Advertisment

BJDର ନୂଆ ଫଣ୍ଡା; ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀ!

ବିଜେଡି ଆଜି ଯାଏଁ ଘୋଷଣା କରିଛି ୧୨୬ ପ୍ରାର୍ଥୀଙ୍କ ନାଁ। ସେଥିରୁ ୨୮ ହେଉଛନ୍ତି ମହିଳା। ଆଉ ସେହି ୨୮ ଜଣଙ୍କ ଭିତରୁ ୧୦ ଜଣ ହେଉଛନ୍ତି ବିଜେଡି ହେଭିୱେଟଙ୍କ ପତ୍ନୀ।

author-image
Manoranjan Sial
BJD

BJD

ସ୍ୱାମୀ ଥିଲେ ନେତା। ଏବେ ସ୍ୱାମୀଙ୍କ ଟିକଟ କାଟି ସ୍ତ୍ରୀଙ୍କୁ ବିଜେଡି କରୁଛି ନେତ୍ରୀ। ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ଅଛନ୍ତି ହେଭିୱେଟ ନେତାଙ୍କ ପତ୍ନୀ। କାହିଁକି ବିଜେଡି ଆପଣାଇଛି ଏମିତି ଷ୍ଟ୍ରାଟେଜି? ଏବେ ତାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରକୃତରେ କ’ଣ ବିଜେଡି ପାଖରେ ଏବେ ମହିଳା ଚେହେରାଙ୍କର ଅଭାବ ଅଛି ନା ନୂଆ ନେତ୍ରୀ ତିଆରି କରିବାକୁ ଦଳର ଆନ୍ତରିକତା ନାହିଁ।

Advertisment

ବିଜେଡି ଆଜି ଯାଏଁ ଘୋଷଣା କରିଛି ୧୨୬ ପ୍ରାର୍ଥୀଙ୍କ ନାଁ। ସେଥିରୁ ୨୮ ହେଉଛନ୍ତି ମହିଳା। ଆଉ ସେହି ୨୮ ଜଣଙ୍କ ଭିତରୁ ୧୦ ଜଣ ହେଉଛନ୍ତି ବିଜେଡି ହେଭିୱେଟଙ୍କ ପତ୍ନୀ। ନଜର ପକାନ୍ତୁ କେଉଁଠି କାହାର ପତ୍ନୀ ନେଇଛନ୍ତି ଟିକେଟ।

ବାଲେଶ୍ୱର ଜିଲ୍ଲା ବସ୍ତାରୁ ବିଜେଡି ଟିକେଟ ପାଇଛନ୍ତି ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା। ଜଗତସିଂହପୁର ଜିଲ୍ଲା ପାରାଦୀପରୁ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟ। ଅନୁଗୋଳରୁ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ। ମୟୂରଭଞ୍ଜ ଜିଲ୍ଲା ମୋରଡାରୁ ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ, ବଡ଼ସାହିରୁ ଗଣେଶ୍ୱର ପାତ୍ରଙ୍କ ପତ୍ନୀ ଅନସୂୟା ପାତ୍ର। କୋରାପୁଟ ଜିଲ୍ଲା ଜୟପୁରରୁ ହେଭୱେଟ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ। ଗଞ୍ଜାମ ଜିଲ୍ଲା ସୋରଡାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲଳିତା ନାୟକ, ନବରଙ୍ଗପୁରରେ ସଦାଶିବ ପଧାନୀଙ୍କ ପତ୍ନୀ କୌଶଲ୍ୟା ପଧାନୀ, ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ ପାଇଛନ୍ତି ଦଳୀୟ ଟିକେଟ।

Advertisment

ବଡ଼ କଥା ହେଉଛି ଯଦିଓ ଟିକେଟ ପାଇଥିବା କିଛି ଜଣଙ୍କ ପତ୍ନୀଙ୍କ ରାଜନୈତିକ ଅଭଜ୍ଞତା ରହିଛି, ହେଲେ ଅନେକ ପ୍ରଥମ ଥର ପାଇଁ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ଏଇ ଯେମିତି ଗୀତାଞ୍ଜଳି, ଅନସୂୟା, ସଂଯୁକ୍ତା, କୌଶଲ୍ୟାଙ୍କ ଭଳି ପ୍ରାର୍ଥୀ ସଂପୂର୍ଣ୍ଣ ନୂଆ। ତେଣୁ ୨୪ ମୈଦାନରେ କେତେ ସଫଳ ହେବ ତାକୁ ନେଇ ଚର୍ଚ୍ଚା।

BJDମଇଦାନରେ ଥିବା ମହିଳା ପ୍ରାର୍ଥୀ

ତେବେ ଏଠି ପ୍ରଶ୍ନ ଉଠୁଛି, ଏମିତି କରି ପରିବାରବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି କି ବିଜେଡି ? କାହିଁକି ବିଧାୟକଙ୍କ ଟିକେଟ କାଟି ତାଙ୍କ ପତ୍ନୀଙ୍କୁ ଟିକେଟ ଧରାଉଛି ଦଳ ? କୁହାଯାଉଛି ସ୍ଥାନୀୟ ଅଞ୍ଚଳରେ ସିଟିଂ ବିଧାୟକ ଭାବରେ ଗ୍ରାଉଣ୍ଡରେ ଥିବା ଅସନ୍ତୋଷକୁ ଏଡ଼ାଇବାକୁ ଏହି ଷ୍ଟ୍ରାଟେଜି ଆପଣାଇଛି ବିଜେଡି। ଏହାସହ ବିଧାୟକ ବିରୋଧୀ ଗୋଷ୍ଠୀଙ୍କୁ ମଧ୍ୟ ମ୍ୟାନେଜ କରି ପାରୁଛି ଦଳ। ଏହାସହ ମହିଳା ଭୋଟ ବ୍ୟାଙ୍କ ହାତେଇବାକୁ ଏହି ଷ୍ଟ୍ରାଟେଜି ଆପଣାଇଛି।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଯଦି ମହିଳା ପ୍ରାର୍ଥୀ ଦେବାକୁ ଦଳ ଚିନ୍ତା କରୁଛି, ତାହହେଲେ କାହିଁକି କେବଳ ନେତାଙ୍କ ପତ୍ନୀଙ୍କୁ ? ଦଳ ପାଖରେ ଅଭାବ ଅଛନ୍ତି କି ମହିଳା ଚେହେରା ? ନା ନୂଆ ନେତ୍ରୀ ତିଆରି କରିବାରେ ବିଫଳ ହୋଇଛି ଦଳ ? ରାଜନୈତିକ ସମୀକ୍ଷକଙ୍କ ମତରେ ଯଦିଓ ଦଳ ସେହି ଆସନରେ ମହିଳାଙ୍କୁ ଟିକେଟ ଦେବାକୁ ସ୍ଥିର କରୁଛି, ହେଲେ ସିଟିଂ ବିଧାୟକଙ୍କୁ ମ୍ୟାନେଜ କରିବାକୁ ସକ୍ଷମ ହେଇ ପାରୁନଥିବାରୁ ବାଧ୍ୟ ହୋଇ ତାଙ୍କ ପତ୍ନୀଙ୍କୁ ଟିକେଟ ଦେବାକୁ ପଡୁଛି।

BjD Naveen Patnaik Loksabha Election