ସୌମ୍ୟଙ୍କ ଖୋଲା ଚ୍ୟାଲେଞ୍ଜ ସତ୍ତ୍ୱେ ବିଜେଡିର ଜୁ’ ପାଉନି: ଏପଟେ ଚାପ, ସେପଟେ ସଲାସୁତୁରା ପାଇଁ କସରତ୍‌

୨୦୨୦ ଜୁଲାଇ ମାସରେ ବିଜେଡିର ଉପସଭାପତି ଭାବେ ନିଯୁକ୍ତି ପାଇଥିବା ସୌମ୍ୟରଞ୍ଜନଙ୍କୁ ଆଜି ଦଳର ଉପସଭାପତି ପଦରୁ ବରଖାସ୍ତ କରାଯାଇଛି । ମାତ୍ର ତାଙ୍କର ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି ।

Soumya Patnaik PhotoOR

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Jitendra Garnayak
  • Published: Tuesday, 12 September 2023
  • Updated: 12 September 2023, 08:12 PM IST

Sports

Latest News

ବିଜେଡିର ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଖୋଲା ଚ୍ୟାଲେଞ୍ଜ କରିବା ସତ୍ତ୍ୱେ ତାଙ୍କୁ ଦଳରୁ ବିଦା କରିବାର ସାହାସ ଜୁଟାଇ ପାରିନି ବିଜେଡି । ଦଳର ଆଗଧାଡ଼ିର ନେତାମାନଙ୍କ ମୁହଁରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଶାଣିତ ସମାଲୋଚନା ମାଧ୍ୟମରେ ନିନ୍ଦିତ ପାଇଁ ପ୍ରୟାସ କରିଥିବା ବିଜେଡି ଆଜି ତାଙ୍କୁ ଦଳର ଉପସଭାପତି ପଦରୁ କାଢ଼ି ଦେଇଛି । ମାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କିମ୍ବା ଦଳରୁ ନିଲମ୍ବନ କରିବା ଭଳି କଠୋର ନିଷ୍ପତ୍ତି ନେବାକୁ ସକ୍ଷମ ହୋଇପାରିନି । ନିର୍ବାଚନୀ ବର୍ଷରେ ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଥିବା ବିଜେଡି ଏବେ ବ୍ୟାକଡୋରରେ ସଲାସୁତୁରା ନିମନ୍ତେ ପ୍ରୟାସ କରୁଥିବା ଜଣାପଡ଼ିଛି । ଯେଉଁଥିପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିବା ଭଳି ନିଷ୍ପତ୍ତି ନେବାରେ ବିଜେଡି ଟାଳଟୂଳ ନୀତି ଅବଲମ୍ବନ କରୁଥିବା ସୂଚନା ମିଳିଛି । ଏପଟେ ନବୀନଙ୍କ ଦସ୍ତଖତରେ ଜାରି ଉପସଭାପତି ପଦରୁ ବରଖାସ୍ତର ଦୁଇଧାଡ଼ିଆ  ନିର୍ଦ୍ଦେଶନାମା ଅସଲି କି ନକଲି ବୋଲି କହି ଆଉ ଏକ ବିବାଦକୁ ଆମନ୍ତ୍ରଣ କରିଥିବା ସୌମ୍ୟ ପୂର୍ବରୁ ତାଙ୍କୁ କାହିଁକି ଦଳରୁ କାଢ଼ି ଦେଉନାହାନ୍ତି ବୋଲି ଖୋଲା ଚ୍ୟାଲେଞ୍ଜ କରିଥିଲେ ।

ଉପସଭାପତି ପଦରୁ ହଟାଯିବାକୁ ନେଇ ସୌମ୍ୟରଞ୍ଜନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକଙ୍କ ଯେଉଁ ଦସ୍ତଖତରେ ତାଙ୍କୁ ଉପସଭାପତି ପଦରୁ ବରଖାସ୍ତ କରାଯାଇଛି ତାହା ଅସଲି ନା ନକଲି ବୋଲି ପ୍ରଶ୍ନ କରିଛନ୍ତି । ଦଳରେ ଅନେକଗୁଡ଼ିଏ ପଦପଦବୀରେ ନେତାମାନେ ଅଛନ୍ତି । ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ । ଉପସଭାପତି ପଦରେ ରହି ସେ ନିଜେ କ’ଣ କରୁଥିଲେ ଯେ, ହରାଇଲି ବୋଲି ଭାବିବି । ସଭାପତି ହିସାବରେ ନବୀନବାବୁ କାହାକୁ ନିଜ ସହଯୋଗୀ କର୍ମକର୍ତ୍ତା ବାଛିବେ ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ । ତେଣୁ ଏହି ଉପସଭାପତି ପଦଟି ତାଙ୍କ ପାଇଁ କେବଳ ଆଳଙ୍କାରିକ ଥିଲା ବୋଲି ସୌମ୍ୟ କହିଛନ୍ତି । ଏହାସହିତ ନବୀନଙ୍କୁ ଭେଟିବା ପାଇଁ ସେ ଗତ ସପ୍ତାହରେ ଚିଠି ଲେଖି ସମୟ ମାଗିଥିଲେ ଓ ଏବେ ବରଖାସ୍ତ ନିର୍ଦ୍ଦେଶନାମା ଆସିଛି । ତେଣୁ ତାଙ୍କର ସନ୍ଦେହ ରହିଛି ବୋଲି  ସୌମ୍ୟ କହିବାକୁ ପଛାଇ ନାହାନ୍ତି । ୨୦୨୦ ଜୁଲାଇ ମାସରେ ବିଜେଡିର ଉପସଭାପତି ଭାବେ ନିଯୁକ୍ତି ପାଇଥିବା ସୌମ୍ୟରଞ୍ଜନଙ୍କୁ ଆଜି ଦଳର ଉପସଭାପତି ପଦରୁ ବରଖାସ୍ତ କରାଯାଇଛି । ମାତ୍ର ତାଙ୍କର ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି ।

ଏପଟେ ସୌମ୍ୟରଞ୍ଜନଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବିଜେଡି ପକ୍ଷରୁ ଗତ କିଛିଦିନ ଧରି ବେଶ୍ ପ୍ରୟାସ ହେଉଛି । ସୌମ୍ୟଙ୍କ ମାଲିକାନାରେ ଥିବା ରାଜ୍ୟର ଆଗଧାଡ଼ିର ଖବରକାଗଜ ‘ସମ୍ବାଦ’କୁ ରାଜ୍ୟ ସରକାର ବିଜ୍ଞାପନ ବନ୍ଦ କରି ଦେଇଛନ୍ତି । ଏହାପରେ ସୌମ୍ୟଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ୨ଜଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ, ସାଧାରଣ ସମ୍ପାଦକ ଅରୁଣ ସାହୁ ଓ ସାଂସଦ ଅମର ପଟ୍ଟନାୟକ,ସସ୍ମିତ ପାତ୍ରଙ୍କ ସମେତ ଦୁଇ ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଲେନିନ୍ ମହାନ୍ତିଙ୍କ ମୁହଁରେ ‘ବ୍ଲାକମେଲର’ ଆଖ୍ୟା ଦେବାକୁ ବିଜେଡି କ୍ଷମତାକେନ୍ଦ୍ର ପଛାଇନାହାନ୍ତି । ଏହି ନେତାମାନଙ୍କ ମାଧ୍ୟମରେ ସୌମ୍ୟଙ୍କୁ ବ୍ୟକ୍ତିଗତ ସମାଲୋଚନା କରି ଚାପ ସୃଷ୍ଟି ପାଇଁ ଉଦ୍ୟମ ହେଉଥିଲେ ମଧ୍ୟ ସୌମ୍ୟ ପାଲଟା ଜବାବ ଦେବାକୁ ପଛାଇ ନାହାନ୍ତି । ସୌମ୍ୟଙ୍କ ବିଧାନସଭା କ୍ଷେତ୍ର ଖଣ୍ଡପଡ଼ାରେ ତାଙ୍କ ବିରୁଦ୍ଧରେ ମାହୋଲ ତିଆରି ପାଇଁ ଦଳ ପକ୍ଷରୁ ପ୍ରୟାସ ଚାଲିଛି । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପିତା ଅରୁଣ ପଟ୍ଟନାୟକଙ୍କର ଆଜି ୨୭ତମ ଶ୍ରାଦ୍ଧଦିବସ ସମାରୋହ ଖଣ୍ଡପଡ଼ାରେ ଦଳ ପକ୍ଷରୁ ପାଳିତ ହୋଇଛି । ଦଳର ଉପସଭାପତି ଦେବୀ ମିଶ୍ର ଓ ସାଂସଦ ମାନସ ମଙ୍ଗରାଜ ସେଥିରେ ଯୋଗ ଦେଇ ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ କରିଛନ୍ତି । ସାଂସଦ ଶ୍ରୀ ମଙ୍ଗରାଜ ସେହି ଶ୍ରାଦ୍ଧଦିବସ ସମାରୋହ ମଂଚରୁ  ରାଜନୀତିରେ ରହି ଗର୍ବ ଓ ଅହଙ୍କାର ଦେଖାଇଲେ ଚଳିବ ନାହିଁ ବୋଲି ପରାମର୍ଶ ଦେବା ସହ ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି । ଏହାସହିତ ଅନୁଭବଙ୍କୁ ପ୍ରଶଂସାରେ ପୋତି ୨୦୨୪ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାର ନେତୃତ୍ୱ ଅନୁଭବଙ୍କୁ ମିଳିବ ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି । ମଙ୍ଗରାଜ ଏକଦା ସୌମ୍ୟଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଓ ଏବେ ସେ ସର୍ବସାଧାରଣରେ ସୌମ୍ୟଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ଦଳୀୟ ନେତାମାନଙ୍କ ଏଭଳି ବୟାନବାଜି ଜାରି ରହିଥିବାବେଳେ ତାଙ୍କ ସହ  ମୂଲଚାଲ ନିମନ୍ତେ ବ୍ୟାକଡୋରରେ ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି । ସୌମ୍ୟ ଗତସପ୍ତାହରେ ନବୀନଙ୍କୁ ଚିଠି ଲେଖି ଭେଟିବା ପାଇଁ ସମୟ ଲୋଡ଼ିଥିବାବେଳେ ଏପର୍ଯ୍ୟନ୍ତ ଚିଠିର ଉତ୍ତର ତାଙ୍କୁ ମିଳିନି । ମାତ୍ର ବିଜେଡି ପକ୍ଷରୁ ବ୍ୟାକଡୋରରେ ମୂଲଚାଲ ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ସୌମ୍ୟ ଧରାଛୁଆଁ ଦେଉନଥିବା ଜଣାପଡ଼ିଛି ।

Also Read

ଉଲ୍ଲେଖଯୋଗ୍ୟ, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷା, ଭବ୍ୟ ଜିଲ୍ଲା ଗସ୍ତ ଓ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ସୌମ୍ୟ ପ୍ରାୟ ୨୦ଦିନ ପୂର୍ବରୁ ନିଜ ଖବରକାଗଜରେ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଆଲେଖ୍ୟ ଲେଖିଥିଲେ । ଯାହାକୁ ନେଇ ବିଜେଡି ରାଜନୀତି ଓ ପ୍ରଶାସନିକସ୍ତରରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା । ଆଉ ବିଜେଡିର କ୍ଷମତାକେନ୍ଦ୍ର ଭାବେ ପରିଚିତ ପାଣ୍ଡିଆନଙ୍କୁ ସମର୍ଥନରେ ୨ଜଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବଙ୍କ ସମେତ ଅରୁଣ ସାହୁ, ଅରୂପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର, ଲେନିନ୍ ମହାନ୍ତି ପ୍ରମୁଖ ଆଗକୁ ଆସି ସୌମ୍ୟଙ୍କୁ ସିଧାସଳଖ ବ୍ୟକ୍ତିଗତସ୍ତରରେ ‘ବ୍ଲାକମେଲର’ ଆଖ୍ୟା ଦେଇ ଦଳ ଛାଡ଼ିବାକୁ ଆହ୍ୱାନ ଦେଲେ । ମାତ୍ର ସୌମ୍ୟ ମୁକାବିଲାଶୈଳୀରେ ପାଲଟା ଜବାବ ଦେଇ ସେ ଯଦି ଦଳବିରୋଧୀ କାର୍ଯ୍ୟ କରିଛନ୍ତି ତା’ହେଲେ ତାଙ୍କୁ ଦଳରୁ କାହିଁକି କାଢ଼ି ଦେଉନାହାନ୍ତି ବୋଲି ଚ୍ୟାଲେଞ୍ଜ କରିସାରିଛନ୍ତି । ଅବଶ୍ୟ ସୌମ୍ୟ ଯେଉଁ ସବୁ ପ୍ରସଙ୍ଗ ତାଙ୍କ ଆଲେଖ୍ୟରେ ଉଠାଇଥିଲେ ସେସବୁର ଉତ୍ତର ଏପର୍ଯ୍ୟନ୍ତ ବିଜେଡି ଦେଇନି, କେବଳ ପାଣ୍ଡିଆନଙ୍କୁ ସମର୍ଥନ ଦେବାକୁ ଦଳର ନେତାମାନେ ଆଗେଇ ଆସିଛନ୍ତି ।

ସୂଚନାଯୋଗ୍ୟ, ‘ସମ୍ବାଦ’ରେ ଏକ ସାକ୍ଷାତକାରରେ ନବୀନଙ୍କ କାର୍ଯ୍ୟଶୈଳୀକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଯୋଗୁ ୨୦୧୪ ସେପ୍ଟେମ୍ବର ୨୦ତାରିଖରେ ବିଜେଡିର ତତକାଳୀନ ଉପସଭାପତି ପ୍ରଫୁଲ୍ଲ ଘଡ଼େଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ୨୦୧୮ ସେପ୍ଟେମ୍ବର ୧୨ତାରିଖ ଅର୍ଥାତ୍ ଆଜିର ଦିନରେ ଦଳର ଅନ୍ୟତମ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଡାକ୍ତର ରାଉତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କ କାର୍ଯ୍ୟଶେଳୀ, ୭୦୦କୋଟି ଟଙ୍କାର ସମବାୟ ବ୍ୟାଙ୍କ ଦୁର୍ନୀତି, ୩୦କୋଟି ଟଙ୍କାର ଓମଫେଡ୍ ଦୁର୍ନୀତି ଓ ୧୦୦କୋଟି ଟଙ୍କାର ଚାରା ଅନିୟମିତତାରେ ଅଫିସରମାନଙ୍କ ସମ୍ପୃକ୍ତିର ଅଭିଯୋଗ ଆଣିବା ପରେ ତାଙ୍କୁ ପ୍ରଥମେ ମନ୍ତ୍ରୀ ପଦ ଓ ପରେ ଦଳର ଉପସଭାପତି ପଦରୁ ବିଦା କରାଯାଇଥିଲା । ସେହିପରି ନବୀନଙ୍କ କାର୍ଯ୍ୟଶୈଳୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଯୋଗୁ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ବିଜେଡିର ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story