Advertisment

୮ ଲକ୍ଷ ଯୁବ ଭୋଟରଙ୍କ ଉପରେ ବିଜେଡିର ନଜର

ବିଜେଡି ଆପଣାଇଛି ନୂଆ ରଣନୀତି। ନୂଆ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଛାତ୍ର ନେତାଙ୍କୁ ଦେଇଛି ଗୁରୁ ଦାୟିତ୍ୱ। ଯେଉଁଥି ପାଇଁ ଆଜି ଶଙ୍ଖ ଭବନରେ ଛାତ୍ର ନେତାମାନଙ୍କୁ ତାଲିମ ଦେଇଛି ଦଳ।

author-image
Manoranjan Sial
BJD

BJD

ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର। ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର ପ୍ରଥମ ଥର ପାଇଁ ଭୋଟ୍‌ ଦେବେ। ସେମାନଙ୍କ ଭୋଟ୍‌କୁ ନିଜ ଆଡ଼କୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଯୁବ ବିଜେଡି। ସେଥିପାଇଁ ଆଜି ଶଙ୍ଖ ଭବନରେ ବସିଥିଲା ତାଲିମ ଶିବିର। ଏଥିପାଇଁ ଛାତ୍ର ନେତାଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ୱ।

Advertisment

ବିଜେଡି ଆପଣାଇଛି ନୂଆ ରଣନୀତି। ନୂଆ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଛାତ୍ର ନେତାଙ୍କୁ ଦେଇଛି ଗୁରୁ ଦାୟିତ୍ୱ। ଯେଉଁଥି ପାଇଁ ଆଜି ଶଙ୍ଖ ଭବନରେ ଛାତ୍ର ନେତାମାନଙ୍କୁ ତାଲିମ ଦେଇଛି ଦଳ। ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ସଭାପତି ବ୍ୟୋମକେଶ ରାୟ ପ୍ରମୁଖ ଦେଇଛନ୍ତି ନିର୍ବାଚନୀ ମନ୍ତ୍ର। ସୋଶାଲ୍‌ ମିଡିଆରେ ଅପପ୍ରଚାର ରୋକିବା, ନବୀନ ସରକାରର ସଫଳତା, ନିର୍ବାଚନ ମଣ୍ଡଳୀ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ସହ ୨୪ ଘଣ୍ଟିଆ ମୋଡ୍‌ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବିଜେପି ଓ କଂଗ୍ରେସର ଯୁକ୍ତି ଯୁବ ଭୋଟରଙ୍କୁ ଆପଣାଇବାକୁ ଶାସକ ଦଳର ଏ ରଣନୀତି କାମ ଦେବନି।

ନୂଆ ଓ' ଏବଂ କଲେଜ ରୁପାନ୍ତୀକରଣ ମାଧ୍ୟମରେ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ଲକ୍ଷାଧିକ ଟଙ୍କାର ଅନୁଦାନ ଦେଇଛନ୍ତି। ସେହିପରି ନୂଆ ଓ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଛନ୍ତି। ତେବେ କାହିଁକି ବିଜେଡି ଯୁବ ଭୋଟରଙ୍କୁ ଏତେ ଗୁରୁତ୍ୱ ଦେଉଛି? ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ବିଭିନ୍ନ ଯୋଜନା ସତ୍ତ୍ୱେ ଯୁବ ଭୋଟର ବିଜେଡିଠାରୁ ମୁହଁ ଫେରାଉଛନ୍ତି। ଯୁବ ବର୍ଗ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ ରହିଥିବାରୁ BJD ଏବେ ବ୍ୟାକ ଅପ୍‌ ପ୍ଲାନ୍‌ କରୁଛି।

Advertisment

BJP ଗତ ମାସରେ ସବୁ ନିର୍ବାଚନ ମଣ୍ଡଳୀରେ ନୂତନ ମତଦାତା ସମ୍ମିଳନୀ କରିଥିଲା। ନୂଆ ଭୋଟରଙ୍କ ସହ ସିଧା ସଳଖ ଯୋଡ଼ି ହୋଇଥିଲେ ମୋଦି। ବିଜେପି ଯୁବ ଭୋଟରଙ୍କୁ ଆକର୍ଷିତ କରୁଥିବା ବେଳେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି କେତେ ଫଳ ପ୍ରଦ ହେଉଛି ତା ଉପରେ ନଜର।

BjD Bhubaneswar