Advertisment

ସାନ ଭାଇର ଟିକେଟ୍ କାଟି ବଡ଼ ଭାଇକୁ ଦେଲେ

୨୦୧୯ ନିର୍ବାଚନରେ ବଡ଼ ଭାଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ସାନ ଭାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

author-image
Jitendra Garnayak
Patnaik And Pandian

Patnaik And Pandian

ବିଜେଡି ଆଜି ୭୧ଟି ବିଧାନସଭା ଓ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ଆସନରୁ ଦଳ ରମେଶ ଚନ୍ଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ଝରିଗାଁ ବିଧାନସଭା ଆସନରୁ ରମେଶଙ୍କ ସାନ ଭାଇ ପ୍ରକାଶ ଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ। ତେବେ ଏଥର ଦଳ ପ୍ରକାଶଙ୍କ ବଦଳରେ ରମେଶଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

Advertisment

ରମେଶ ମାଝୀ କହିଛନ୍ତି,ଏହି ଆସନରୁ ମୋ ଭାଇ ଗତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ଟିକେଟ ଦିଆଯାଇ ନଥିବାରୁ ମୋତେ ଦୁଃଖ ଲାଗୁଛି। କିନ୍ତୁ ଦଳର ନିଷ୍ପତ୍ତିକୁ ମାନିବାକୁ ପଡ଼ିବ। ଦଳର ସଭାପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ।  

ରମେଶଙ୍କ ପାଇଁ ଝରିଗାଁରୁ ନିର୍ବାଚନ ଲଢ଼ିବା କିଛି ନୂଆ କଥା ନୁହେଁ। ୨୦୦୯ ଓ ୨୦୧୪ରେ ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ତାଙ୍କ ଭାଇ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଝରିଗାଁ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ଉଭୟ ବିଜୟ ହୋଇଥିଲେ।

Advertisment
Ramesh and Prakash Majhiରମେଶ ମାଝୀ ଓ ତାଙ୍କ ଭାଇ ପ୍ରକାଶ ମାଝୀ

ଏଥର ବିଜେଡି ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ କୁମାର ମାଝୀଙ୍କୁ ପ୍ରାର୍ଥୀ କରିଛି। ପ୍ରଦୀପ କଂଗ୍ରେସରେ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ରମେଶ ମାଝୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। ୨୦୦୯ରେ ପ୍ରଦୀପ ମାଝୀ କଂଗ୍ରେସ ଟିକେଟରେ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।  

ରମେଶ ମାଝୀ ୨୦୦୪ରେ ପ୍ରଥମେ ବିଜେଡି ଟିକେଟରେ ଡାବୁଗାଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପର ଦୁଇଟି ବିଧାନସଭା ନିର୍ବାଚନ ସେ ଝରିଗାଁରୁ ଜିତିଥିଲେ। ଅନ୍ୟପକ୍ଷରେ ତାଙ୍କ ସାନ ଭାଇ ପ୍ରକାଶ ଚନ୍ଦ୍ର ମାଝୀ ମାତ୍ର ଗୋଟିଏ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସରକାରୀ ଚାକିରି ଛାଡ଼ି ସେ ୨୦୧୯ରେ ଝରିଗାଁରୁ ବିଜେଡି ଟିକେଟରେ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ।

BjD Loka Sabha Election 2024 Odisha Assembly Election 2024