Advertisment

ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ଲାଗିଲା BJD ପତାକା

ପାଣ୍ଡିଅ।ନଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ବିଜୁ ଜନତା ଦଳର ପତାକା ଲାଗିବାକୁ ନେଇ ନାନା ଚର୍ଚ୍ଚା ହେଉଛି।

author-image
Manoranjan Sial
Sundaragarh

Sundaragarh

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଯିବେ ବୋଲି ସୁନ୍ଦରଗଡ ସହର ତଥା ଅ।ଖପାଖ ଅଂଚଳରେ ଲାଗିଛି ବିଜୁ ଜନତା ଦଳର ପତାକା। ତେବେ ଏଥିରୁ ବାଦ ପଡିନି ଜିଲ୍ଲାପାଳଙ୍କ ସରକାରୀ ବାସଭବନ। ଅ।ଜି ସଂଧ୍ୟାରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ବିଜୁ ଜନତା ଦଳର ପତାକା ଲାଗିଥବା ଦେଖିବାକୁ ମିଳିଛି।

Advertisment

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ୩ ଓ ୪ ତାରିଖ ଦୁଇଦିନ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଉଛନ୍ତି। ୩ ତାରିଖରେ ସେ ସୁନ୍ଦରଗଡ ସଦର ନିର୍ବାଚନମଣ୍ଡଳୀର କିରେଇ ସ୍ଥିତ ଇଂଜିନିୟରିଂ କଲେଜ ପଡ଼ିଆରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତା’ପରେ ସେ ତଲସରା ନିର୍ବାଚନମଣ୍ଡଳୀର ବାଲିଶଙ୍କରା ରାଜା ବଙ୍ଗଳା ପଡ଼ିଅ।ରେ ସାଧାରଣ ସଭାରେ ଯୋଗଦେବେ। ସେଠାରୁ ବାହାରି ସେ ସୁନ୍ଦରଗଡ ଫେରିବେ। ସାର୍କିଟ୍‌ରେ ହାଉସରେ ରାତିରେ ରହିବେ। ତା’ପର ଦିନ ଅର୍ଥାତ ୪ ତାରିଖରେ ପାଣ୍ଡିଆନ୍‌ ସମଲେଶ୍ଵରୀ ମନ୍ଦିର ଯାଇ ଦର୍ଶନ କରିବେ। ସେଠାରୁ ସେ ରାଜଗାଙ୍ଗପୁର ଯିବେ। ସେଠାରେ ସଭା ସରିବା ପରେ ରାଜଗାଙ୍ଗପୁର, ନୂଆଗାଁ, ବଣାଇ ଯିବାର କାର୍ଯ୍ୟକ୍ରମ ରହିଛି।

ତେବେ ପାଣ୍ଡିଅ।ନଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀରେ ବିଜୁ ଜନତା ଦଳର ପତାକା ଲାଗିବାକୁ ନେଇ ନାନା ଚର୍ଚ୍ଚା ହେଉଛି। ସଦର ବିଧାୟିକା କୁଶୁମ ଟେଟେ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ୟା ବିଷୟ। ଜଣେ ଜିଲ୍ଲାପାଳଙ୍କ ବାସ ଭବନରେ ଦଳୀୟ ପତାକା ଲାଗିବା ଘଟଣା ପ୍ରମାଣିତ କରୁଛି, ସରକାରୀ ଅଫିସରମାନେ ବିଜେଡିର ଦଳୀୟ କର୍ମୀ ସାଜିଛନ୍ତି।

Advertisment

ରିପୋର୍ଟ- ସୁନ୍ଦରଗଡରୁ ଦେବବ୍ରତ ଜେନା

BjD Sundargarh