Advertisment

ବିଜେଡି ନେତାଙ୍କ ମୂଷା ଉପାକ୍ଷାନ

ମୂଷା ବଂଶ କ’ଣ ଲୋପ୍‌ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି।

ଅଦ୍ୟତନ ହୋଇଛି
Sambit Rautray

Sambit Rautray

Advertisment

ବିଜେଡିର ପୂର୍ବତନ ବିଧାୟକ ସମ୍ୱିତ ରାଉତରାୟଙ୍କ ମୂଷା ଉପାକ୍ଷାନ। ଏଥର ସେ କାହାକୁ ଟାର୍ଗେଟ କଲେ, ସେ ସମ୍ପର୍କରେ କିଛି କହିଲେ ନାହିଁ। ଲାଗୁଥିଲା ବୋଧହୁଏ ଦଳ ଭିତରେ ଥିବା କିଛି ବିଶୃଙ୍ଖଳିତ ନେତାଙ୍କୁ ଟାର୍ଗେଟ କରି ସେ ଏମିତି କହିଥାଇ ପାରନ୍ତି। ସିଏ ଯାହା ହେଉନା କାହିଁକି ସମ୍ୱିତ ଭାଇନାଙ୍କ ଏହି ମୂଷା ଉପାକ୍ଷାନକୁ ନେଇ ନାନା କଳ୍ପନାଜଳ୍ପା ଲାଗି ରହିଛି।

Advertisment

ସମ୍ୱିତ କହିଛନ୍ତି, ମୂଷା ଯେତେ ଧାନ ଖାଇବା କଥା ଖାଇଗଲେ। ସେମାନେ ଏବେ ଆଉ କାହା କିଆରି ଖୋଜୁଛନ୍ତି। ଯାହା କିଆରିରେ ଫସଲ ହୋଇଛି, ତାହା କିଆରିକୁ ଗଲେଣି। ଏଥର ମୌସୁମୀ ଭଲ ହୋଇଛି। ସ୍ୱଭାବିକ ବର୍ଷା ହୋଇଛି। ଧାନ ଭଲ ହୋଇଛି। ତେଣୁ ସେମାନେ ଯିବା କଥା ଯିବେ ବୋଲି ସମ୍ୱିତ କହିଛନ୍ତି।

ମୂଷା ବଂଶ କ’ଣ ଲୋପ୍‌ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି। ମୂଷାକୁ ଦୂରେଇ ରଖାଯିବ। ସେମାନଙ୍କ ପାଇଁ ପ୍ରତିକାର କରାଯିବ। ଯାହା ଧାନ ଅମଳ ହେବ, ସେଥିରୁ ମୂଷା ନିଶ୍ଚିତ କିଛି ଖାଇବେ ବୋଲି ସମ୍ୱିତ କହିଛନ୍ତି।

Advertisment

ଆସନ୍ତାକାର ଆନ୍ଦୋଳନକୁ ନେଇ ସେ କହିଛନ୍ତି, ୬ରୁ ୭ ମାସ ଭିତରେ ଯାହାସବୁ ଘଟିଛି, ତାହା ଗତ ୨୪ ବର୍ଷ ଭିତରେ କେବେ ଘଟିନଥିଲା। ବ୍ଲକ୍‌ ପ୍ରଶାସନ ପୂରା ସ୍ଥାଣୁ ପାଲଟି ଯାଇଛି। ବିଜେଡି ସରକାର ସମୟରେ ଯେଉଁମାନେ କାମ କରିଛନ୍ତି, ସେମାନଙ୍କୁ ଆଜି ପର୍ଯ୍ୟନ୍ତ ବିଲ୍‌ ମିଳୁନି। ଉନ୍ନୟନ କାମ ଏକ ପ୍ରକାର ଠପ୍‌ ହୋଇଯାଇଛି। ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ପ୍ରଚୁର ପରିମାଣରେ ଟଙ୍କା ଦିଆଯାଇଥିଲା। ସେହି ଅର୍ଥରେ ବହୁ କାମ ମଧ୍ୟ ହୋଇଛି। ଯେଉଁ କାମ ସରିଯାଇଛି, ବିଭିନ୍ନ ବାହାନା କରି ତାହାର ଅର୍ଥ ଦେଉନାହାନ୍ତି। ଜାଣିଶୁଣି ସେମାନଙ୍କ ବିଲ୍‌ ଅଟକା ଯାଉଛି। ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛୁ। ମାତ୍ର କିଛି ସୁଫଳ ମିଳୁନି ବୋଲି ସମ୍ୱିତ କହିଛନ୍ତି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe