Advertisment

ଦାଗୀଙ୍କୁ ପୁଣି ଟିକେଟ୍ ଦେଲା ବିଜେଡି: ହତ୍ୟା,ଗ୍ୟାଙ୍ଗଷ୍ଟାର ଓ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ନବୀନଙ୍କ ଭରସା

ହତ୍ୟା, ଚିଟଫଣ୍ଡ, ଯୌନ କେଳେଙ୍କାରୀ, ଗ୍ୟାଙ୍ଗଷ୍ଟାର ଓ ଦୁର୍ନୀତି ଆଦି ମାମଲାରେ ବିବାଦୀୟ ନେତାମାନଙ୍କ ଉପରେ ବିଜେଡି ନେତୃତ୍ୱ ଭରସା କରିଛନ୍ତି।

ଅଦ୍ୟତନ ହୋଇଛି
Sankha bhawan BJD

Sankha bhawan BJD

Advertisment

ବିଜେଡି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୭୧ ବିଧାନସଭା ଓ ୯ ଲୋକସଭା ଆସନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ସନ୍ଦେଶ ମାଧ୍ୟମରେ ଜାରି କରିଥିବା ପ୍ରାର୍ଥୀ ତାଲିକାରେ ଅନେକ ବିବାଦୀୟ ଓ ଦାଗୀ ନେତା ରହିଛନ୍ତି। ହତ୍ୟା, ଚିଟଫଣ୍ଡ, ଯୌନ କେଳେଙ୍କାରୀ, ଗ୍ୟାଙ୍ଗଷ୍ଟାର ଓ ଦୁର୍ନୀତି ଆଦି ମାମଲାରେ ବିବାଦୀୟ ନେତାମାନଙ୍କ ଉପରେ ବିଜେଡି ନେତୃତ୍ୱ ଭରସା କରିଛନ୍ତି।

Advertisment

ଦଳ ଏହି ବିବାଦୀୟ ନେତାମାନଙ୍କ ବିନା ଯେ ଚାଲିବା ସମ୍ଭବପର ନୁହେଁ ସେଭଳି ବାଧ୍ୟବାଧକତା ବିଜେଡି ନେତୃତ୍ୱଙ୍କ ପାଖରେ ରହିଥିବାର ସ୍ପଷ୍ଟ ସନ୍ଦେଶ ମିଳିଛି। ମମିତା ମେହେର ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ସଂଯୁକ୍ତା ମହଲ ଯୌନ ନିର୍ଯାତନା, ଗ୍ୟାଙ୍ଗଷ୍ଟାର ଧଳ ବ୍ରଦର୍ସଙ୍କ ସହ ସମ୍ପର୍କ, ସେକ୍ସ ର‌୍ୟାକେଟ୍ ଓ ଚିଟଫଣ୍ଡ ଦୁର୍ନୀତି ଆଦି ମାମଲାରେ ବିବାଦୀୟ ନେତାମାନଙ୍କୁ ବିଜେଡି ଆଜି ପୁଣିଥରେ ଟିକେଟ୍ ଦେଇଛି। ବିଶେଷକରି ଏହି ନେତାମାନଙ୍କୁ ଟିକେଟ୍ ଦେଇ ଦଳ ଉପରୋକ୍ତ ହୃଦୟ ବିଦାରକ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଜଘଂନ୍ୟ ମାମଲାରେ ନ୍ୟାୟ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।

୨୦୨୩ ମସିହାର ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବିବାଦୀୟ ସୁଶାନ୍ତ ସିଂ, ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ର, ସଂଯୁକ୍ତା ମହଲ ଯୌନନିର୍ଯାତନା ମାମଲାରେ ବିବାଦୀୟ ଶ୍ରୀକାନ୍ତ ସାହୁ, ଚିଟଫଣ୍ଡ ଦୁର୍ନୀତିରେ ପ୍ରଣବପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା, ପରୀ ହତ୍ୟା ଘଟଣାରେ ଅରୁଣ ସାହୁ, ଧଳବ୍ରଦର୍ସ ମାମଲାରେ ବ୍ୟୋମକେଶ ରାୟ ଆଦି ବିବାଦୀୟ ଥିଲେ ମଧ୍ୟ ବିଜେଡି ସେମାନଙ୍କୁ ପୁଣିଥରେ ଟିକେଟ୍ ଦେଇଛି। ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲଙ୍କ ନାଁ ରହିଛି। କେବଳ ସେତିକି ନୁହେଁ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅଙ୍କୁ ଦଳ ପୁଣିଥରେ ଟିକେଟ୍ ଦେଇଛି।

Advertisment

ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ନିଜର ବିଭିନ୍ନ କାର୍ଯ୍ୟକଳାପ ପାଇଁ ବିବାଦରେ ଥିବାବେଳେ ଦଳ ତାଙ୍କୁ ପୁଣିଥରେ ଟିକେଟ୍ ଦେଇଛି। କ୍ଷମତାର ଦୁରୂପଯୋଗ କରି ପୁଲିସ କର୍ମଚାରୀଙ୍କୁ ଧମକାଇ, ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଭଳି ଅନେକ ଘଟଣାରେ ସେ ବିବାଦୀୟ ଥିଲେ। ଏପରିକି ଧାମନଗର ଉପନିର୍ବାଚନରେ ବିଜେଡି ପରାଜିତ ହେବା ପଛରେ ବ୍ୟୋମକେଶଙ୍କ ଭୂମିକା ଅଧିକ ବୋଲି ଚର୍ଚ୍ଚା ହେଉଥିଲା। ଦଳର ଯୁବ ସଂଗଠନର ନେତୃତ୍ୱ ନେଇଥିଲେ ମଧ୍ୟ ନିଜର ଅପାରଗତା ଯୋଗୁ ସେ ଆଜି ପର୍ଯ୍ୟନ୍ତ ସଂଗଠନକୁ ଅଧିକ କ୍ରିୟାଶୀଳ କିମ୍ବା ଲୋକାଭିମୁଖୀ କରିପାରିନାହାନ୍ତି। ଏସବୁ ଅପାରଗତା ଓ ବିବାଦ ଥାଇ ମଧ୍ୟ ଦଳ ତାଙ୍କୁ ପୁଣିଥରେ ଟିକେଟ୍ ଦେଇଛି। ଯାହାକି ବିଜେଡିରେ ତୋଷାମଦକାରୀଙ୍କୁ ପ୍ରୋତ୍ସାହନ ମିଳୁଥିବାର ସନ୍ଦେଶ ଦେଇଛି।

BjD Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe