Advertisment

ମାଗଣା ଯୋଜନା ବର୍ଷା; ୪ ଦିନରେ ରାଜ୍ୟ ସରକାରଙ୍କ ୬ ଥୋପ

ଗର୍ଭବତୀଙ୍କ ପାଇଁ ରାଜ୍ୟ ସରକାର ‘ମମତା’ର ସହାୟତା ରାଶି ବୃଦ୍ଧି କରିଛନ୍ତି। ଏଣିକି ଗର୍ଭବତୀମାନେ ୫ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ପାଇବେ। ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ।

author-image
Manoranjan Sial
BJD

BJD

ଲଗାତାର ୫ଟି ପାଳି ଶାସନ କ୍ଷମତାରେ ରହିଥିଲା ବିଜେଡି। ହେଲେ ଲୋକଙ୍କ ମନ କିଣି ପାରିଲା ନାହିଁ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି 'ମାଗଣା' ଯୋଜନା ବର୍ଷା କରୁଛି। ଭୋଟ୍ ଧରିବାକୁ ବିଜେଡି ସରକାରର ଫ୍ରି ସ୍କିମ୍‌ ଜାଲ। ଗତ ୪ ଦିନରେ ୬ଟି ମାଗଣା ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର।

Advertisment

ଗତ ଶନିବାର ସବୁ ଭତ୍ତା ୫୦୦ ଟଙ୍କା ବୃଦ୍ଧି କରିଥିଲେ ରାଜ୍ୟ ସରକାର। ରବିବାର କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ ଦେବେ ବୋଲି ଘୋଷଣା କରିଥିଲେ। ସୋମବାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ହଜାରେ ଟଙ୍କାର ସହାୟତା ଓ ମାଗଣାରେ ୨ଟି ଲେଖାଏଁ ଝୋଟ ବ୍ୟାଗ୍। ବେକାର ଯୁବକଯୁବତୀମାନଙ୍କୁ ‘ସ୍ୱୟମ୍‌’ ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏ ଋଣ। ଆଉ ଆଜି ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ଓ' ଶିକ୍ଷାବୃତ୍ତିରେ ବର୍ଷକୁ ୯ରୁ ୧୦ ହଜାର ଟଙ୍କାର ଯାଏ ସହାୟତା ଘୋଷଣା। ପୁଣି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ନୂଆ ମ୍ୟାଜିକ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଯହାଦ୍ୱାରା ଛାତ୍ରଛାତ୍ରୀମାନେ ମାଗଣାରେ ବସ ଓ ଟ୍ରେନରେ ଯାତାୟତ କରିବା ସହ ଫ୍ରି ୱାଇଫାଇ ସୁବିଧା ପାଇପାରିବେ।

ସେହିପରି ଗର୍ଭବତୀଙ୍କ ପାଇଁ ରାଜ୍ୟ ସରକାର ‘ମମତା’ର ସହାୟତା ରାଶି ବୃଦ୍ଧି କରିଛନ୍ତି। ଏଣିକି ଗର୍ଭବତୀମାନେ ୫ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ପାଇବେ। ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ଘୋଷଣା କରିବା ପାଇଁ କସରତ ଚଳାଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି ପିଡିଏସ୍ ହିତାଧିକାରୀଙ୍କୁ ହଜାର ଟଙ୍କା ଦେବା, ଭୋଟରଙ୍କୁ ସିଧାସଳଖ ଲାଞ୍ଚ। ଏହାସହ ଯୁବକ ଯୁବତୀଙ୍କୁ ବିନା ସୁଧରେ ଋଣ ପାଇଁ ଘୋଷଣା ହୋଇଥିବା ସ୍ୱୟମ ଯୋଜନା କେନ୍ଦ୍ର ସରକାରଙ୍କର। କଂଗ୍ରେସ ମଧ୍ୟ ଏହାକୁ ରାଜ୍ୟ ସରକାରଙ୍କ ନିର୍ବାଚନୀ ଜୁମଲା ବୋଲି କହିଛି। ଯାହାର ଜବାବ ରଖିଛି ବିଜେଡି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଲଗାତାର ୨୪ ବର୍ଷ ଲମ୍ବା ଶାସନ ପରେ ମଧ୍ୟ ବିଜେଡିକୁ କାହିଁକି ଆବଶ୍ୟକ ପଡୁଛି ମାଗଣା ଯୋଜନା? ବିକାଶ ଆଉ ରୂପାନ୍ତୀକରଣର କଥା କହୁଥିବା ବିଜେଡି ସରକାର, କାହିଁକି ଭୋଟରଙ୍କୁ ଦେଉଛି ନିର୍ବାଚନୀ ଥୋପ? ଗ୍ରାଉଣ୍ଡରେ ସରକାରଙ୍କ ବିରୋଧରେ ରହିଥିବା ଜନ ଅସନ୍ତୋଷକୁ କାଉଣ୍ଟର କରିବାକୁ ଏହି ମାଗଣା ସ୍କିମ ଷ୍ଟ୍ରାଟେଜି କି ? କାହିଁକି ନା ନିକଟରେ ଟାଇମ୍ସ ନାଓ ସର୍ଭେ ଅନୁସାରେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢୁଥିବା ବେଳେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିଛି।

ସର୍ଭେ ଏହା ମଧ୍ୟ କହୁଛି, ନବୀନଙ୍କ ଶାସନକୁ ନେଇ ୪୩ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା ବେଳେ ୩୧ ପ୍ରତିଶତ ଆଂଶିକ ସନ୍ତୁଷ୍ଟ। ତା’ଛଡ଼ା ବିଭିନ୍ନ ଜାତୀୟ ସଂସ୍ଥାର ସର୍ଭେ ଆକଳନ କରୁଛି, ଆସନ୍ତା ନିର୍ବାଚନରେ ବିଜେଡି ଉପରେ ଭାରି ପଡିପାରେ ବିଜେପି। ସବୁଠୁ ବଡ଼ କଥା ହେଲା, ଏସବୁ ମାଗଣା ଯୋଜନା ବାବଦକୁ ସରକାରୀ ତହବିଲରୁ କୋଟି କୋଟି ଖର୍ଚ୍ଚ କରିବେ ସରକାର। ଭତ୍ତା ବୃଦ୍ଧି ଯୋଗୁ ବାର୍ଷିକ ୩ ହଜାର ୬୮୩ କୋଟି, ପିଡିଏସ୍‌ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଓ ମାଗଣା ବ୍ୟାଗ୍‌ ପାଇଁ ଖର୍ଚ୍ଚ କରିବେ ୧୨୭୩ କୋଟି ଟଙ୍କା। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ରାଜ୍ୟ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଏତେ ଟଙ୍କା ଏକାଥରେ ଖର୍ଚ୍ଚ କରିବା ଅପେକ୍ଷା ଦୀର୍ଘମିଆଦି ଭାବେ ଗରିବ କଲ୍ୟାଣରେ ଖର୍ଚ୍ଚ କଲେ ଭଲ ହୋଇଥାଆନ୍ତା।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ କାଳିଆ, ମହିଳାଙ୍କ ପାଇଁ ପିଠା, ପରି ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ ନବୀନ ସରକାର। ଯଦିଓ ୨୦୧୯ ମସିହାରେ ବିଜେଡି କ୍ଷମତା ବଜାୟ ରଖିଥିଲା, ତଥାପି ୨୦୧୪ ତୁଳନାରେ ଦଳର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା କମିଥିଲା। ଦେଖିବାର କଥା ୨୪ରେ ଏହି ଷ୍ଟ୍ରାଟେଜି କେତେ କାମ ଦେଉଛି?

BjD Naveen Patnaik