Advertisment

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ସନ୍ଧ୍ୟାରେ ପଦ୍ମପୁର ଜଗଦମ୍ବା କ୍ଲଥ୍‌ ଷ୍ଟୋରରେ ଜିଏସ୍‌ଟି ରେଡ୍‌ କରିଥିଲା। ଠିକ୍‌ ସେହି ସମୟରେ ବିଜେପିର ୩ ଜଣ ନେତା ଜିଏସ୍‌ଟି ରେଡରେ ବାଧକ ସାଜିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ। ଏଭଳି ଅପରାଧୀକ କାର୍ଯ୍ୟକଳାପ ଭିଆଇଥିବା ବିଜେପି ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଓ କାଳନ୍ଦୀ ସାମଲଙ୍କୁ ପଦ୍ମପୁରରୁ ତଡିପାର କରିବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେଡି। […]

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

BJD

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ସନ୍ଧ୍ୟାରେ ପଦ୍ମପୁର ଜଗଦମ୍ବା କ୍ଲଥ୍‌ ଷ୍ଟୋରରେ ଜିଏସ୍‌ଟି ରେଡ୍‌ କରିଥିଲା। ଠିକ୍‌ ସେହି ସମୟରେ ବିଜେପିର ୩ ଜଣ ନେତା ଜିଏସ୍‌ଟି ରେଡରେ ବାଧକ ସାଜିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ। ଏଭଳି ଅପରାଧୀକ କାର୍ଯ୍ୟକଳାପ ଭିଆଇଥିବା ବିଜେପି ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ ଓ କାଳନ୍ଦୀ ସାମଲଙ୍କୁ ପଦ୍ମପୁରରୁ ତଡିପାର କରିବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେଡି। ସେମାନଙ୍କ ବିରୋଧରେ CEO ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଦାବି କରିଛି। ସେହିପରି ପଦ୍ମପୁରରେ ସର୍ଭେଲାନ୍ସ ବଢ଼ାଇବାକୁ ଦାବି କରିଛି ବିଜେଡି।

Advertisment

ବିଜେଡି କହିଛି, ଜିଏସ୍‌ଟି ଟିମର ଜଣେ ମହିଳା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବା ସହ ଗାଡ଼ି ପୋଡ଼ିଛନ୍ତି ବିଜେପି କର୍ମୀ। କାହା ପଇସା ଧରା ପଡ଼ିବା ଭୟରେ ବିଜେପି ଏଭଳି କାଣ୍ଡ କରିଛି ବୋଲି ପ୍ରଶ୍ନ କରିଛି ବିଜେଡି। କେଉଁ କେନ୍ଦ୍ର ମନ୍ତ୍ରୀଙ୍କ ପଇସା ଧରା ପଡ଼ିଯିବାର ଭୟ ଥିଲା କି? ଜଗଦମ୍ବା ଷ୍ଟୋରରେ ଆଉ କାହା ପଇସା ଲାଗିଥିଲା କି? ବିଜେପି ଏସବୁ ପ୍ରଶ୍ନର ଉତ୍ତର ଦେଉ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe