ପଦ୍ମପୁର ଭୋଟ୍‌: ମିଛ ପ୍ରେସ୍ ରିଲିଜ୍ ବାଣ୍ଟିଲା ବିଜେଡି, ହଟହଟା ହେଲେ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଦଳ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ମିଛ ତଥ୍ୟ ପ୍ରଦାନ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡିର ବିଧାୟକଙ୍କୁ ସର୍ବସମ୍ମୁଖରେ ହଟହଟା ହେବାକୁ ପଡ଼ିଛି । ଆଉ ଏପଟେ ମିଛ ପ୍ରେସ୍ ରିଲିଜ୍ ଦେଇଥିବା ଦଳର ମୁଖପାତ୍ର ମଧ୍ୟ ନିଜ ଭୁଲ୍ ପାଇଁ ଅନୁତପ୍ତ କରିବାକୁ ବି ଆଗ୍ରହ […]

Susant-Singh-and-Lalin-Moha

Ordigital Desk
  • Published: Monday, 14 November 2022
  • , Updated: 14 November 2022, 06:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଦଳ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ମିଛ ତଥ୍ୟ ପ୍ରଦାନ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡିର ବିଧାୟକଙ୍କୁ ସର୍ବସମ୍ମୁଖରେ ହଟହଟା ହେବାକୁ ପଡ଼ିଛି । ଆଉ ଏପଟେ ମିଛ ପ୍ରେସ୍ ରିଲିଜ୍ ଦେଇଥିବା ଦଳର ମୁଖପାତ୍ର ମଧ୍ୟ ନିଜ ଭୁଲ୍ ପାଇଁ ଅନୁତପ୍ତ କରିବାକୁ ବି ଆଗ୍ରହ ଦେଖାଉନାହାନ୍ତି ।

ନଭେମ୍ବର ୧୨ ତାରିଖ ଅର୍ଥାତ୍ ଶନିବାର ରାତିରେ ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଦଳର ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତିଙ୍କ ଦସ୍ତଖତରେ ସମସ୍ତ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା । ଯେଉଁଥିରେ ପଦ୍ମପୁର ଜିଲ୍ଲା ଗଠନ ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିବା ବିଜେଡି ଦର୍ଶାଇଛି । ଏହାସହିତ ବିଧାୟକ ସୁଶାନ୍ତ ସିଂଙ୍କ ନେତୃତ୍ୱରେ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା ଗଠନ ପ୍ରସଙ୍ଗରେ ଆଲୋଚନା କରିଥିଲା। ରାଜ୍ୟରେ ଜିଲ୍ଲା ପୁର୍ନଗଠନବେଳେ ପଦ୍ମପୁରକୁ ନିଶ୍ଚିତ ଭାବେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ସୁଶାନ୍ତ ସିଂ କହିଥିବା ଏହି ପ୍ରେସ୍ ରିଲିଜରେ ଉଲ୍ଲେଖ ଅଛି । ଏହାସହିତ ଆଗାମୀ ଦିନରେ ପଦ୍ମପୁର ଯେଭଳି ଭାବେ ଜିଲ୍ଲାର ମାନ୍ୟତା ପାଇବ ସେଥିପାଇଁ ବିଜେଡି ପ୍ରଚେଷ୍ଟା ଜାରି ରଖିବ ବୋଲି ଶ୍ରୀ ସିଂ କହିଥିବା ନେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଦସ୍ତଖତରେ ଜାରି ପ୍ରେସ୍ ରିଲିଜ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା ।

[caption id="attachment_781449" align="aligncenter" width="650"] ବିଜେଡି ପ୍ରେସ୍‌ରିଲିଜ୍‌[/caption]

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ବିଜେଡି ଭଳି ୨୫ବର୍ଷର ଏକ ଆଂଚଳିକ ଦଳର ମୁଖପାତ୍ରଙ୍କ ଦସ୍ତଖତରେ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ୍ ରିଲିଜକୁ ଖୋଦ୍ ବିଜେଡି ନେତା ସୁଶାନ୍ତ ସିଂ ଫାଙ୍କି ଦେଇଥିଲେ । ପଦ୍ମପୁରରେ ଧାରଣାରେ ବସିଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କ ସହ ଗତକାଲି(ରବିବାର) ଆଲୋଚନାବେଳେ ଭଟଲୀର ବିଜେଡି ବିଧାୟକ ଶ୍ରୀ ସିଂ କହିଥିଲେ ଯେ, ପ୍ରେସ୍ ରିଲିଜ୍ କିଏ ବାଂଟିଛି ସେ ଜାଣନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସହ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ଏବେ ନୁହେଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିଲା । ସେ କଥା କହିଥିଲେ । ଏବେ କିଏ କ’ଣ ପ୍ରେସ୍ ରିଲିଜ୍ ଦେଇଛି ତାହା ସେ ଜାଣି ନାହାନ୍ତି କହି ସିଧାସଳଖ ଭାବେ ଦଳର ମୁଖପାତ୍ର ଶ୍ରୀ ମହାନ୍ତିଙ୍କୁ ମିଛ ତଥ୍ୟ ଦେଇଥିବା ପ୍ରମାଣିତ କରାଇଛନ୍ତି । ଆଉ କ୍ୟାମେରା ଆଗରେ ଲମ୍ବାଚଉଡ଼ା ବୟାନ ଦେଉଥିବା ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଏଭଳି ମିଛ ପ୍ରେସ୍ ରିଲିଜ୍ ଦେବାର ୪୮ଘଂଟା ପରେ ବି ନିଜ ତ୍ରୁଟି ପାଇଁ ଗଣମାଧ୍ୟମ ଆଗରେ ଅନୁତପ୍ତ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି । ଯାହାକି ବିଜେଡିର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ବାଚନବେଳେ ବିଜେଡିର ଗଣମାଧ୍ୟମକୁ ଏଭଳି ଲିଖିତ ମିଛ ତଥ୍ୟ ପ୍ରଦାନ ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ୨୦୧୯ ଫେବୃୟାରୀ ୧୧ ତାରିଖରେ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ଆବାହକ ଅଜିତ୍ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଥିଲା। ସେତେବେଳେ ବିଜେଡି ଏହି ଜିଲ୍ଲା ମାନ୍ୟତା ଦାବି ପ୍ରସଙ୍ଗକୁ ଖୋଲା ସମର୍ଥନ କରୁଥିବା ନେଇ କୌଣସି ବୟାନ ଗଣମାଧ୍ୟମକୁ ଜାରି କରିନଥିଲା। ଓଲଟା ବିଜେପିର ତତକାଳୀନ ବିଧାୟକ ପ୍ରଦୀପ ପୁରୋହିତ ୨୦୧୮ ଡିସେମ୍ବର ୨୫ରେ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । ଆଉ ୨୦୧୭ ଡିସେମ୍ବର ୧୧ରେ ବିଧାନସଭାରେ ଏକ ଲିଖିତ ଉତ୍ତରରେ ରାଜ୍ୟ ସରକାର ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।

Related story