‘ସୌମ୍ୟ’ ଅଡ଼ୁଆ: କାର୍ଯ୍ୟାନୁଷ୍ଠାନ ପାଇଁ ଜୁ’ ପାଉନି, ମାହୋଲ ତିଆରି କରୁଛି ବିଜେଡି

ଭୟ ଏତେ ବଢ଼ିଯାଇଛି ଯେ ଆଜି ଗୋଟିଏ ଦିନରେ ଦଳର ୨ଜଣ ମୁଖପାତ୍ର ଓ ଜଣେ ସାଧାରଣ ସମ୍ପାଦକ ସିଧାସଳଖ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି। ଆଉ ସୌମ୍ୟ ବି ମୁକାବିଲାଶୈଳୀରେ ଚ୍ୟାଲେଞ୍ଜ କରିବାକୁ ପଛାଇ ନାହାନ୍ତି ।

Soumya Ranjan Patnaik

ସୌମ୍ୟ ରଞ୍ଜନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Friday, 08 September 2023
  • Updated: 08 September 2023, 09:09 PM IST

ଶାସକ ବିଜେଡିକୁ ଏବେ ନିଜ ଦଳର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଡ଼ୁ ଭୟ ଘାରିଛି । ନିର୍ବାଚନୀ ବର୍ଷରେ ସୌମ୍ୟଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ସତସାହାସ ଜୁଟାଇ ପାରୁନଥିବା ବିଜେଡି ଏବେ ନିଜର ନେତାମାନଙ୍କ ମୁହଁରେ ସୌମ୍ୟଙ୍କ ପାଇଁ ‘ବ୍ଲାକମେଲର, ଉଦ୍ଭଟ ଚିନ୍ତାଧାରା, ଚୈତନ୍ୟ ଉଦୟ’ ଭଳି ଶବ୍ଦ ଉପଯୋଗ କରୁଛି । ସୌମ୍ୟଙ୍କ ପ୍ରତି ବିଜେଡି ନେତୃତ୍ୱଙ୍କର ଭୟ ଏତେ ବଢ଼ିଯାଇଛି ଯେ ଆଜି ଗୋଟିଏ ଦିନରେ ଦଳର ୨ଜଣ ମୁଖପାତ୍ର ଓ ଜଣେ ସାଧାରଣ ସମ୍ପାଦକ ସିଧାସଳଖ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି। ଆଉ ସୌମ୍ୟ ବି ମୁକାବିଲାଶୈଳୀରେ ଚ୍ୟାଲେଞ୍ଜ କରିବାକୁ ପଛାଇ ନାହାନ୍ତି । ଯଦି ସେ କିଛି ଦଳବିରୋଧୀ କାର୍ଯ୍ୟ କରିଛନ୍ତି ତା’ହେଲେ ତାଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ପ୍ରଶ୍ନ କରି ବଲ୍ ବିଜେଡି ନେତୃତ୍ୱଙ୍କ କୋର୍ଟକୁ ଫିଙ୍ଗିଛନ୍ତି । ଅବଶ୍ୟ ବିଜେଡି ନେତୃତ୍ୱ ଯେଉଁ ଢଙ୍ଗରେ ସୌମ୍ୟଙ୍କୁ ବ୍ୟକ୍ତିଗତସ୍ତରରେ ସମାଲୋଚନା ପାଇଁ ଅନୁଭବ ପଟ୍ଟନାୟକ, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଆଗକୁ ଆଣିଛି, ତାହା ସୌମ୍ୟଙ୍କର ବିଜେଡିରେ ଆଉ ବେଶୀଦିନ ନୁହେଁ ବୋଲି ସନ୍ଦେଶ ଦେଇଛି । ସିଧାସଳଖ କାର୍ଯ୍ୟାନୁଷ୍ଠାନ ପାଇଁ ଜୁ’ ପାଉନଥିବା ବିଜେଡି କ୍ଷମତାକେନ୍ଦ୍ର, ଏବେ ମାହୋଲ ତିଆରି କରି ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାରର ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି ।

ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ରାଜନୀତିକ ବ୍ରାଣ୍ଡିଂକୁ ବିରୋଧ କରି ସୌମ୍ୟ ନିଜ ମାଲିକାନାରେ ଥିବା ‘ସମ୍ବାଦ’ରେ ଦୁଇଟି ଲେଖା ଗତ ଏକମାସ ମଧ୍ୟରେ ପ୍ରକାଶ କରିଛନ୍ତି । ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଲେଖା ମାଧ୍ୟମରେ ସୌମ୍ୟ ସିଧାସଳଖ ବିଜେଡିର ବର୍ତ୍ତମାନର ଭାଗ୍ୟବିଧାତା ତଥା କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇଛନ୍ତି । କେବଳ ସେତିକି ନୁହେଁ, ଯଦି ପାଣ୍ଡିଆନ ରାଜନୀତି କରିବାକୁ ଚାହୁଁଛନ୍ତି ତା’ହେଲେ ସରକାରୀ ଚାକିରିରୁ ଅବସର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ନେତୃତ୍ୱ ନେଲେ ତାଙ୍କର କିଛି ଆପତ୍ତି ନାହିଁ ବୋଲି ସୌମ୍ୟ କହିବା ସହ ଅରୁଣ ଓ ଅତନୁଙ୍କ ଭଳି ନେତାମାନେ ଯେଉଁ ବୟାନ ଦେଉଛନ୍ତି ସେଥିପାଇଁ ସେମାନଙ୍କୁ ଉପରୁ ନିର୍ଦ୍ଦେଶ ଦିଆଯାଉଛି । ତାଙ୍କ ଆଲେଖ୍ୟର ୧୫ଦିନ ପରେ ଅରୁଣ ଓ ଅତନୁ ପ୍ରତିକ୍ରିୟା ଦେଇଛନ୍ତ । ସେମାନଙ୍କର ଅସହାୟତାକୁ ସେ ବୁଝିପାରୁଛନ୍ତି ତଥା ସେମାନଙ୍କ କଥା ଉପରେ ଟିପ୍ପଣୀ ଦେଇ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି ବୋଲି ସୌମ୍ୟ କହିଛନ୍ତି ।

Also Read

ତେବେ ନିଜର ରୋକଠୋକ୍ ଓ ସ୍ପଷ୍ଟବାଦୀ ସ୍ୱଭାବ ପାଇଁ ପରିଚିତ ସୌମ୍ୟରଞ୍ଜନ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ନିଜ ସମ୍ପାଦକୀୟରେ ରାଜ୍ୟରେ କୋଭିଡଜନିତ ମୃତ୍ୟୁ ଓ ମମିତା ମେହେର ହତ୍ୟାରେ ତତକାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି, ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଭଳି ପ୍ରସଙ୍ଗରେ ସ୍ପଷ୍ଟ ମତ ଦେବାକୁ ପଛାଇ ନଥିଲେ । ଅବଶ୍ୟ ଏସବୁ ପ୍ରସଙ୍ଗକୁ ସେତେବେଳେ ବିଜେଡି ନେତୃତ୍ୱ ହଜମ କରିବା ସହ ସୌମ୍ୟଙ୍କୁ ମ୍ୟାନେଜ୍ ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ । କିନ୍ତୁ ରାଜନୀତି ବିଜ୍ଞାନର ଅଧ୍ୟାପକରୁ ସମ୍ବାଦର ସମ୍ପାଦକ ଓ ପରେ ବିଧାୟକ ପାଲଟିଥିବା ସୌମ୍ୟରଞ୍ଜନ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ରାଜନୀତିକ ବ୍ରାଣ୍ଡିଂକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ନିଜ ସମ୍ବାଦପତ୍ରରେ ଏହାକୁ ନେଇ ସେ ମତ ରଖିବା ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପ୍ରତି ସୌମ୍ୟ କରିଥିବା ଟିପ୍ପଣୀ ଯୋଗୁ ତାଙ୍କ ଉପରେ ବ୍ୟକ୍ତିଗତ ସମାଲୋଚନା ପାଇଁ ଅରୁଣ ଓ ଅତନୁଙ୍କ ଭଳି ନେତାଙ୍କୁ ଆଗକୁ ଅଣାଯାଇଛି । ସୌମ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେଡି କ୍ଷମତାକେନ୍ଦ୍ର ଯୋଜନା କରୁଥିବା ମଧ୍ୟ ଜଣାପଡ଼ିଛି ।

ତେବେ ରାଜନୀତିକ ଦୃଷ୍ଟିରୁ ପରିପକ୍ୱ ସୌମ୍ୟ ବିଜେଡିରେ ଥାଇ କାହିଁକି ବିଜେଡିର ତଥାକଥିତ କ୍ଷମତାକେନ୍ଦ୍ରଙ୍କୁ ଟାର୍ଗେଟ କଲେ ତଥା ଉଭୟଙ୍କ ମଧ୍ୟରେ ମତାନ୍ତର କାହିଁକି ଏତେ ଅଧିକ ଉଗ୍ର ରୂପ ନେଲା ତାକୁ ନେଇ ବିଜେଡିରେ ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ, ବିଧାୟକ ହେବା ପରଠୁ ସୌମ୍ୟ ବିଜେଡିର ପରିଚାଳନା ଶୈଳୀକୁ ନେଇ ସନ୍ତୁଷ୍ଟ ନାହାନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପହଂଚି ବିଭିନ୍ନ ପ୍ରସଙ୍ଗରେ ମତ ରଖିବାର ସୁଯୋଗ ନଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(ପାଣ୍ଡିଆନ)ଙ୍କ ସହ ସିଧାସଳଖ ଯୋଗସୂତ୍ରରେ ରହିବାକୁ ଚାହୁଁଥିଲେ । କିନ୍ତୁ ସେତିକି ସୁଯୋଗ ମଧ୍ୟ ସୌମ୍ୟଙ୍କୁ ଦିଆଯାଇ ନଥିଲା । ଜଣେ ନିର୍ବାଚିତ ଲୋକପ୍ରତିନିଧି ହୋଇ ମଧ୍ୟ ନବୀନ ଓ ପାଣ୍ଡିଆନଙ୍କୁ ଭେଟିବାର ସୁଯୋଗ ନଥିବାରୁ ସୌମ୍ୟ ନିଜକୁ ଅଲୋଡ଼ା ମନେ କରୁଥିଲେ । ଯଦିଓ ବିଜେଡିରେ ଏବେ ହାତଗଣତି ଜଣେ ଦୁଇଜଣ ନେତାଙ୍କୁ ବାଦ୍ ଦେଲେ ପାଣ୍ଡିଆନଙ୍କୁ ସମସ୍ତେ ଭେଟିବା ସମ୍ଭବପର ହେଉନି । ଆଉ ନବୀନ ନଚାହିଁଲେ ତାଙ୍କୁ କେହିବି ଭେଟିବା ସମ୍ଭବ ନୁହେଁ । ତେଣୁ ଏସବୁ ଅଚଳାବସ୍ଥା ଭିତରେ ନିଜର ଜଣେ ପୂର୍ବତନ କର୍ମଚାରୀ(ବିଜେଡି ସାଂସଦ)ଙ୍କ ମାଧ୍ୟମରେ ତୃତୀୟ ମହଲା ସହ ଯୋଗାଯୋଗ କରିବାକୁ ସୌମ୍ୟଙ୍କୁ କୁହାଯାଇଥିଲା । ଯାହାକୁ ସୌମ୍ୟ ସହଜରେ ହଜମ କରିପାରିନଥିଲେ ଓ ସେବେଠୁ ତୃତୀୟ ମହଲା ସହ ମତାନ୍ତର ବଢ଼ି ଏବେ ଉଗ୍ରରୂପ ଧାରଣ କରିଥିବା ସୂଚନା ମିଳିଛି । ସୌମ୍ୟ ନିଜର ‘ସମ୍ବାଦ ଓ କନକଟିଭି’ ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ ଜନମତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ବିଜେଡି ବେଶ୍ ସୁଚିନ୍ତିତ ଢଙ୍ଗରେ ସୌମ୍ୟଙ୍କୁ ବଦନାମ କରି ଦଳରୁ ବହିଷ୍କାର ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story