ବିଜୁବାବୁଙ୍କୁ ଭୁଲିଗଲା ବିଜେଡି: ଭୟରେ ଆତ୍ମସର୍ମପଣ, କାହିଁକି ସାମର୍ଥ୍ୟ ଦେଖାଇପାରିଲାନି ଦଳ

ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ଓ ୯୦ ପ୍ରତିଶତ ପଂଚାୟତସମିତି ଓ ୭୫ ପ୍ରତିଶତରୁ ଅଧିକ ପଂଚାୟତକୁ ନିଜ ଦଖଲରେ ରଖିଥିବା ବିଜେଡି ଗୁରୁବାର ସମ୍ପୂର୍ଣ୍ଣ ଭାବେ ବିଜେପି ସରକାର ପାଖରେ ଆତ୍ମସର୍ମପଣ କରିଛି । ବିଜୁଙ୍କ ଆଦର୍ଶ କଥା କହି ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥାରୁ ବିଜୁ ପଟ୍ଟନାୟକଙ୍କ ସବୁ ଛାପ ହଟାଇ ଦେବାକୁ ବିଜେପି ସରକାର କରିଥିବା ରଣନୀତିକୁ ଭେଦ କରିବାରେ ବିଜେଡି ସଫଳ ହୋଇପାରିନି । ଓଲଟା ଦଳ ଅଜଣା ଭୟରେ ଆତ୍ମସର୍ମପଣ କରିଦେଇଛି ।

Naveen Patnaik PhotoOR

ନବୀନ ପଟ୍ଟନାୟକ

Ordigital Desk
  • Published: Thursday, 24 April 2025
  • Updated: 24 April 2025, 08:19 PM IST

Sports

Latest News

ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଗରେ ରଖି ୨୪ବର୍ଷ ଧରି ରାଜ୍ୟରେ କ୍ଷମତା ହାସଲ କରିଥିବା ବିଜେଡି ଏବେ ଖୋଦ୍ ବିଜୁବାବୁଙ୍କୁ ଭୁଲିଯାଇଛି । ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାର ପୁରୋଧା ଭାବେ ବିଜୁବାବୁଙ୍କୁ ଅଭିହିତ କରି ତାଙ୍କର ଜନ୍ମିଦିନକୁ ‘ପଂଚାୟତିରାଜ ଦିବସ’ ରୂପେ ପାଳନ କରୁଥିବା ବିଜେଡି ଗୁରୁବାର ନିଜକୁ ରାଜ୍ୟର ବିଜେପି ସରକାରଙ୍କ ପାଖରେ ଆତ୍ମସମର୍ପଣ କରିଦେଇଛି । ୩୦ଟି ଜିଲ୍ଲା ପରିଷଦ ସମେତ ୭୫ ପ୍ରତିଶତରୁ ଅଧିକ ସରପଂଚ ଓ ସମିତି ସଭ୍ୟ ଏବେବି  ବିଜେଡିର ଦଖଲରେ ଥିଲେ ମଧ୍ୟ ଦଳ ନିଜର ସାମର୍ଥ୍ୟ ଦେଖାଇବାରେ ବିଫଳ ହୋଇଛି । ନିଜସ୍ୱ ଦମରେ ମାତ୍ର ୧୦ମାସ ପୂର୍ବରୁ ରାଜ୍ୟରେ ପ୍ରଥମଥର କ୍ଷମତାକୁ ଆସିଥିବା ବିଜେପି ସରକାର ବିଜୁବାବୁଙ୍କ ନାମ ଜଡ଼ିତ‘ସମସ୍ତ ସ୍କିମ’କୁ ହଟାଇବା ପରେ ପଂଚାୟତିରାଜ ଦିବସରୁ ବି ବିଜୁବାବୁଙ୍କ ଛାପ ବାଦ୍ ଦେବାରେ ସଫଳ ହୋଇଛି । ବିଜେପି ସରକାର ସୁଚିନ୍ତିତ ଢଙ୍ଗରେ ଏପରି ପଦକ୍ଷେପ ନେଇ ବିଜେଡିକୁ ଏକ ଶକ୍ତ ଝଟକା ଦେବା ସହ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଏବେଠୁ ମୂଳଦୁଆ ପକାଇଥିବାବେଳେ ବିଜେଡିର ଏଭଳି ଆତ୍ମସର୍ମପଣ ପଛରେ କେଉଁ ଅଜଣା ଭୟ ରହିଛି ତାହା ଏବେ ପ୍ରମୁଖ ଚର୍ଚ୍ଚାର କାରଣ ପାଲଟିଛି ।

ବିଜେପି ସରକାର ପାଳିଲେ ପଂଚାୟତିରାଜ ଦିବସ

ଏପ୍ରିଲ ୨୪ତାରିଖରେ ‘ଜାତୀୟ ପଂଚାୟତିରାଜ ଦିବସ’କୁ ଓଡ଼ିଶା ପ୍ରଥମଥର ପାଇଁ ରାଜ୍ୟରେ ସରକାରୀସ୍ତରରେ ‘ପଂଚାୟତିରାଜ ଦିବସ’ ଭାବେ ପାଳନ କରିଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ରହି ଭବ୍ୟ ଆକାରରେ ଏହି ଦିବସକୁ ପାଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିଜର ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରୀ ରବି ନାରାୟଣ ନାଏକ, କୃଷ୍ଣଚନ୍ଦ୍ର ପାତ୍ର ଓ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ପୁରୀଠାରେ ପଂଚାୟତିରାଜ ଦିବସର ରାଜ୍ୟସ୍ତରୀୟ ସମାରୋହରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । କେବଳ ସେତିିକି ନୁହେଁ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ ଓ ବଲାଙ୍ଗୀରରେ ଉପସ୍ଥିତ ରହି ଏହି ସମାରୋହକୁ ମଧ୍ୟ ପାଳନ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାତୀୟ ପଂଚାୟତିରାଜ ଦିବସ ପାଳନ ପାଇଁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସମସ୍ତ ସମାରୋହରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଜନପ୍ରତିନିଧିମାନେ ବହୁଳ ଭାବେ ସାମିଲ ହୋଇଥିଲେ । ଏପରିକି ବିଜେଡିର ବିଧାୟକମାନଙ୍କୁ ମଧ୍ୟ ଏସବୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରି ରାଜ୍ୟର ବିଜେପି ସରକାର ଭବିଷ୍ୟତରେ ପଂଚାୟତିରାଜ ବ୍ୟବସ୍ଥାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।

ଆତ୍ମସର୍ମପଣ କଲା ବିଜେଡି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ଓ ୯୦ ପ୍ରତିଶତ ପଂଚାୟତସମିତି ଓ ୭୫ ପ୍ରତିଶତରୁ ଅଧିକ ପଂଚାୟତକୁ ନିଜ ଦଖଲରେ ରଖିଥିବା ବିଜେଡି ଗୁରୁବାର ସମ୍ପୂର୍ଣ୍ଣ ଭାବେ ବିଜେପି ସରକାର ପାଖରେ ଆତ୍ମସର୍ମପଣ କରିଛି । ବିଜୁଙ୍କ ଆଦର୍ଶ କଥା କହି ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥାରୁ ବିଜୁ ପଟ୍ଟନାୟକଙ୍କ ସବୁ ଛାପ ହଟାଇ ଦେବାକୁ ବିଜେପି ସରକାର କରିଥିବା ରଣନୀତିକୁ ଭେଦ କରିବାରେ ବିଜେଡି ସଫଳ ହୋଇପାରିନି । ଓଲଟା ଦଳ ଅଜଣା ଭୟରେ ଆତ୍ମସର୍ମପଣ କରିଦେଇଛି । ଆଉ ବିଜେପି ସରକାର ଆଜି ରାଜ୍ୟରେ ପ୍ରଥମଥର ପାଇଁ  ଭବ୍ୟ ଆକାରରେ ପାଳନ କରିଥିବା ‘ଜାତୀୟ ପଂଚାୟତିରାଜ ଦିବସ’ରେ ବିଜେଡିର ଜନପ୍ରତିନିଧିମାନେ ମୋଡ଼ିମକଚି ହୋଇ ସାମିଲ ହୋଇଛନ୍ତି । ୨୦୦୨ ମସିହା ଅଗଷ୍ଟ ମାସରେ ଡାକ୍ତର ଦାମୋଦର ରାଉତ ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ହେବାପରେ ୨୦୦୩ ମସିହାରୁ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ‘ପଂଚାୟତିରାଜ ଦିବସ’ ଭାବେ ପାଳନ କରି ଆସୁଥିଲେ ।

ସାମର୍ଥ୍ୟ ଥାଇ ବିଜେଡି କାହଁକି କଲା ଆତ୍ମସର୍ମପଣ

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ‘ପଂଚାୟତିରାଜ ଦିବସ’ ଭାବେ ଚଳିତବର୍ଷ ପାଳନ ନକରିବାକୁ ମୋହନ ମାଝୀଙ୍କ ସରକାର ନିଷ୍ପତ୍ତି ନେଲେ । ଯାହାକୁ ବିଜେଡି ସାମାନ୍ୟ ବିରୋଧ କରି ପରେ ଚୁପ୍ ବସିଗଲା । ଯଦିଓ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନାଟକୀୟ ଢଙ୍ଗରେ ବିଜୁ ପଟ୍ଟନାୟକଙ୍କୁ ଦଳ ନିଜର ପୋଷ୍ଟର-ବ୍ୟାନରରୁ ହଟାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସଙ୍କୁ ସ୍ଥାନିତ କରିଥିଲା । ସେବେଠୁ ବିଜୁବାବୁଙ୍କ ପ୍ରତି ଦଳୀୟ ନେତୃତ୍ୱଙ୍କ ସମ୍ମାନବୋଧ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ନିଜର ପ୍ରଥମ ବଜେଟରେ ‘ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକୁ’ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଥିଲେ । ବିଜୁଙ୍କ ନାଁ ସରକାରୀ କାର୍ଯ୍ୟକ୍ରମରୁ ବାଦ୍ ପଡ଼ିଥିଲେ ମଧ୍ୟ ବିଜେଡି ବିଶେଷ ବିରୋଧ କରିପାରିନଥିଲା କିମ୍ବା ଦଳ ସାଧାରଣରେ ଜନଆକ୍ରୋଶ ସୃଷ୍ଟି କରିବାରେ ବିଫଳ ରହିଥିଲା । ରାଜ୍ୟରେ ପଂଚାୟତଠୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଂଚାୟତିରାଜରେ ବିଜେଡିର ଦବଦବା ରହିଛି । ଦଳର ସଦସ୍ୟମାନେ ଏବେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । ମାତ୍ର ‘ଜାତୀୟ ପଂଚାୟତିରାଜ ଦିବସ’ରୁ ଦୂରେଇ ରହିବାକୁ ଦଳୀୟ ନିର୍ବାଚିତ ପ୍ରତିନିଧିମାନେ ସାମର୍ଥ୍ୟ ଜୁଟାଇ ପାରିନଥିଲେ ।

ଅଜଣା ଭୟରେ ପୀଡ଼ିତ ବିଜେଡି ନେତୃତ୍ୱ

ଦୀର୍ଘବର୍ଷ ଧରି ଦଳର ନେତୃତ୍ୱକୁ ଆଉଟସୋର୍ସିଂରେ ଦେଇଥିବାର ଅଭିଯୋଗ ମୁଣ୍ଡାଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଅଜଣା ଭୟରେ ପୀଡ଼ିତ । ବିଜେଡିର ଅଘୋଷିତ ସର୍ବେସର୍ବା ତାଙ୍କ ପାଖରେ ଛାଇଭଳି ରହି ଏଭଳି ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଯେ, ଦଳ ନିଜର ସବୁ ସାମର୍ଥ୍ୟ ଥାଇ ମଧ୍ୟ ପ୍ରମୁଖ ବିରୋଧୀ ଦଳ ଭୂମିକା ତୁଲାଇବାରେ ସକ୍ଷମ ହୋଇପାରୁନି । ପଂଚାୟତିରାଜ ବ୍ୟବସ୍ଥାରେ ବିଜୁ ପଟ୍ଟନାୟକଙ୍କ ନାଁକୁ ସବୁଦିନ ପାଇଁ ହଜାଇ ଦିଆଗଲା, ମାତ୍ର ଦଳ ମୁହଁ ଖୋଲି ପାରିଲା ନାହିଁ । ବିଜେଡି ନେତୃତ୍ୱ ମଧ୍ୟ ନିଜର ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କୌଣସି ନିର୍ଦ୍ଦେଶନାମା ଦେବାକୁ ସାହାସ ଜୁଟାଇ ପାରିଲେ ନାହିଁ । ଦଳ ଏବେ ଯେଉଁଭଳି ଢଙ୍ଗରେ ଗତି କରୁଛି ନବୀନଙ୍କ ଦସ୍ତଖତରେ ଯାଉଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା ।

ଅପରାଧ କରୁଛନ୍ତି ଉଭୟ ବିଜେଡି ଓ ବିଜେପି

ବିଜୁ ପଟ୍ଟନାୟକଙ୍କୁ ନେଇ ଉଭୟ ବିଜେଡି ଓ ବିଜେପି ଅପରାଧ କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି । ସେ କହିଛନ୍ତି ଯେ “ ବିଜେଡି ସରକାରରେ ଥିଲାବେଳେ ବିଜୁ ପଟ୍ଟନାୟକଙ୍କୁ ଅତିମାତ୍ରାରେ ମାର୍କେଟିଂ କଲା । ରାଜ୍ୟରେ ଅନ୍ୟ ବରପୁତ୍ରମାନେ ଥାଇ ମଧ୍ୟ ବିଜୁବାବୁଙ୍କ ନାଁରେ ସବୁ ସ୍କିମ, କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ଥାନର ନାମକରଣ ଆଦି କଲା । ଯାହାକି ଉଚିତ୍ ନଥିଲା । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜୁ ପଟ୍ଟନାୟକ ନାଁ ଜଡ଼ିତ ଥିବା ସବୁ ସ୍କିମ୍ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ । ଏପରିକି ପଂଚାୟତିରାଜ ଦିବସରୁ ବିଜୁବାବୁଙ୍କ ଛାପକୁ ସବୁଦିନ ପାଇଁ ପୋଛିବା ପାଇଁ ମଧ୍ୟ କାର୍ଯ୍ୟ କଲେ । ସେ ସରକାର ବିଜୁଙ୍କ ନାଁ ଅତିମାତ୍ରାରେ ଉପଯୋଗ କରୁଥିଲେ ଓ ୟେ ସରକାର ବିଜୁଙ୍କ ନାଁକୁ ସବୁଦିନ ପାଇଁ ପୋଛିବାର କାର୍ଯ୍ୟ କରୁଛନ୍ତି । ଉଭୟ ଅନୁଚିତ୍ ଓ ଅପରାଧ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।”

ଉଲ୍ଲେଖଯୋଗ୍ୟ, ବିଜେପି ସରକାର କ୍ଷମତାକୁ ଆସିବା ପରେପରେ ରାଜ୍ୟ କ୍ରୀଡ଼ା ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାଁ ବାଦ୍ ଦେଇଥିଲେ ମାତ୍ର ପରେ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ହେବାପରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story