Advertisment

୪୧୫ କୋଟି ଖର୍ଚ୍ଚ, ବଳିଛି ୬୨୫ କୋଟି

ନିର୍ବାଚନ ଆଚରଣ ବିଧି ଲାଗୁ ହେବାଠାରୁ ଭୋଟ୍ ଗଣତି ହେବା ମଧ୍ୟରେ ପ୍ରାୟ ଅଢ଼େଇ ମାସ ଭିତରେ ବିଜେଡି ନିର୍ବାଚନ ପ୍ରଚାର ବାବଦରେ ଦଳ ତରଫରୁ ପ୍ରାୟ 415 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

author-image
Jitendra Garnayak

ବିଜେଡିର 2024-ସାଧାରଣ ନିର୍ବାଚନର ଖର୍ଚ୍ଚ ହିସାବ ଏବେ ନିର୍ବାଚନ କମିଶନଙ୍କ ୱେବସାଇଟରେ ଅପଲୋଡ୍ ହୋଇଛି। ଏଥିରେ ବିଜେଡି ଦର୍ଶାଇଛି, ନିର୍ବାଚନ ଆଚରଣ ବିଧି ଲାଗୁ ହେବାଠାରୁ ଭୋଟ୍ ଗଣତି ହେବା ମଧ୍ୟରେ ପ୍ରାୟ ଅଢ଼େଇ ମାସ ଭିତରେ ବିଜେଡି ନିର୍ବାଚନ ପ୍ରଚାର ବାବଦରେ ଦଳ ତରଫରୁ ପ୍ରାୟ 415 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତା’ ସତ୍ତ୍ୱେ ଏବେ ବି ଦଳ ପାଖରେ 625.07 କୋଟି ଟଙ୍କା ବଳକା ଅଛି। ଏହି ଖର୍ଚ୍ଚ ଭିତରେ ଦର୍ଶାଯାଇଛି, ନିର୍ବାଚନ ପ୍ରଚାରରେ ଷ୍ଟାର ପ୍ରଚାରକ ବୁଲିବା ପାଇଁ 232 ଥର ଏୟାରକ୍ରାଫ୍ଟ ବା ହେଲିକ୍ପଟର ବ୍ୟବହାର କରାଯାଇଛି। 

Advertisment
Vk Pandian