ନିର୍ବାଚନ ଚିନ୍ତା: ୫୧ ଜଣିଆ ଆଇନ ସାମ୍ମୁଖ୍ୟ ଗଠନ କଲା ବିଜେଡି

ପୂର୍ବରୁ ଆଇନ ସାମ୍ମୁଖ୍ୟର ଆବାହକ ଥିବା ମିଲନ କାନୁନଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି ।

Representative image

  • Published: Saturday, 25 February 2023
  • , Updated: 25 February 2023, 10:54 PM IST

୨୦୧୯ ସାଧାରଣ ନିର୍ବାଚନ ପରଠୁ କୋମାରେ ଥିବା ବିଜେଡି ଆଇନ ସାମ୍ମୁଖ୍ୟର ଆଜି ପୁନର୍ଗଠନ ହୋଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ୫୧ଜଣିଆ ଆଇନ ସାମ୍ମୁଖ୍ୟ ଗଠନ ହୋଇଛି । ପୂର୍ବରୁ ଆଇନ ସାମ୍ମୁଖ୍ୟର ଆବାହକ ଥିବା ମିଲନ କାନୁନଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ତାଙ୍କ ସହିତ ୪ଜଣ ଉପଦେଷ୍ଟା, ୭ଜଣ ଉପସଭାପତି, ଜଣେ ସମ୍ପାଦକ. ଜଣେ ରାଜ୍ୟ ସଂଯୋଜକ ଓ ୪ଜଣ ଜୋନାଲ ସଂଯୋଜକଙ୍କୁ ନିଯୁକ୍ତି ମିଳିଥିବାବେଳେ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଇନ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ମିଲନ କାନୁନଗୋ, ସମ୍ପାଦକ- ଶୁଭ୍ରାଂଶୁ ଶେଖର ମହାନ୍ତି, ଉପସଭାପତି- ପ୍ରବୀରର କୁମାର ପଟ୍ଟନାୟକ(ଭୁବନେଶ୍ୱର), ଆନନ୍ଦ ବଡ଼ଗୁଇଁଆ(ସମ୍ବଲପୁର), ସନ୍ତୋଷ ନାୟକ(ରାଉରକେଲା), ବିଷ୍ଣୁ ପ୍ରସାଦ ପାତ୍ର(କୋରାପୁଟ), ଅଶୋକ କୁମାର ମହାନ୍ତି(ବଲାଙ୍ଗିର), ଚକ୍ରଧର ମହାନ୍ତି(ବାଲେଶ୍ୱର) ଓ ଅନୀଲ କୁମାର ସାହୁ(ବ୍ରହ୍ମପୁର) ରହିଥିବାବେଳେ ରାଜ୍ୟ ସଂଯୋଜକ ଭାବେ ମନୋଜ କୁମାର ବର୍ମା ଓ ଜୋନାଲ ସଂଯୋଜକ ଭାବେ ସଞ୍ଜୟ କୁମାର ଦାସ( ଉତ୍ତର), ଜନ୍ମେଜୟ କଟକିଆ(ଦକ୍ଷିଣ), ଅରୂପାନନ୍ଦ ଦାସ(ପୂର୍ବ) ଓ ରବି ନାୟକ(ପଶ୍ଚିମ ଜୋନ୍ ) ସଂଯୋଜକ ଭାବେ କାର୍ଯ୍ୟ କରିବେ ।

ସେହିପରି ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ଭାବେ ଆର୍ତ୍ତତ୍ରାଣ ମିଶ୍ର(ସମ୍ବଲପୁର), ସୀତାଂଶୁ ଦ୍ୱିବେଦୀ(ଭୁବନେଶ୍ୱର), ହରଜିନ୍ଦର ସିଂ(ଭବାନୀପାଟଣା) ଓ ଗଗନ ଚରଣ ମେହେର(କଟକ)ଙ୍କୁ ନିଯୁକ୍ତି ମିଳିଛି ।

ଜିଲ୍ଲା ଆଇନ ସାମ୍ମୁଖ୍ୟ ସଭାପତି ଭାବେ ଶଶୀଭୂଷଣ ଦାସ-କଟକ, ଜୟଦୀପ ପାଲ- କଟକ ସିଟି, ରାଜକିଶୋର ଖଟୁଆ-ଜଗତସିଂହପୁର, ଭୀମସେନ ଭୂୟାଁ-କେନ୍ଦ୍ରାପଡ଼ା, ରାଜୀବ ମହାନ୍ତି-ଯାଜପୁର, ବିଭାଗନ ଚନ୍ଦ୍ର ମହାନ୍ତି-ଖୋର୍ଦ୍ଧା, ସୁରେଶ ଚନ୍ଦ୍ର ବାରିକ- ଭୁବନେଶ୍ୱର ସିଟି, ଶ୍ରୀପ୍ରକାଶ ମିଶ୍ର-ପୁରୀ, ବଂଶୀଧର ରାଉତରାୟ-ନୟାଗଡ଼, ଗୋପାଳ ଚନ୍ଦ୍ର ପାତ୍ର-ଢେଙ୍କାନାଳ, ପରମାନନ୍ଦ ମିଶ୍ର- ଅନୁଗୋଳ, ବିଜୟ କୁମାର ପ୍ରଧାନ-ଗଞ୍ଜାମ, ରମାନାଥ ମିଶ୍ର-ଗଜପତି, ପ୍ରତାପ କୁମାର ପାତ୍ର- କନ୍ଧମାଳ,  ଧୁରୀଣ କୁମାର ଦେହୁରୀ- ବୌଦ୍ଧ, ବିପିନ ବିହାରୀ ବରାଇ- ଝାରୁସୁଗୁଡ଼ା, ଅଶୋକ କୁମାର ସ୍ୱାଇଁ- ସୁନ୍ଦରଗଡ଼, ବସନ୍ତ କୁମାର ମିଶ୍ର- ସମ୍ବଲପୁର, ସତ୍ୟନାରାୟଣ ମହାପାତ୍ର-ରାଉରକେଲା ସହର, ଅଶୋକ କୁମାର ଯୋଶୀ- ବରଗଡ଼, ପ୍ରଫୁଲ୍ଲ ନାଏକ-ବଲାଙ୍ଗିର, ରଞ୍ଜନ କୁମାର ସାହୁ-ଦେବଗଡ଼,ସୁଧୀର କୁମାର ପଟ୍ଟନାୟକ- କଳାହାଣ୍ଡି, ଅଶୋକ କୁମାର ଦେବଞ୍ଜନ- ନୂଆପଡ଼ା, ହୃଦାନନ୍ଦ ଦ୍ୱିବେଦୀ-କେନ୍ଦୁଝର, ପୱନ କୁମାର ଶର୍ମା- ଭଦ୍ରକ, ସୂର୍ଯ୍ୟକାନ୍ତ କର-ବାଲେଶ୍ୱର, ଶାନ୍ତନୁ କୁମାର ଦାସ-ମୟୂରଭଞ୍ଜ, ଗୋପାଳ କୃଷ୍ଣ ପଣ୍ଡା-ମାଲକାନଗିରି, ବ୍ରଜ ସୁନ୍ଦର ନାୟକ- ରାୟଗଡ଼ା, ସଚିଦାନନ୍ଦ ସ୍ୱାଇଁ-ନବରଙ୍ଗପୁର,ରମାକାନ୍ତ ରାଉଳ-କୋରାପୁଟ ଓ ମଧୁସୂଦନ ଆଚାର୍ଯ୍ୟ-ସୋନପୁର ଜିଲ୍ଲା ଆଇନ ସାମ୍ମୁଖ୍ୟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖିô ଏବେ ଓକିଲମାନଙ୍କ ମାଧ୍ୟମରେ ବିଜେଡି ନିଜର ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

Related story