/odisha-reporter/media/post_attachments/uploadimage/library/16_9/16_9_0/BJP_1715527541.jpg)
BJP
ବିଜେପି ଅଭିଯୋଗ କରିଛି ବିଜେଡି କଳାଟଙ୍କା ବାଣ୍ଟୁଛି। ବିଜେଡିକୁ ଦୁଇଟି ଶଙ୍ଖରେ ଭୋଟ ଦେବା ପାଇଁ ବିଜେଡି ନେତା ଓ କର୍ମୀମାନେ ଭୋଟରଙ୍କୁ ଦୀର୍ଘ ୨୫ବର୍ଷ ହେଲା ଗଚ୍ଛିତ ରଖିଥିବା କଳା ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛି। ପୂର୍ବ ନିର୍ବାଚନ ଗୁଡ଼ିକରେ ଏହା କରିଆସୁଥିବାବେଳେ ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଣ୍ଟୁଛି ବିଜେଡି ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି।
ବିଜେଡି ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର ହୋଇଥିଲା। ଏନେଇ ବିଜେପି ସିଇଓଙ୍କୁ ଅଭିଯୋଗ କଲାପରେ ସରକାରୀ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। କିନ୍ତୁ ସେଥିରୁ ବିଜେଡି ସଜାଗ ହେଲା ନାହିଁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୩ରେ ହେଉ ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଦେଇଛି। ଲୋକମାନେ ଦୁଇଟି ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡ଼ା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ଦାସ ନିଜେ ଖୋଲା ସ୍ଥାନରେ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ବାଣ୍ଟୁଛନ୍ତି ଯାହାର ଅଭିଯୋଗ ହୋଇଛି। ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି ବୋଲି ବିଜେପି ଅଭିଯୋଗ କରିଛି।
ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡ଼ା ନଜର ରଖିବା ଓ ଟଙ୍କା ବଣ୍ଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଆଜି ବିଜେପିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
