ଅଜଣା ଚାନ୍ଦାରେ ବିଜେଡି 1 ନମ୍ବର | Odisha Reporter
୨୦୧୮ ପରେ ଇଲେକଟୋରାଲ ବଣ୍ଡ ଆସିବା ପରେ ରାଜନୈତିକ ଦଳଗୁଡ଼ିକୁ ବଣ୍ଡରେ କିଏ ଚାନ୍ଦା ଦେଲେ ତାହା ସର୍ବସାଧାରଣରେ ପ୍ରକାଶ ପାଉନାହିଁ। ଆଉ ଏହାର ସୁବିଧା ନେବାରେ ଦେଶର ୨୪ଟି ଆଞ୍ଚଳିକ ଦଳ ଭିତରେ ଆଗରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଏଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ଚାନ୍ଦାକୁ ନେଇ ତୁଳନା କଲାବେଳେ ଏହି ତଥ୍ୟ ପଦାକୁ ଆସିଛି। ଇଲେକଟୋରାଲ ବଣ୍ଡରେ ୨୪ଟି ଆଞ୍ଚଳିକ ଦଳରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଅର୍ଥାତ୍ ୮୯.୮୧ ପ୍ରତିଶତ ଚାନ୍ଦା ବଣ୍ଡ ଆକାରରେ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
