ବିଜେଡିର କଂଗ୍ରେସୀକରଣ: ଦଳଡ଼ିଆଁଙ୍କୁ ଟିକେଟ୍‌, ପୁରୁଖାଙ୍କୁ ହତାଦର, ସର୍ଭେ ରିପୋର୍ଟକୁ ଆଳ

ମାତ୍ର ହାତଗଣତି ୩-୪ଜଣ ବ୍ୟକ୍ତିଙ୍କୁ ନେଇ ଗଠିତ ବିଜେଡି କୋରଟିମ ଗତ ୪-୫ବର୍ଷ ଧରି ଦଳକୁ ଏଭଳି କବଜା କରିଛି ଯାହାକି ଦଳର ପୁରୁଖା ନେତାମାନଙ୍କୁ ଅଣନିଶ୍ୱାସୀ କରିବାରେ ଲାଗିଛି ।

BJD

representational image

Ordigital Desk
  • Published: Saturday, 30 March 2024
  • Updated: 30 March 2024, 09:27 PM IST

Sports

Latest News

ଦୀର୍ଘ ୨୭ବର୍ଷର ଆଂଚଳିକ ଦଳ ବିଜେଡିର ଏବେ କଂଗ୍ରେସୀକରଣ ହୋଇଛି । ଦଳର ପୁରୁଖା ନେତାଙ୍କୁ ହତାଦର କରି ବିଜେଡି ନେତୃତ୍ୱ ଏବେ କଂଗ୍ରେସରୁ ଡିଆଁ ମାରୁଥିବା ନେତାମାନଙ୍କୁ ମାତ୍ରାଧିକ ଗୁରୁତ୍ୱ ଦେବା ସହ ଦଳୀୟ ଟିକେଟ୍ ଧରାଇ ଦେବାକୁ ପଛାଉ ନାହାନ୍ତି । ଆଉ ଦୀର୍ଘବର୍ଷ ଧରି ଦଳ ପାଇଁ ଲହୁଲୁହ ଦେଇଥିବା ନେତାମାନଙ୍କୁ ସର୍ଭେ ରିପୋର୍ଟର ଆଳ ଦେଖାଇ ସୁଚିନ୍ତିତ ଢଙ୍ଗରେ ଟିକେଟରୁ ବଂଚିତ କରିବାରେ ସଫଳ ହେଉଛନ୍ତି ବିଜେଡିର ତଥାକଥିତ କୋରଟିମ୍ ଓ ରଣନୀତିକାର ଟିମ୍।

ମାତ୍ର ହାତଗଣତି ୩-୪ଜଣ ବ୍ୟକ୍ତିଙ୍କୁ ନେଇ ଗଠିତ ବିଜେଡି କୋରଟିମ ଗତ ୪-୫ବର୍ଷ ଧରି ଦଳକୁ ଏଭଳି କବଜା କରିଛି ଯାହାକି ଦଳର ପୁରୁଖା ନେତାମାନଙ୍କୁ ଅଣନିଶ୍ୱାସୀ କରିବାରେ ଲାଗିଛି । ଗତ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡି ନିଜର ନେତାମାନଙ୍କ ଉପରେ ଭରସା ନକରି ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ଟିକେଟ୍ ଦେବାକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଶାସକ ବିଜେଡିରେ ଚଳିତ ନିର୍ବାଚନରେ ଯେଉଁଭଳି ଢଙ୍ଗରେ ଦଳଡ଼ିଆଁ ପର୍ବ ଚାଲିଛି ତାହା ବିଜେଡି ପାଇଁ ପରୋକ୍ଷ ‘ଯଦୁବଂଶ ଧ୍ୱଂସର କାରଣ’ର ମୂଳଦୁଆ ପକାଉଥିବା ରାଜନୀତିକ ମହଲରେ ଆଶଙ୍କା କରାଯାଉଛି । ଯଦିଓ ନିର୍ବାଚନ ଆସିଲେ ଦଳଡ଼ିଆଁ ପର୍ବ ପ୍ରାୟତଃ ସବୁ ଦଳରେ ହୋଇଥାଏ । ମାତ୍ର ବିଜେଡି ନିଜର କ୍ୟାଡ଼ର କର୍ମୀ ଓ ନେତାମାନଙ୍କୁ ପଛରେ ପକାଇ କଂଗ୍ରେସରୁ ଆସୁଥିବା ନେତାମାନଙ୍କୁ କ୍ରମାଗତ ଭାବେ ମାତ୍ରାଧିକ ଗୁରୁତ୍ୱ ଦେବାରେ ଲାଗିଛି । ଗତ କିଛିଦିନ ଧରି ଏଭଳି ସି୍ଥତି ବିଜେଡିରେ ଲାଗିରହିଛି।

Also Read

ନିଜର ଦଳୀୟ ନେତାମାନଙ୍କୁ ହତାଦର କରି କଂଗ୍ରେସରୁ ଆଗତ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କୁ ଦଳ ପୂର୍ବରୁ ରାଜ୍ୟସଭାକୁ ପଠାଇଥିବା ବିଜେଡି ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ିଥିବା ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁରରୁ ଲୋକସଭା ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ନେତା ଅଂଶୁମାନ ମହାନ୍ତିଙ୍କୁ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଦେଇଛି । କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ରାଜନୀତିକ ଅଭିଜ୍ଞତା ନଥାଇ ମଧ୍ୟ ତାଙ୍କୁ ଦଳରେ ମିଶାଇବାର ମାତ୍ର ୩ଘଣ୍ଟା ଭିତରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସିଟ୍ ଟେକି ଦେଇଛି।

ସେହିପରି କଂଗ୍ରେସ ରାଜନୀତି ସହ ମୂଳରୁ ଜଡ଼ିତ ଢେଙ୍କାନାଳ ସାମଲ ପରିବାରର ସଦସ୍ୟ ଅବିନାଶ ସାମଲଙ୍କୁ ମଧ୍ୟ ଗତମାସରେ ବିଜେଡିରେ ସାମିଲ କରାଇ ଏବେ ଢେଙ୍କାନାଳ ଲୋକସଭା ଟିକେଟ୍ ପୁରସ୍କାର ଆକାରରେ ଦିଆଯାଇଛି । ଢେଙ୍କାନାଳ ବିଧାୟକ ସୁଧୀର ସାମଲ  ୨୦୧୭ ମସିହାରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଓ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ପୁରସ୍କୃତ କରିଥିଲା । ଏବେ ବିଜେଡିର ପ୍ରଥମ ପର୍ଯ୍ୟାୟରେ ଜାରି ୭୨ ବିଧାନସଭା ଓ ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକାରେ ସୁଧୀର ଓ ଅବିନାଶ ହିଁ ଏକମାତ୍ର ବ୍ୟତିକ୍ରମ । ଗୋଟିଏ ପରିବାରରୁ ଦୁଇଜଣଙ୍କୁ ଦଳ ପ୍ରାର୍ଥୀ କରିଛି।

ବଲାଙ୍ଗୀର କଂଗ୍ରେସ ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂ ଭୋଇ ଗତ ଦୁଇଦିନ ତଳେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କୁ ବିଜେଡି ବଲାଙ୍ଗୀର ଲୋକସଭା ଆସନରୁ ଟିକେଟ୍ ଦେବ ବୋଲି ଜଣାପଡ଼ିଛି। ସେହିପରି ତାଙ୍କ ପୂର୍ବରୁ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ମଧ୍ୟ ବିଧାୟକ ଟିକେଟ୍ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । କେବଳ ଏତିକି ନୁହଁନ୍ତି କଂଗ୍ରେସ ନେତା କେ.ସୂର୍ଯ୍ୟରାଓ ଗତକାଲି ବିଜେଡିରେ ମିଶିଛନ୍ତି ଓ ଦଳ ତାଙ୍କୁ ବିଧାନସଭା ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ଆଜି କଂଗ୍ରେସରୁ ଚିରଞ୍ଜିବୀ ବିଶ୍ୱାଳ ଇସ୍ତଫା ଦେଇଛନ୍ତି ଓ ଖୁବଶୀଘ୍ର ବିଜେଡିରେ ମିଶି ବିଧାନସଭା ଟିକେଟ୍ ନେବେ।

ଜଗତସିଂହପୁର ଜିଲ୍ଲା ବିଜେଡିର ଗଡ଼ ହୋଇଥିଲେ ମଧ୍ୟ ଦଳ ଚିରଞ୍ଜିବୀଙ୍କୁ ନେଇ ଜିଲ୍ଲା ବିଜେଡି ଉପରେ ଆଉ ଏକ ବୋଝ ଲଦି ଦେବାକୁ ପ୍ରୟାସ କରିଛି । ଚିରଞ୍ଜିବୀଙ୍କ ପୂର୍ବରୁ ଗତ କିଛିଦିନ ତଳେ ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ମଧ୍ୟ ବିଜେଡିରେ ସାମିଲ ହୋଇସାରିଛନ୍ତି । କେନ୍ଦ୍ରାପଡ଼ାର କଂଗ୍ରେସ ନେତା ଗଣେଶ୍ୱର ବେହେରା ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ବିଜେଡି ନିଜର ପ୍ରାର୍ଥୀ କରିବାକୁ ଜୋରସୋର ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

ବିଜେଡି କେବଳ ସେତିକିରେ ଅଟକି ନାହିଁ ଦୀର୍ଘ ୨୫ବର୍ଷ ଧରି ବିଜେଡିର ଶତ୍ରୁ ଭାବେ ବିବେଚିତ ବିଜୟ ମହାପାତ୍ରଙ୍କ ପୁଅକୁ ଆଣି ପାଟକୁରାରୁ ଟିକେଟ୍ ଦେଇଛି। ସେହିପରି ଅନୁଗୁଳ ନିର୍ବାଚନମଣ୍ଡଳୀର ପ୍ରଭାବଶାଳୀ କଂଗ୍ରେସ ନେତା ବିପ୍ଲବ ଜେନା ଗତମାସରେ ବିଜେଡିରେ ମିଶିଛନ୍ତି ଓ ତାଙ୍କୁ ଟିକେଟ୍ ଦେବାକୁ ଦଳ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି । କଂଗ୍ରେସ ଛାଡ଼ି ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ସାଲେପୁରର ପ୍ରକାଶ ବେହେରାଙ୍କୁ ବିଜେଡି ନିଜ ସହ ମିଶାଇ ସେଠାରୁ ଦଳୀୟ ଟିକେଟ୍ ଦେବାକୁ କସରତ କରୁଥିବା ସୂଚନା ମିଳିଛି।

ବିଜେଡିର କେବଳ କଂଗ୍ରେସୀକରଣ ହୋଇନି ବରଂ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନ ଏବେ କଂଗ୍ରେସରୁ ଆଗତ ନେତାମାନଙ୍କ କବଜାରେ ରହିଛି । ଦଳର ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି । ଦଳ ପାଇଁ ଲହୁଲୁହ ଦେଇଥିବା ନେତାମାନଙ୍କୁ  ସର୍ଭେ ରିପୋର୍ଟର ଆଳ ଦେଖାଇ ବିଜେଡିର ଏହି କୋରଟିମ୍ ଦଳଡ଼ିଆଁଙ୍କ ଟିକେଟ୍ ସୁନିଶ୍ଚିତ କରାଉଛି।

କୋରଟିମ୍ ସଦସ୍ୟମାନଙ୍କ ନିରପେକ୍ଷତା ସନ୍ଦେହଘେରରେ ରହୁଥିବାରୁ ସର୍ଭେ ରିପୋର୍ଟର ସତ୍ୟତା ଓ ବିଶ୍ୱସନୀୟତାକୁ ନେଇ ଦଳୀୟ ମହଲରେ ନାନାଦି ଚର୍ଚ୍ଚା ହୋଇଥାଏ । ବିଜେଡିରେ ହଜାର ହଜାର ସଂଖ୍ୟାରେ ଯୋଗ୍ୟ ଓ ସମର୍ପିତ ନେତା-କର୍ମୀ ଥିଲେ ମଧ୍ୟ ଏହି କୋରଟିମ୍ ସୁଚିନ୍ତିତ ଢଙ୍ଗରେ ସେମାନଙ୍କୁ ହତାଦର କରିବାରେ ଲାଗିଛି । ଆଉ ନିଜସ୍ୱ ସ୍ୱାର୍ଥପୂର୍ତ୍ତି ପାଇଁ ଦଳଡ଼ିଆଁଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି ।

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତତକାଳୀନ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂଙ୍କଠୁ ଆରମ୍ଭ କରି କଂଗ୍ରେସର ପ୍ରଦେଶ କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ସମେତ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କଠୁ ଆରମ୍ଭ କରି ବହୁ ନେତାଙ୍କୁ ବିଜେଡି ନିଜ ସହ ମିଶାଇ ସାରିଛି ।

ଦଳର କୋରଟିମ୍ ଏବେ ବିଜେଡିର  ଦଳଡ଼ିଆଁଙ୍କୁ ଗୁରୁତ୍ୱ ଦେଇ ପୁରୁଖା ନେତାମାନଙ୍କୁ ସୁଚିନ୍ତିତ ଢଙ୍ଗରେ ହତାଦାର କରିଥିବାରୁ ବିଗତ କିଛିଦିନ ମଧ୍ୟରେ ବିଜେଡିର ବହୁ ପୁରୁଖା ନେତା ଦଳକୁ ବାଏବାଏ କରିବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭର୍ତ୍ତୃହରି ମହତାବ, ଦେବାଶୀଷ ନାୟକ, ପ୍ରଦୀପ ପାଣିଗ୍ରାହୀ,ପ୍ରଶାନ୍ତ ଜଗଦେବ, ପ୍ରିୟଦର୍ଶୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ, ଅରିନ୍ଦମ ରାୟ ପ୍ରମୁଖ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story