Advertisment

ବିଜେପିରେ ମିଶିଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଓ ଛାତ୍ରନେତା ଇତିଶ୍ ପ୍ରଧାନଙ୍କ ସମେତ ଶତାଧିକ କର୍ମୀ

ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଇତିଶ ପ୍ରଧାନ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

author-image
Ordigital Desk
BJP Mixture festival

BJP Mixture festival

ସାଧାରଣ ନିର୍ବାଚନ ପୂର୍ବରୁ ଆଜି କ୍ଷମତାସୀନ ବିଜେଡିକୁ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ ଝଟକା ଲାଗିଛି । ମୟୂରଭଞ୍ଜ ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ୨୪ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ମଲ୍ଲିକ ଓ କଳାହାଣ୍ଡିର ଧର୍ମଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପାଟ୍ଟଯୋଶୀଙ୍କ ସମେତ ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଇତିଶ ପ୍ରଧାନ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ନେତାମାନଙ୍କ ସମେତ ବିଜେଡି ଓ କଂଗ୍ରେସର ଶତାଧିକ ଆଗଧାଡ଼ିର କର୍ମୀ ଓ ନେତା ବିଜେପିରେ ଯୋଗ ଦେଇଛନ୍ତି ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି ପ୍ରମୁଖ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତଙ୍କୁ ଦଳରେ ସ୍ୱାଗତ କରି କହିଥିଲେ ଯେ,ଓଡ଼ିଶାରେ ଛାୟା ସରକାରର ଶାସନ ଚାଲିଛି । ସେମାନଙ୍କୁ ବିତାଡ଼ିତ କରିବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ଓ କର୍ମୀଙ୍କ ଭରସା ହରାଉଛନ୍ତି । ବିଜେଡି ଓ କଂଗ୍ରେସ ନେତା ବିଜେପି ମୁହାଁ ହେଉଛନ୍ତି ବୋଲି କହିବା ସହ ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ୮୯୮୦୮୦୮୦୮୦ ନମ୍ବରକୁ ଡାଏଲ କରି ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଆଜିର ଏହି ମିଶ୍ରଣ ପର୍ବରେ  କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ଧର୍ମଗଡ ବ୍ଲକ ପୂର୍ବତନ ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଟ୍ଟଯୋଶୀ, ବିଜେଡି ନେତା ଦେବ ପ୍ରସାଦ ନାଏକ, ରୁଦ୍ର ମାଝୀ, ପିତାମ୍ବର ମାଝୀ, ପୂର୍ବତନ ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ଭଇଁସାଲ ପ୍ରମୁଖଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ  ଜଗନ୍ନାଥ ମଲ୍ଲିକ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବିଜେଡି ନେତା ରବିନ୍ଦ୍ର କୁମାର, ଗଜେନ୍ଦ୍ର ମହାପାତ୍ର, ମଦନ ମୋହନ ପ୍ରଧାନ, ଡାକ୍ତର ସିଂ, ହରିହର ମହାଣ୍ଡା, ସୁଦାମ ଗୋଛାୟତ, ସତ୍ୟବାନ ଘୋଷ, ଅଜିତ କୁମାର ମହାପାତ୍ର, ଜୀବନ କୁମାର ମହାପାତ୍ର, ଦୀପକ ଲୋଚନ ଘୋଷ, ଦୀପକ ନାୟକ,ସନ୍ତୋଷ କୁମାର ସିଂ, ଡାକ୍ତର ମହାନ୍ତ, କଂଗ୍ରେସ ନେତା ଅଜୟ କୁମାର, ସୁଶାନ୍ତ କୁମାର ବେହେରା ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଇତିଶ ପ୍ରଧାନଙ୍କ ସମେତ ଛାତ୍ର କଂଗ୍ରେସର ପୁର୍ବତନ ରାଜ୍ୟ ଉପସଭାପତି ବିପ୍ଳବ ପରିଡ଼ା, ନବୀନ କୁମାର ପଣ୍ଡା, ଛାତ୍ର କଂଗ୍ରେସ ନେତା ସଞ୍ଜୀବ କୁମାର ଭୋଇ, ସାଗର ଦାସ, ବିକାଶ ବାଲାଦିତ୍ୟ, ଦେବେନ୍ଦ୍ର ଦାସ, ଅଭିଷେକ ପରିଡା, ଜ୍ୟୋତି ସାମଲ, ବିଜୟ କୁମାର ପଲାଇ, ଅମିତ ଧଳ ପ୍ରମୁଖଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି । ସେହିପରି ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଗ୍ରୁପର ଅଧ୍ୟକ୍ଷ ଦୀନବନ୍ଧୁ ନାୟକଙ୍କ ନେତୃତ୍ୱରେ ସୀତାକାନ୍ତ ଦାସ, ଅନୀଲ କୁମାର ପାତ୍ର, ଅକ୍ଷୟ ସାହୁ, ତପନ କୁମାର ସାମଲ, ୱାଇ ଭେଙ୍କେଟ ସେନାପତି, ଗଣେଶ୍ୱର ବେହେରା, ପ୍ରଭାତ ସ୍ୱାଇଁ, ସୁକାନ୍ତ କୁମାର ମଲ୍ଲିକ, ଆଇନଜୀବୀ ପ୍ରଚେତସ୍ ପ୍ରିୟୋତସ, ବିଭୂକଲ୍ୟାଣ ମହାନ୍ତି, ଶାରଦାକାନ୍ତ ପଟ୍ଟନାୟକ, ଆକାଶ ବରୋଇ, ରବୀନ୍ଦ୍ର ଜେନା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

ପୁରୀ ଜିଲ୍ଲା କୈବର୍ତ ମହାସଂଘ ସଭାପତି ଜୟନ୍ତ କୁମାର ବେହେରାଙ୍କ ସମେତ ପୁରୀ ଜିଲ୍ଲାର ବହୁ କଂଗ୍ରେସ ଓ ବିଜେଡି କର୍ମୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳର ଅବସରପ୍ରାପ୍ତ ସରକାରୀ ଅଧିକାରୀ ହରେକୃଷ୍ଣ ସାହୁ ଆନୁଷ୍ଠାନିକ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

State Bjp