Advertisment

ଦଳୀୟ ନେତ୍ରୀଙ୍କୁ ବିଜେଡିର ୟେ କି ସମ୍ମାନ: ପ୍ରତିଶ୍ରୁତି ଦେଇ ଭଣ୍ଡେଇଲା, ଅପମାନ ଓ ଲାଞ୍ଛନା ବି ଦେଲା

ନିର୍ବାଚନ ସମୟରେ ମହିଳାଙ୍କୁ ଭୋଟ ମେସିନ୍ ଭଳି ବ୍ୟବହାର କରୁଥିବା ବିଜେଡିର ଏବେ ଅସଲ ଚେହେରା ପଦାରେ ପଡ଼ିଛି।

bjd

bjd

Advertisment

ମହିଳା ସଶକ୍ତିକରଣକୁ ଜପାମାଳି କରିଥିବା ବିଜେଡି ଖୋଦ୍ ନିଜର ଦଳୀୟ ନେତ୍ରୀଙ୍କୁ ଅପମାନିତ ଓ ଲାଞ୍ôଛତ କରୁଛି । ଜଣେ ପରେ ଜଣେ ନେତ୍ରୀଙ୍କୁ ସର୍ବସାଧାରଣରେ ନିଜର ପ୍ରାର୍ଥୀ ଭାବେ ବୁଲାଇ ସେମାନଙ୍କର ସ୍ୱାଭିମାନ ଓ ଆତ୍ମସମ୍ମାନକୁ କୁଠାରଘାତ କରିବାକୁ ବିଜେଡି ନେତୃତ୍ୱ ପଛାଉନାହାନ୍ତି । ମହିଳାଙ୍କୁ ସମ୍ମାନ  କଥା କହୁଥିବା ବିଜେଡି ଆଜି ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ଟିକେଟ୍ ପ୍ରତ୍ୟାହାର କରିବା ପରେ ସାଧାରଣରେ ବିଜେଡିର ଏହି ମହିଳାବିରୋଧୀ ଛବି ଉଜାଗର ହୋଇଛି । ପୂର୍ବରୁ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ବିଜେଡି ଏଭଳି ଆଚରଣ କରିଥିଲା । ନିଜର ଆଗଧାଡ଼ିର ନେତ୍ରୀମାନଙ୍କ ପ୍ରତି ଏଭଳି ରୁକ୍ଷ ଆଚରଣକୁ ନେଇ କିଛି ନେତ୍ରୀ ଏବେ ଦଳ ଛାଡ଼ିଥିବାବେଳେ ଅନ୍ୟ ଦଳୀୟ ମହିଳା କର୍ମୀ ଓ ସାଧାରଣ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଥିବା ସାଧାରଣରେ ଚର୍ଚ୍ଚା । ନିର୍ବାଚନ ସମୟରେ ମହିଳାଙ୍କୁ ଭୋଟ ମେସିନ୍ ଭଳି ବ୍ୟବହାର କରୁଥିବା ବିଜେଡିର ଏବେ ଅସଲ ଚେହେରା ପଦାରେ ପଡ଼ିଛି।

Advertisment

ସୂଚନା ଅନୁସାରେ, ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଗତ ଏପ୍ରିଲ ୧୬ତାରିଖରେ ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ମାତ୍ର ୨ଦିନ ମଧ୍ୟରେ ବିଜେଡି ତାଙ୍କୁ ଦେବଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏପରିକି ରାଣୀ ଅରୁନ୍ଧତୀ ବିଜେଡି ପ୍ରାର୍ଥୀ ଭାବେ ନିଜ ଅଂଚଳରେ ପ୍ରଚାର ବି ଆରମ୍ଭ କରିଥିଲେ । ଦେବଗଡ଼ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବ୍ଲକ୍ ଓ ସହରାଂଚଳରେ ରାଣୀ ପ୍ରଚାର କରୁଥିବାବେଳେ ଅଚାନକ ତାଙ୍କର ଟିକେଟ କାଟି ରୋମାଂଚରଞ୍ଜନ ବିଶ୍ୱାଳଙ୍କୁ ଦିଆଯାଇଛି । ଦେବଗଡ଼ ବିଧାନସଭା ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ  ରହିଛି । ଦିନକ ପୂର୍ବରୁ ରାଣୀ ଅରୁନ୍ଧତୀ ଦେବୀଙ୍କ ଟିକେଟ୍ କାଟିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜପରିବାର ପ୍ରତି ସ୍ଥାନୀୟ ଅଂଚଳରେ ଥିବା ସମ୍ମାନକୁ ବିଜେଡି ଜାଣିଶୁଣି କୁଠାରଘାତ କରିଛି । ରାଣୀ ଅରୁନ୍ଧତୀ ଦେବୀ ଜଣେ ମହିଳା ଓ ତାଙ୍କ ନାଁ ଟିକେଟ୍ ପାଇଁ ଘୋଷଣା କରିବା ପରେ ସେ ବିଜେଡି ପ୍ରାର୍ଥୀ ଭାବେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିଲେ । ଶେଷମୁହୂର୍ତ୍ତରେ ଟିକେଟ କାଟି ରାଣୀଙ୍କୁ କେବଳ ଅପମାନିତ କରିନି ବରଂ ସାଧାରଣରେ ଲାଞ୍ôଛତ କରିବାକୁ ପ୍ରୟାସ କରିଛି । ଯଦି ରାଣୀଙ୍କୁ ଟିକେଟ୍ ଦେବାର ନଥିଲା ତା’ହେଲେ ସେ ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ କାହିଁକି ଦଳ ତାଙ୍କୁ ବାରଣ କଲାନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ରାଣୀଙ୍କ ପ୍ରଚାର ପାଇଁ ମଧ୍ୟ ଦଳ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି । ରାଣୀ ଏବେ କେଉଁ ମୁହଁ ନେଇ ନିଜ ଅଂଚଳର ଲୋକଙ୍କୁ ଭେଟିବେ ଓ କ’ଣ କହି ନିଜର ଆତ୍ମସମ୍ମାନ ରକ୍ଷା କରିବେ ତାହା ଏବେ ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବିଜେଡିର ଏହି ଅଭ୍ୟାସ ନୂଆ ନୁହେଁ । ଗତବର୍ଷ ଅକ୍ଟୋବର-ନଭେମ୍ବର ମାସରୁ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଭୁବନେଶ୍ୱର ଆସନ ପାଇଁ ନିଜର ସାଂସଦ ପ୍ରାର୍ଥୀ ଭାବେ ଆଗକୁ ଆଣିଥିଲା । ଏପରିକି ଶ୍ରୀମୟୀ ଦଳର ସାଂସଦ ପ୍ରାର୍ଥୀ ବୋଲି ବିଜେଡି ବିଧାୟକମାନେ ତାଙ୍କୁ ଧରି ଦୈନିକ କାର୍ଯ୍ୟକ୍ରମ ମାନ କରୁଥିଲେ । ଶ୍ରୀମୟୀଙ୍କ କାର୍ଯ୍ୟକ୍ରମକୁ ସାଂଗଠନିକସ୍ତରରେ ନିୟମିତ ସମୀକ୍ଷା ମଧ୍ୟ କରାଯାଉଥିଲା ।  ଅପରାଜିତା ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଶ୍ରୀମୟୀ ପ୍ରାର୍ଥୀ ହେବା ପ୍ରାୟତଃ ଚୂଡ଼ାନ୍ତ ବୋଲି ଚର୍ଚ୍ଚା ହେଉଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବିଧାୟକ ଅନନ୍ତ ଜେନା, ରାଜେନ୍ଦ୍ର ସାହୁ ଓ ସୁଶାନ୍ତ ରାଉତ ପ୍ରମୁଖ ତାଙ୍କୁ ଧରି ନିଜ ନିଜ ଅଂଚଳରେ କାର୍ଯ୍ୟକ୍ରମ କରୁଥିଲେ । ସେ ୪ମାସ ଖରାତରାରେ ବୁଲିବା ପରେ ଦଳ ଅଚାନକ ତାଙ୍କ ସ୍ଥାନରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କଲା। ଶ୍ରୀମୟୀଙ୍କୁ ସାଂସଦ କି ବିଧାୟକ ଟିକେଟ୍ ବି ମିଳିଲାନି। ପ୍ରାୟ ଦେଢ଼ମାସ ହେବ ଶ୍ରୀମୟୀ ସାଧାରଣ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ବିଜେଡି ତାଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ବୁଲାଇ ଅଚାନକ ଟିକେଟରୁ ବଂଚିତ କରିବାକୁ ମଧ୍ୟ ବିଭିନ୍ନ ମହଲରେ ନାପସନ୍ଦ କରାଗଲା। ଜଣେ ମହିଳାଙ୍କ ଆତ୍ମସମ୍ମାନ ପ୍ରତି ସିଧାସଳଖ କୁଠାରଘାତ । ଶ୍ରୀମୟୀଙ୍କୁ ଏଭଳି ଅପମାନ ଓ ଲାଞ୍ଛନା ଦେଇଥିବା ବିଜେଡି ଏବେ ସମାନ ଢ଼ଙ୍ଗରେ ଅରୁନ୍ଧତୀ ଦେବୀଙ୍କ ସହ କରିଛି। ଶ୍ରୀମୟୀଙ୍କୁ ଅଘୋଷିତ ଓ ଅରୁନ୍ଧତୀ ଦେବୀଙ୍କୁ ଘୋଷିତ ପ୍ରାର୍ଥୀ କରି ବିଜେଡି ନାକେବଳ ମହିଳାଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ଖେଳିଛି ବରଂ ଦଳରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ସ୍ପଷ୍ଟ ସନ୍ଦେଶ ମିଳିଛି ।

Advertisment

ଯେଉଁଥିପାଇଁ ଦଳୀୟ ନେତ୍ରୀ ସୀମାରାଣୀ ନାୟକ, ସିପ୍ରା ମଲ୍ଲିକ, ସନ୍ଧ୍ୟାବତୀ ପ୍ରଧାନ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, ଲିଙ୍କନ ସୁବୁଦ୍ଧି ପ୍ରମୁଖ ବିଜେଡିକୁ ସବୁଦିନ ପାଇଁ ବାଏବାଏ କରିଛନ୍ତି । ମହିଳାଙ୍କୁ କେବଳ ଭୋଟ୍ ମେସିନ୍ ଭଳି ବ୍ୟବହାର କରୁଥିବା ବିଜେଡି ନିଜର ଆଗଧାଡ଼ିର ନେତ୍ରୀଙ୍କୁ ଏଭଳି ଅପମାନିତ କରୁଥିବାବେଳେ ସାଧାରଣ ମହିଳାଙ୍କ ପ୍ରତି କିଭଳି ଆଭିମୁଖ୍ୟ ରଖିଥିବ ତାହା ସହଜେ ଅନୁମେୟ ।

ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାଲ୍ୟବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂ ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରେ ମହିଳାମାନଙ୍କୁ ସମ୍ମାନ ମିଳେନି କିମ୍ବା ବିଜେଡି ନେତାମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି । ତାଙ୍କୁ ସିଂହଦେଓ ପରିବାର ଘରୋଇ ହିଂସା ଓ ଯୌତୁକ ନିର୍ଯାତନା ଦେଇ ଲାଞ୍ଛିତ ଓ ଶୋଷିତ କରିଥିବା ସତ୍ତ୍ୱେ ବିଜେଡି ତାଙ୍କୁ ଟିକେଟ୍ ଦେଇଛି । ଏଥିରୁ ବିଜେଡିର ମହିଳାଙ୍କ ପ୍ରତି ସମ୍ମାନ କେତେ ରହିଛି ଜଳଜଳ ହୋଇ ପ୍ରମାଣିତ ହୋଇଛି । ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ର ଓ ଯୌନ ନିର୍ଯାତନାରେ ସମ୍ପୃକ୍ତ ଶ୍ରୀକାନ୍ତ ସାହୁଙ୍କୁ ଟିକେଟ୍ ଦେଇଥିବା ବିଜେଡିର ମହିଳାଙ୍କ ପ୍ରତି ସମ୍ମାନ କେବଳ ଲୋକଦେଖାଣିଆ ତାହା ଏବେ ପ୍ରମାଣିତ ହୋଇଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe