ଚର୍ଚ୍ଚାରେ ବବି-ମାନସଙ୍କ ନୂଆ କମ୍ପାନୀ: ସୁରକ୍ଷିତ ଅଛି ତ ବିଜେଡି ପାଣ୍ଠି, ଆଶଙ୍କାରେ ନେତା

ତଥ୍ୟ ଅନୁସାରେ, ୨୦୧୮-୧୯ରୁ ୨୦୨୩ ସେପ୍ଟେମ୍ବର ମାସ ମଧ୍ୟରେ ବିଜେଡିକୁ କେବଳ ୯୪୪.୫୦କୋଟି ଟଙ୍କାର ପାଣ୍ଠି ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିଲା । ଏହା ବ୍ୟତୀତ ଅଣଆନୁଷ୍ଠାନିକ ଭାବେ ବିଜେଡି ପାଖରେ କେତେ ପାଣ୍ଠି ରହିଛି ତାହା ଆକଳନ କରିବା ସହଜ ନୁହେଁ ।

Pandian And Bobby

ପାଣ୍ଡିଆନ ଏବଂ ବବି

Ordigital Desk
  • Published: Friday, 18 October 2024
  • Updated: 18 October 2024, 09:33 PM IST

Sports

Latest News

ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଦିନକୁ ଦିନ ବେଲଗାମ୍ ଓ ଉଗ୍ର ହେବାରେ ଲାଗିଛି । ଆଉ ଏହି ଦଳୀୟ କନ୍ଦଳ ଭିତରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ‘ଆତ୍ମଘୋଷିତ କ୍ରୀତଦାସ’ ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ରଞ୍ଜନ ମଙ୍ଗରାଜଙ୍କ ମାଲିକାନାରେ ଜନ୍ମ ନେଇଛି ଏକ ନୂଆ କମ୍ପାନୀ । ମାତ୍ର ୧୫ଦିନ ତଳେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍ କମ୍ପାନୀ(ଆରଓସି)ଙ୍କ ପାଖରେ ଏହି ପ୍ରାଇଭେଟ୍ କମ୍ପାନୀ ପଞ୍ଜିକୃତ ହେବାପରେ ବିଜେଡିର ଦଳୀୟ ପାଣ୍ଠିକୁ ସ୍ଥାନାନ୍ତର ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତା ଓ ହୀନମନ୍ୟତା ଯୋଗୁ ନିର୍ବାଚନୀ ବିପର୍ଯ୍ୟୟ ପରେ ମଧ୍ୟ ଦଳୀୟ ସଂଗଠନର ନିୟନ୍ତ୍ରଣ ପୂର୍ବଭଳି ପାଣ୍ଡିଆନ ଓ ତାଙ୍କ ସହଯୋଗୀଙ୍କ ହାତରେ ରହିଥିବାରୁ ବିଜେଡି ନେତାମାନେ ଦଳୀୟ ପାଣ୍ଠିର ସୁରକ୍ଷାକୁ ନେଇ ସନ୍ଦେହ ଓ ଆଶଙ୍କା ମଧ୍ୟରେ ରହିଥିବା ଜଣାପଡ଼ିଛି ।

ବିଜେଡି ଶାସନକାଳରେ ପାଣ୍ଡିଆନ ଓ ତାଙ୍କ ଖାସ୍ ସହଯୋଗୀ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଛତ୍ରଛାୟାରେ ରହି ଉଭୟ ବବି ଓ ମାନସ ନିଜ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା ଚର୍ଚ୍ଚା ହୁଏ । ବବି ନିଜ ଭାଇ,ଦାଦା ଓ ପରିବାର ସଦସ୍ୟଙ୍କ ସମେତ କିଛି କର୍ମଚାରୀଙ୍କ ନାଁରେ ପୁଳାପୁଳା କମ୍ପାନୀ ଖୋଲି କୋଟିକୋଟି ଟଙ୍କା ଉପାର୍ଜନ କରିଥିବାବେଳେ ମାନସ ମଧ୍ୟ ମାତ୍ର ୫-୭ବର୍ଷ ମଧ୍ୟରେ ବହୁ କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ତେବେ ବିଜେଡି ସରକାରରେ ଏହି ଦୁଇ ତଥାକଥିତ ନେତା ନିଜ ଓ ପରିବାରର ସଦସ୍ୟମାନଙ୍କ ମାଲିକାନରେ ଥିବା କମ୍ପାନୀଗୁଡ଼ିକ ମାଧ୍ୟମରେ କୋଟିକୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ଉଭୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆନୁଷ୍ଠାନିକ ଭାବେ କାଗଜପତ୍ରରେ ଏକାଠି କୌଣସି କମ୍ପାନୀରେ ଭାଗିଦାର ହୋଇନଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ବିଜେଡି ଶାସନର ପତନ ପରେ ଓ ଆଭ୍ୟନ୍ତରୀଣ କନ୍ଦଳ ଚରମସୀମାରେ ପହଂଚିଥିବାବେଳେ ଉଭୟ ମାନସ ଓ ବବିଙ୍କ ମିଳିତ ମାଲିକାନାରେ ମାତ୍ର ୧୫ଦିନ ତଳେ ଅର୍ଥାତ୍ ଅକ୍ଟୋବର ୩ତାରିଖରେ ଏକ ନୂଆ କମ୍ପାନୀ ଗଠନ ହୋଇଛି । ଏହି କମ୍ପାନୀରେ ପରିଚାଳନା ନିର୍ଦ୍ଦେଶକ ଭାବେ ମାନସ ଥିବାବେଳେ ନିର୍ଦ୍ଦେଶକ ଅଛନ୍ତି ବବିଙ୍କ ଭାଇ ସୌମ୍ୟପ୍ରକାଶ ଦାସ । ୧ଲକ୍ଷ ଟଙ୍କାର ପେଡ୍ କ୍ୟାପିଟାଲ ଓ ୧୫ଲକ୍ଷ ଟଙ୍କାର ଅଥରାଇଜଡ୍ ଶେୟାର କ୍ୟାପିଟାଲରେ ଏହି କମ୍ପାନୀ ଖୋଲାଯାଇଛି । ଆଉ କମ୍ପାନୀର ନାଁ ‘ଚତୁର୍ଦ୍ଧା ଫାଉଣ୍ଡେସନ’ ରଖାଯାଇଛି ଓ ଏହାର ଠିକଣା ମାନସଙ୍କ କଳିଙ୍ଗନଗରସ୍ଥିତ ଘରର ଠିକଣା ରହିଛି । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ରେକର୍ଡରେ ଏହି କମ୍ପାନୀ ‘ ଆବାସିକ ସୁବିଧା ବିନା ସାମାଜିକ କାର୍ଯ୍ୟ’ ଆଦିର ଗତିବିଧି କରିବ ବୋଲି ଉଲ୍ଲେଖ ରହିଛି ।

Also Read

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଶାସନରେ ଥିବାବେଳେ ବବି-ମାନସ ଅବା ଉଭୟଙ୍କ ପରିବାର ସଦସ୍ୟ ମିଳିତ ଭାବେ କୌଣସି ଗୋଟିଏ ବି କମ୍ପାନୀରେ ଏକାଠି ମାଲିକାନା ରଖିନଥିବା ସତ୍ତ୍ୱେ ଏବେ ଏଭଳି କମ୍ପାନୀ ଗଢ଼ିବାର ଆବଶ୍ୟକତା କାହିଁକି ପଡ଼ିଲା । ଦଳରେ କନ୍ଦଳ ଥମିବାର ନାଁ ଧରୁନି, ଆଉ ଏଭଳି ସମୟରେ ଏହି ନୂଆ କମ୍ପାନୀ ଗଢ଼ାଯିବା ସିଧାସଳଖ ପାଣ୍ଡିଆନ, ବବି ଓ ମାନସଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣି ନେଇଛି ବୋଲି ଚର୍ଚ୍ଚା ହେଉଛି । ୨୪ବର୍ଷର ଶାସନର ପତନ ପାଇଁ  ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ ନେତାମାନେ ଖୋଲାଖୋଲି ପାଣ୍ଡିଆନ ଓ ତାଙ୍କର ଏହି ଟିମ୍ ସଦସ୍ୟମାନଙ୍କ ଅହଙ୍କାର, ମାମଲାତି ଓ ଔଦ୍ଧତ୍ୟ ତଥା ନବୀନ ପଟ୍ଟନାୟକଙ୍କ ସ୍ଥାଣୁତାକୁ ଦାୟୀ କରୁଛନ୍ତି । ଆଉ ନିର୍ବାଚନୀ ପରାଜୟର ସମୀକ୍ଷା ହେଲେ ସେମାନଙ୍କର ଦୋଷ ଦୁର୍ବଳତା ପଦାରେ ପଡ଼ିବ ଓ ସେମାନଙ୍କୁ ଦଳରୁ ବିଦା ପାଇଁ ଦାବି ଜୋର ଧରିପାରେ ବୋଲି ପାଣ୍ଡିଆନ ଓ ତାଙ୍କ ଟିମ୍ ଆଶଙ୍କା କରୁଛନ୍ତି । ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ଦଳରେ ଦିନକୁ ଦିନ ବଢ଼ୁଥିବା ଆଭ୍ୟନ୍ତରୀଣ କନ୍ଦଳ ଭିତରେ ଏହି ଗୋଷ୍ଠୀ ଦଳୀୟ ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ପ୍ରୟାସ କରୁଥାଇପାରନ୍ତି ବୋଲି ବିଜେଡି ନେତାମାନେ ଆଶଙ୍କା କରିଛନ୍ତି । ଯଦିଓ ଆନୁଷ୍ଠାନିକ ଭାବେ ବୟାନ ଦେବାକୁ ଦଳର କିଛି ବରିଷ୍ଠ ନେତା ଚାହୁଁନାହାନ୍ତି ତଥାପି ଏଭଳି ଆଶଙ୍କା ଓ ସନ୍ଦେହ ଅମୂଳକ ନୁହେଁ ବୋଲି ସେମାନେ ସ୍ୱୀକାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନବୀନଙ୍କ ଅପାରଗତାର ସୁଯୋଗ ନେଇ ଦୀର୍ଘ ଏକ ଦଶନ୍ଧି ଧରି ପାଣ୍ଡିଆନ ବିଜେଡିର ଅଘୋଷିତ ସର୍ବେସର୍ବା ପାଲଟିଛନ୍ତି । ଦଳୀୟ ପାଣ୍ଠି  କେତେ ଅଛି ତା’ର  ଟେର ପାଇବା ମଧ୍ୟ ଦଳୀୟ ନେତାମାନଙ୍କ ପକ୍ଷେ ସମ୍ଭବପର ନୁହେଁ । ଆଉ ପାଣ୍ଡିଆନଙ୍କ ଅଜାଣତରେ ବବିଙ୍କ ସାନଭାଇ-ମାନସଙ୍କ ନାଁରେ ‘ଚତୁର୍ଦ୍ଧା ଫାଉଣ୍ଡେସନ’ କମ୍ପାନୀ ଖୋଲାଯିବାର ସମ୍ଭାବନା ବି କ୍ଷୀଣ । ଯେହେତୁ ପାଣ୍ଡିଆନଙ୍କୁ ନେଇ ଦଳରେ ବିରୋଧ ତୀବ୍ର ହେବାରେ ଲାଗିଛି ତେଣୁ ତାଙ୍କ ନିୟନ୍ତ୍ରଣରେ ଥିବା ଦଳୀୟ ପାଣ୍ଠିକୁ ସେ ହୁଏତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଲାଣି ।

ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲରେ ମାନସ ବିଜେଡିରେ ସାମିଲ ହେବା ପୂର୍ବରୁ ଡିଏସ୍ କୁଟ୍ଟେଙ୍କ ଭାଇ ଅବିନାଶଙ୍କ ସହ ମିଶି ବ୍ୟବସାୟ କରୁଥିଲେ । ଯଦିଓ ୨୦୦୯ରେ ମାନସଙ୍କ ମୁଣ୍ଡରେ ୭୦ଲକ୍ଷ ଟଙ୍କାର ଋଣବୋଝ ରହିଥିଲା, କିନ୍ତୁ କୁଟ୍ଟେଙ୍କ ଭାଇଙ୍କୁ ନିଜ ଖଣି କମ୍ପାନୀରେ ନିର୍ଦ୍ଦେଶକ କରି ରଖିବାପରେ ମାନସଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି ହୋଇଛି । ବହୁ ପରିମାଣ ଜମି ଓ ଘର କ୍ରୟ ସହ କୋଟିକୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ୩ଟି କମ୍ପାନୀ(ନୂଆ କମ୍ପାନୀକୁ ଛାଡ଼ି) ମଧ୍ୟ ମାନସଙ୍କର ମାଲିକାନାରେ ରହିଥିବା ଜଣାପଡ଼ିଛି । ସେପଟେ ବବି ନିଜ ଭାଇ, ପରିବାର ସଦସ୍ୟ ଓ କର୍ମଚାରୀମାନଙ୍କ ନାଁରେ ପୁଳାପୁଳା କମ୍ପାନୀ ରହିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story