Advertisment

ବିଜେଡିର ଚିନ୍ତା ବଢ଼ାଇଲା ପ୍ରାରମ୍ଭିକ ଟ୍ରେଣ୍ଡ: ଶଙ୍ଖ ଭବନରେ ପୂଜାର୍ଚ୍ଚନା

ନିର୍ବାଚନ କମିଶନଙ୍କ ୱେବସାଇଟ୍ ତଥ୍ୟ ଅନୁସାରେ ବିଜେଡିଠୁ ବିଜେପି ଅଧିକ ସିଟରେ ଆଗରେ ରହିଛି । ଏଭଳି ଟ୍ରେଣ୍ଡ ଆସିବା ପରେ ଆଜି ସକାଳୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Puja In Sankha Bhawan

Puja In Sankha Bhawan

Advertisment

 ସାଧାରଣ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟରେ ଅଢ଼େଇ ଦଶନ୍ଧି ଧରି କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡିର ଚିନ୍ତା ବଢ଼ାଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡିକୁ କଡ଼ା ଟକ୍କର ଦେଉଛି ବିଜେପି । ଏପରିକି ନିର୍ବାଚନ କମିଶନଙ୍କ ୱେବସାଇଟ୍ ତଥ୍ୟ ଅନୁସାରେ ବିଜେଡିଠୁ ବିଜେପି ଅଧିକ ସିଟରେ ଆଗରେ ରହିଛି । ଏଭଳି ଟ୍ରେଣ୍ଡ ଆସିବା ପରେ ଆଜି ସକାଳୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Advertisment

ନିର୍ବାଚନ କମିଶନଙ୍କ ୯ଟା ୫୦ମିନିଟ୍ ସୁଦ୍ଧା ତଥ୍ୟ ଅନୁସାରେ ବରଗଡ଼, ସୁନ୍ଦରଗଡ଼, ଭୁବନେଶ୍ୱର,ସମ୍ବଲପୁର,ଜଗତସିଂହପୁର କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୫୧୩୩ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

ସେହିପରି ସୁନ୍ଦରଗଡ଼ରେ ଜୁଏଲ ଓରାମ ୮୦୯୮ଖଣ୍ଡ, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ୩୦୧୫ଖଣ୍ଡ, କେନ୍ଦୁଝରରେ ଅନନ୍ତ ନାୟକ ୧୮୩୭ଖଣ୍ଡ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ୪୦୪୫ଖଣ୍ଡ, ବଲାଙ୍ଗୀରରେ ସଙ୍ଗୀତା କୁମାରୀ ସିଂହଦେଓ ୭୬୫ଖଣ୍ଡ, କଳାହାଣ୍ଡିରେ ମାଳବିକା ଦେବୀ ୧୨୩୯୧ଖଣ୍ଡ, କନ୍ଧମାଳରେ ସୁକାନ୍ତ କୁମାର ପାଣିଗ୍ରାହୀ ୧୫୫୨ଖଣ୍ଡ ଓ ପୁରୀରେ ସମ୍ବିତ ପାତ୍ର ୩୪୧୯ଖଣ୍ଡ , ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ୧୬୪୧ ଖଣ୍ଡ ଓ ଜଗତସିଂହପୁରରେ ବିଭୂପ୍ରସାଦ ତରାଇ ୪୪୦ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

Advertisment

ବିଧାନସଭାରେ ମଧ୍ୟ ଅନୁରୂପ ଭାବେ ବିଜେଡିକୁ ବିଜେପି କଡ଼ା ଟକ୍କର ଦେଉଛି । ମୋଟ ୪୩ଟି ଆସନ ମଧ୍ୟରୁ ବିଜେପି ପ୍ରାର୍ଥୀ ୨୫ଟିରେ, ବିଜେଡି ୧୧ଟି ଓ କଂଗ୍ରେସ ୫ଟିରେ ଆଗୁଆ ରହିଛନ୍ତି ।

ଏସବୁ ମଧ୍ୟରେ ଆଜି ଶଙ୍ଖ ଭବନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଦଳ ବିଜୟୀ ହେବା ପାଇଁ ଆୟୋଜିତ ଏହି ପୂଜାରେ  ନେତାମାନେ ଓ ମୁଖପାତ୍ରମାନେ ଉପସ୍ଥିତ ରହି ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ଜଣାପଡ଼ିଛି ।

BjD Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe