Advertisment

ଶ୍ରୀମୟୀଙ୍କ ଚରିତ୍ର ସଂହାର କରୁଛି ବିଜେଡି: କର୍ମୀ-ନେତାଙ୍କ ପାଇଁ ନବୀନ ନିବାସ ଓ ଶଙ୍ଖଭବନ ସୁରକ୍ଷିତ ତ?

ମହାଭାରତର ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଚରିତ୍ର, ପ୍ରକାଶ ଝା’ଙ୍କ ଓଟିଟି ୱେବସିରିଜ୍ ‘ଆଶ୍ରମ’ର ‘ଭଣ୍ଡ ସନ୍ୟାସୀ’ ଉପାଖ୍ୟାନ କଥା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ । ଶ୍ରୀମୟୀ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟରୁ ବିରତ ରହିବାକୁ ଚେତାବନୀ ଦେବା ସହ ପରୋକ୍ଷରେ ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

author-image
Ordigital Desk
Shreemayee

Shreemayee

ମା’କୁ ସମ୍ମାନର ସ୍ଲୋଗାନ ଦେଉଥିବା ବିଜେଡିରେ ମହିଳା ସୁରକ୍ଷିତ ନୁହଁନ୍ତି । ଦଳର ମୁଖପାତ୍ର ଓ ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କ ଚରିତ୍ର ସଂହାର କରୁଛି ଖୋଦ୍ ବିଜେଡି । ଦଳର କର୍ମୀମାନେ ଗଣମାଧ୍ୟମରେ ପ୍ରଭାବଶାଳୀ  ଢଙ୍ଗରେ ଶ୍ରୀମୟୀଙ୍କ ଚରିତ୍ର ସଂହାର କରୁଛନ୍ତି କି ନାହିଁ ତା’ର ମଧ୍ୟ ତଦାରଖ କରୁଛି ବିଜେଡି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତିଙ୍କ ଦ୍ୱାରା ଦଳୀୟ ପଦାଧିକାରୀ ଶ୍ରୀମୟୀ ମିଶ୍ରଙ୍କ ଚରିତ୍ର ସଂହାର ସଂକ୍ରାନ୍ତ ଭିଡିଓକୁ ‘ବିଜେଡିର ଏସପି’ ହ୍ୱାଟସଅପ୍ ଗ୍ରୁପରେ ଶେୟାର ହୋଇଛି । ଏହି ଗ୍ରୁପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କଠୁ ଆରମ୍ଭ କରି ଦଳର କୋରଟିମ୍ ସଦସ୍ୟମାନେ ମଧ୍ୟ ରହିଛନ୍ତି । ଏଭଳି ଚାଂଚଲ୍ୟକର ପ୍ରମାଣ ‘ଓଡ଼ିଶା ରିପୋର୍ଟର’ ହାତରେ ଲାଗିଛି ।

Advertisment

ଦଳୀୟ ନେତ୍ରୀଙ୍କ ଚରିତ୍ର ସଂହାରର ତଦାରଖ କରୁଛି ବିଜେଡି

ମହାଭାରତର ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଚରିତ୍ର, ପ୍ରକାଶ ଝା’ଙ୍କ ଓଟିଟି ୱେବସିରିଜ୍ ‘ଆଶ୍ରମ’ର ‘ଭଣ୍ଡ ସନ୍ୟାସୀ’ ଉପାଖ୍ୟାନ କଥା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ । ଶ୍ରୀମୟୀ କାହାରି ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟରୁ ବିରତ ରହିବାକୁ ଚେତାବନୀ ଦେବା ସହ ପରୋକ୍ଷରେ ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ୟାସୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯଦିଓ ଶ୍ରୀମୟୀ ଗଣମାଧ୍ୟମରେ ପଦୁଟିଏ ବି ମୁହଁ ଖୋଲିନାହାନ୍ତି ତଥାପି ବିଜେଡି ଏବେ ପାଣ୍ଡିଆନଙ୍କୁ ଖୁସି କରିବାକୁ ଦଳର ନେତ୍ରୀଙ୍କ ଚରିତ୍ର ସଂହାରରେ ଲାଗିପଡ଼ିଥିବାର ପ୍ରମାଣ ‘ଓଡ଼ିଶା ରିପୋର୍ଟର’ର ହାତରେ ଲାଗିଛି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ‘ବିଜେଡିର ଆନୁଷ୍ଠାନିକ ହ୍ୱାଟସଅପ ଗ୍ରୁପ୍‌’ ଚାର୍ଟରେ ଶ୍ରୀମୟୀଙ୍କ ଚରିତ୍ର ସଂହାର କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତିଙ୍କ ଦ୍ୱାରା ଏହି ଗ୍ରୁପରେ ଦୁଇଟି ଏଭଳି ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ଚରିତ୍ର ସଂହାର ହେଉଥିବା ଦେଖିବାକୁ ମିଳିଛି । ଏହି ଗ୍ରୁପରେ ଦଳର ଆଗଧାଡ଼ିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ସୁବାସ ସିଂ, ସୁଦାମ ମାର୍ଣ୍ଡି, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଚିନ୍ମୟ ସାହୁଙ୍କ ସମେତ ୪୦ରୁ ଅଧିକ ଆଗଧାଡ଼ିର ନେତା ମଧ୍ୟ ରହିଛନ୍ତି । ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ମଧ୍ୟ ଏହି ଗ୍ରୁପରେ ଅଛନ୍ତି । ତଥାପି ସୁଚିିନ୍ତିତ ଢଙ୍ଗରେ ଦଳର ଜଣେ ମହିଳା ପଦାଧିକାରୀଙ୍କ ଚରିତ୍ର ସଂହାର କରାଯାଉଥିଲେ ମଧ୍ୟ ଏହି ନେତାମାନେ ନିରବ ରହିବା ବିଜେଡିର ମା’କୁ ସମ୍ମାନର ସ୍ଲୋଗାନର ନଗ୍ନଚିତ୍ରକୁ ପଦାରେ ପକାଇ ଦେଇଛି ।

ନବୀନ ନିବାସ ଓ ଶଙ୍ଖଭବନ ନୁହେଁ ସୁରକ୍ଷିତ, ପ୍ରମାଣ ଦେଲେ ମନ୍ମଥ

ବିଜେଡି ମୁଖ୍ୟାଳୟ ‘ଶଙ୍ଖଭବନ’ କିମ୍ବା ନବୀନ ନିବାସ ଏବେ ସୁରକ୍ଷିତ ନୁହେଁ ।ଏହି ଉଭୟ ସ୍ଥାନକୁ ଯାଉଥିବା  ପ୍ରତ୍ୟେକ ମହିଳା ଓ ପୁରୁଷଙ୍କ ଜାଣତରେ ହେଉ ଅବା ଅଜାଣତରେ ସେମାନଙ୍କର ଭିଡିଓ ରେକର୍ଡିଂ କରାଯାଉଛି । ଆଉ ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଆୟୁଧ କରି ଦଳ ସେମାନଙ୍କୁ ବ୍ଲାକମେଲ୍ କରିବାର ଧମକ ମଧ୍ୟ ଦେଉଛି । କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବୟାନରୁ ଏହା ଏବେ ସ୍ପଷ୍ଟ ହୋଇଯାଇଛି । ଶ୍ରୀମୟୀ ମିଶ୍ରଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବାକୁ ଯାଇ ମନ୍ମଥ କହିଛନ୍ତି ଯେ, ଶ୍ରୀମୟୀଙ୍କର ଶଙ୍ଖଭବନ ଓ ନବୀନ ନିବାସରେ ଭିଡିଓ ରହିଛି ଯାହାକୁ ଭାଇରାଲ କରିଦେଲେ ସେ କାହାରିକୁ ମୁହଁ ଦେଖାଇ ପାରିବେ ନାହିଁ । ସେ ତାଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ ମଧ୍ୟ ମୁଣ୍ଡ ଟେକି ଚାଲିପାରିବେ ନାହିଁ । ସେ ଭିଡିଓକୁ ଭାଇରାଲ କରିବାକୁ ଆମ ଦଳର ସଭାପତି ଅନୁମତି ଦେଉନାହାନ୍ତି । କିନ୍ତୁ ସେ ଭିଡିଓ ଲୋକଲୋଚନକୁ ଆସିଲେ ଶ୍ରୀମୟୀଙ୍କ ଅସଲ ଚେହେରା ଲୋକ ଜାଣିପାରିବେ । ଏଭଳି କହି ମନ୍ମଥ ଖୋଲାଖୋଲି ଭାବେ ଶଙ୍ଖଭବନ ଓ ନବୀନ ନିବାସରେ କିଛି ଆପତ୍ତିଜନକ କାର୍ଯ୍ୟ ଚାଲିଥିବାର ପରୋକ୍ଷରେ ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି କି? ଯାହାର ଭିଡିଓ ରେକର୍ଡିଂଗୁଡ଼ିକୁ ପରବର୍ତ୍ତୀ ସମୟରେ ବ୍ଲାକମେଲ୍ ‘ଅସ୍ତ୍ର’ ଭାବେ ବ୍ୟବହାର କରାଯାଉଥିବା ମନ୍ମଥଙ୍କର ବିଗତ ୩-୪ଦିନ ଧରି ବୟାନରୁ ସ୍ପଷ୍ଟ ହେବାରେ ଲାଗିଛି । ମନ୍ମଥଙ୍କର ଏହି ଭିଡିଓ ବ୍ଲାକମେଲିଂ ବୟାନକୁ ମଧ୍ୟ ତାଙ୍କ ଦଳ ପକ୍ଷରୁ ଖଣ୍ଡନ କରାଯାଉନଥିବାରୁ ମହିଳାଙ୍କ ପାଇଁ ଉଭୟ ନବୀନ ନିବାସ ଓ ଶଙ୍ଖଭବନ ସୁରକ୍ଷିତ ନୁହେଁ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି ।

Advertisment

ମନ୍ମଥଙ୍କ ଅନ୍ୟ ଜଣେ ସମର୍ଥକ ମଧ୍ୟ ଆଜି ଗଣମାଧ୍ୟମରେ ଶ୍ରୀମୟୀଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଖୁବଶୀଘ୍ର ଏକ ଭିଡିଓ ରିଲିଜ୍ ହେବ ଓ ସେହି ଗୀତର ସଂଳାପ ମଧ୍ୟ ଶ୍ରୀମୟୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପରୋକ୍ଷରେ ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି ।

କାହା ଇଙ୍ଗିତରେ ଚାଲିଛି ନେତ୍ରୀଙ୍କ ଚରିତ୍ର ସଂହାର

ଦଳ ନିଜର ନେତ୍ରୀଙ୍କ ଚରିତ୍ର ସଂହାର କରିବା ଭଳି ଭିଡିଓକୁ ନିଜ ହ୍ୱାଟସଗ୍ରୁପରେ ଶେୟାର କରି ପରୋକ୍ଷରେ ଏପରିି ହୀନମାନସିକତାକୁ ପ୍ରେତ୍ସାହିତ କରାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ଦଳର ମିଡିଆ କୋଅର୍ଡିନେଟର ଲେନିନ୍ ମହାନ୍ତି କାହିଁକି ଓ କେଉଁଠ ଉଦ୍ଦେଶ୍ୟରେ ମନ୍ମଥଙ୍କ ଭିଡିଓକୁ ଶେୟାର କଲେ ଓ ପୂର୍ବରୁ କାହିଁକି କରୁନଥିଲେ ଏସବୁ ପ୍ରଶ୍ନ ଏବେ ଦଳୀୟ ମହଲରେ ସନ୍ଦେହ ବଢ଼ାଇଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଇସାରାରେ ଏସବୁ କାର୍ଯ୍ୟ ଚାଲିଛି ଓ ତାଙ୍କୁ ଖୁସି କରିବାକୁ ଶ୍ରୀମୟୀଙ୍କ ଚରିତ୍ର ସଂହାର କରାଯାଉଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ସେହି ଗ୍ରୁପରେ ଥିବା ବରିଷ୍ଠ ନେତାମାନେ କିଭଳି ନିଜର ଜଣେ ମହିଳା ସହଯୋଗୀଙ୍କ ଚରିତ୍ର ସଂହାରର ନିରବଦ୍ରଷ୍ଟା ସାଜିଛନ୍ତି ତାହା ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉଦବେଗ ବଢ଼ାଇଛି ।

ShreeMayee Mishra