଜେଡି ଏବେ ତାଙ୍କୁ ସେଠାରୁ ଦୂରେଇ ରଖିଛି । ତେବେ ତାଙ୍କର ଦୁଇ ଖାସ୍ ଅନୁଗତ ଟୁକୁନି ଓ ସରୋଜଙ୍କୁ ଥଇଥାନ କରି ଦଳ ସୁଶାନ୍ତଙ୍କୁ ତୁଷ୍ଟୀକରଣ ପାଇଁ ଉଦ୍ୟମ କରିଛି ।

ସୂଚନାଯୋଗ୍ୟ, ଗତବର୍ଷ ବ୍ରଜରାଜନଗର ଉପନିର୍ବାଚନ ପ୍ରକ୍ରିୟାରୁ ମଧ୍ୟ ସୁଶାନ୍ତଙ୍କୁ ଦୂରେଇ ରଖାଯାଇଥିଲା ଓ ଦିବଂଗତ ନବ ଦାସ ସେତେବେଳେ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ଦଳୀୟ ନିର୍ବାଚନ ପରିଚାଳନାକୁ ରଖି ବିଜେଡି ପ୍ରାର୍ଥୀଙ୍କୁ ଜିତାଇ କରି ଆଣିଥିଲେ । ଏବେ ନବ ଦାସଙ୍କ ହତ୍ୟା ଯୋଗୁ ହେଉଥିବା ଉପନିର୍ବାଚନ ପ୍ରକ୍ରିୟାରେ ସୁଶାନ୍ତଙ୍କୁ ବି ଦୂରେଇ ରଖାଯାଇଛି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଉପରେ ଶାସକ ବିଜେଡି ନିଜର ସବୁ ଶକ୍ତି ଖଟାଇ ବୃହତ୍ ବିଜୟ ପାଇଁ ଆଶା ରଖିଛି । ତେବେ ନବ ଦାସଙ୍କ ହତ୍ୟାକୁ ୬୯ଦିନ ପୁରିଥିଲେ ବି ହତ୍ୟା ପଛର ରହସ୍ୟ ଉଜାଗର ହୋଇପାରିନଥିବାରୁ ଝାରସୁଗୁଡ଼ାରେ ନବଙ୍କ ସମର୍ଥକମାନଙ୍କ ମଧ୍ୟରେ ଶାସକ ବିଜେଡି ପ୍ରତି ରୋଷ ରହିଛି, ଯାହାର ଫାଇଦା ବିଜେପିକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story