ବିଜେଡି ଛାନିଆ, ଡାକିଲା ପୌରାଧ୍ୟକ୍ଷମାନଙ୍କ ଜରୁରୀ ବୈଠକ: ବିଜେପି ପାଇଁ ଖୋଲିଲା କି ବାଟ

ଦଳ ଆଜି ବିଭିନ୍ନ ପୌର ସଂସ୍ଥାର ବିଜେଡି ସମର୍ଥିତ ଅଧ୍ୟକ୍ଷମାନଙ୍କ ଜରୁରୀ ବୈଠକ ଡାକି କେଉଁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆସିବାର ଆଶଙ୍କା ରହିଛି ତା’ର ତାଲିକା ମାଗିଛି ।

Naveen Patnaik

ନବୀନଙ୍କ ସହ ବିଜେଡି ନେତା

Ordigital Desk
  • Published: Friday, 09 August 2024
  • Updated: 09 August 2024, 10:26 PM IST

Sports

Latest News

ଅପ୍ରତ୍ୟାଶିତ ଢଙ୍ଗରେ ୨୪ବର୍ଷର ସରକାରର ପତନ ହେବାପରେ ବିଜେଡିକୁ ଏବେ ପୌର ଓ ପଂଚାୟତ ସମିତି ଅଧ୍ୟକ୍ଷ ପଦ ହାତଛଡ଼ା ହେବାର ଭୟ ଘାରିଛି । ଦଳ ଆଜି ବିଭିନ୍ନ ପୌର ସଂସ୍ଥାର ବିଜେଡି ସମର୍ଥିତ ଅଧ୍ୟକ୍ଷମାନଙ୍କ ଜରୁରୀ ବୈଠକ ଡାକି କେଉଁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆସିବାର ଆଶଙ୍କା ରହିଛି ତା’ର ତାଲିକା ମାଗିଛି । ଆଉ ଦଳର ଏଭଳି ଅପରିପକ୍ୱତା ହିଁ ରାଜ୍ୟରେ କ୍ଷମତାସୀନ ବିଜେପିକୁ ବିଭିନ୍ନ ପୌର ସଂସ୍ଥା ଅଧ୍ୟକ୍ଷ ପଦବୀକୁ ହାତେଇବାର ମାର୍ଗକୁ ପ୍ରଶସ୍ତ କରିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଶଙ୍ଖଭବନଠାରେ ବିଜେଡି ସମର୍ଥିତ ବିଭିନ୍ନ ଏନଏସି ଓ ପୌର ଅଧ୍ୟକ୍ଷମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବରିଷ୍ଠ ନେତା ଦେବୀ ମିଶ୍ର ଓ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ଉପସ୍ଥିତ ରହି ଦଳର ପୌର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କ ସହ ଆଲୋଚନା କରିଥିଲେ । କେଉଁଠି ପୌର ସଂସ୍ଥାରେ ବିଜେଡି ଅଧ୍ୟକ୍ଷମାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିବାର ଆଶଙ୍କା ରହିଛି ତା’ର ତାଲିକା ଦେବାକୁ ମଧ୍ୟ କହିଥିଲେ । ଦଳର ପ୍ରତ୍ୟାଖ୍ୟାତ ତଥା ପରାଜିତ ବିଧାୟକ ଦେବୀ ମିଶ୍ର ଓ ରାଜନୀତିରେ ‘ର’ ଅକ୍ଷର ଜାଣିନଥିବା ଅନଭିଜ୍ଞ ସନ୍ତୃପ୍ତ ମିଶ୍ର କାହା ନିର୍ଦ୍ଦେଶରେ ଏହି ବୈଠକ ଡାକି ଏଭଳି ରାଜନୀତିକ ଅପରିପକ୍ୱତା ଦେଖାଉଛନ୍ତି ବୋଲି ସେମାନେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି ।

ବୈଠକରେ ସାମିଲ ଥିବା ଭଦ୍ରକ ଜିଲ୍ଲାର ପୌର ସଂସ୍ଥାର ଜଣେ ଅଧ୍ୟକ୍ଷ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, କାହା ବିରୁଦ୍ଧରେ କେତେବେଳେ ଅନାସ୍ଥା ପ୍ରସ୍ତାବ ଆସିବ ସେକଥା କ’ଣ ଦଳ ନିଜର ଜିଲ୍ଲା କମିଟି ମାଧ୍ୟମରେ ଅବଗତ ହୋଇପାରିବ ନାହିଁ । ଏଭଳି ଅନାସ୍ଥା ପ୍ରସ୍ତାବ ଆସିଲେ ବା ଆସିବାର ଆଶଙ୍କା ସୃଷ୍ଟି ହେଲେ ତାହା କ’ଣ ଲୁଚି ରହିପାରିବ କି? କିନ୍ତୁ ଆଜି ଜରୁରୀ ବୈଠକ ଡାକି ଆମମାନଙ୍କୁ ‘ଅନାସ୍ଥା ପ୍ରସ୍ତାବ କାହା ବିରୁଦ୍ଧରେ ଆସିବ ବୋଲି ମାଗିବା’ ରାଜନୀତିକ ଅପରିପକ୍ୱତା ନୁହେଁ ତ ଆଉ କ’ଣ? ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କଠୁ ଫୋନ୍ କଲ ପାଇ ସେ ବୈଠକକୁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ପାରାଦୀପ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳକୁ ଏନେଇ ପଚରାଯିବାରୁ  ସେ କହିଛନ୍ତି ଯେ, “ ବିଭିନ୍ନ ମ୍ୟୁନିସପାଲଟି ଓ ଏନଏସି ପରିଚାଳନାରେ ରହିଥିବା ସମସ୍ୟା ଉପରେ ଆଲୋଚନା ପାଇଁ ଆଜି ବୈଠକ ଡକାଯାଇଥିଲା । ଅଲଓଡ଼ିଶା ମ୍ୟୁନିସପାଲଟି ଚେୟାରପର୍ସନ ଆସୋସିଏସନର ଅଧ୍ୟକ୍ଷ ଭାବେ ସେ ଏହି ବୈଠକ ଡାକିଥିଲେ । ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲୁ, କିନ୍ତୁ ଆଜି ସମୟ ମିଳିଲା ନାହିଁ । ଆମେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିବୁ । ଆଜି ଶଙ୍ଖଭବନରେ ବୈଠକ କରିଥିବା ଓ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ସେ ସ୍ୱୀକାର କରିଛନ୍ତି ।” ତେବେ ଅଲଓଡ଼ିଶା ମ୍ୟୁନିସପାଲଟି ଚେୟାରପର୍ସନ ଆସୋସିଏସନ୍ ବ୍ୟାନରରେ ଯଦି ବୈଠକ ହୋଇଥିଲା ତାହା କିଭଳି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ କାର୍ଯ୍ୟାଳୟରେ ହେଲା ଓ ସେହି ଦଳର ସୁପ୍ରିମୋଙ୍କୁ ଭେଟଘାଟ କଲେ  ତାହା ଏବେ ବିଜେଡିର ଅସଲ ଭୟକୁ ପଦାରେ ପକାଇଛି । ଆଜିର ବୈଠକରେ ବିଜେଡି ସମର୍ଥିତ ୫୦ରୁ ଅଧିକ ଏନଏସି ଓ ପୌରାଂଚଳ ଅଧ୍ୟକ୍ଷ ଯୋଗ ଦେଇଥିବା ଜଣାପଡ଼ିଛି ।

Also Read

ସୂଚନା ଅନୁସାରେ, ନିର୍ବାଚନୀ ବିପର୍ଯ୍ୟୟ ପରେ ଗତକାଲି ଗୁରୁବାର  ଶଙ୍ଖଭବନଠାରେ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବସିଥିବା ଦଳର ପ୍ରଥମ ସମନ୍ୱୟ କମିଟି ବୈଠକରେ ବରିଷ୍ଠ ବିଜେଡି ନେତାମାନେ ସିଧାସଳଖ ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସଙ୍କୁ ବିରୋଧ କରିଥିଲେ । ନବୀନ ବିଜେଡିର ନେତା ହୋଇଥିଲେ ମଧ୍ୟ ନେତୃତ୍ୱ ଏବେବି ପାଣ୍ଡିଆନଙ୍କ ହାତରେ ଥିବାର ସ୍ପଷ୍ଟ ସନ୍ଦେଶ ଯାଉଥିବାରୁ ଜିଲ୍ଲା ଓ ବ୍ଲକସ୍ତରରେ ଦଳୀୟ ନେତାମାନେ ନିଜର ଅସନ୍ତୋଷ ବ୍ୟକ୍ତ କରି ଦଳୀୟ ସଂଗଠନଠୁ ଦୂରେଇ ରହିବା ଆରମ୍ଭ କଲେଣି ।  ବିଜେଡିର ଭବିଷ୍ୟତ ଅନିଶ୍ଚିତତା ଅନୁଭବ କରି ଦଳର ନିର୍ବାଚିତ ଜନପ୍ରତିନିଧିମାନେ ମଧ୍ୟ ବିଜେପି ସହ ସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ‘ଭିକେ ପାଣ୍ଡିଆନ ପ୍ରେମ’ଯୋଗୁ ବିଗତ ୩ମାସ ମଧ୍ୟରେ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିସାରିଲାଣି । ତଥାପି ନବୀନଙ୍କ ଚେତା ପଶିନି । ଏପଟେ ନବୀନଙ୍କ ନାଁରେ ପାଣ୍ଡିଆନ ନିଜସ୍ୱ ଗୋଟିଚାଳନା କରିବାରେ ଲାଗିଛନ୍ତି । ଆଜି ଶଙ୍ଖଭବନ ବୈଠକରେ ଦେବୀ ମିଶ୍ର ଓ ସନ୍ତୃପ୍ତ ମିଶ୍ରଙ୍କ ଭଳି ପ୍ରତ୍ୟାଖ୍ୟାତ ଦଳୀୟ ବ୍ୟକ୍ତିମାନଙ୍କ ମାଧ୍ୟମରେ  ନିର୍ବାଚିତ ପୌରାଧ୍ୟକ୍ଷମାନଙ୍କ ବୈଠକ କରାଯିବା ପଛରେ ପାଣ୍ଡିଆନଙ୍କ ମାମଲାତି ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧୦୬ଟି ଏନଏସି ଓ ମ୍ୟୁନିସପାଲଟି ମଧ୍ୟରୁ ୧୬ଟିରେ ବିଜେପି, ୭ଟିରେ କଂଗ୍ରେସ, ୯ଟିରେ ସ୍ୱାଧୀନ ଓ ବାକିଗୁଡ଼ିକରେ ବିଜେଡି ଅଧ୍ୟକ୍ଷ ରହିଛନ୍ତି । ୨୦୨୨ ନିର୍ବାଚନରେ ଏହି ଅଧ୍ୟକ୍ଷମାନେ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲେ । ତେବେ ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ର ପ୍ରାବଧାନ ଅନୁସାରେ ୨ବର୍ଷ ପରେ ଦୁଇ ତୃତୀୟାଂଶ ସଦସ୍ୟ ଚାହିଁଲେ ନିର୍ବାଚିତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆଣି ତାଙ୍କୁ ପଦରୁ ହଟାଇପାରିବେ । ଏବେ ରାଜ୍ୟରେ ବିଜେପି ସରକାର ରହିଥିବା ଓ ବିଜେଡିରେ ନେତୃତ୍ୱକୁ ନେଇ ବଢ଼ୁଥିବା ଅସନ୍ତୋଷ ଯୋଗୁ ଅଧିକାଂଶ ଏନଏସି ଓ ମ୍ୟୁନିସପାଲଟି ଉପରେ ବିଜେପି ସୁଚିନ୍ତିତ ଢଙ୍ଗରେ କବଜା କରିବାର ସମ୍ଭାବନା ରହିଛି । ଯେଉଁଥିପାଇଁ କେନ୍ଦୁଝର, କୁଜଙ୍ଗ, ଖଣ୍ଡପଡ଼ା, ନୀଳଗିରି ଆଦି ବହୁ ସ୍ଥାନରେ ଅନାସ୍ଥା ଆଣି ଅଧ୍ୟକ୍ଷଙ୍କୁ ହଟାଇବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଆଉ ବିଜେପିର ଏଭଳି ଚାଲରେ ବିଜେଡି ନିଜେ ନିଜେ ଫସିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story