Advertisment

‘ରାଜ୍ୟ ସରକାର ଭାବୁଛନ୍ତି ବିକାଶ କରୁଛନ୍ତି, କିନ୍ତୁ ଏଠାରେ ଭ୍ରଷ୍ଟାଚାର ବଢ଼ିଛି’

ରାଧେ ରାଧେ କହି ଭୁବନେଶ୍ୱର ସାଲିଆସାହି ଆଶୀର୍ବାଦ ସମାବେଶରେ ନିଜ ଭାଷଣ ଆରମ୍ଭ କରିଥିଲେ ଡ୍ରିମ ଗର୍ଲ ହେମା ମାଳିନୀ। ମୁମ୍ବାଇର ଧରାବୀ ଉଦାହରଣ ଦେଇ ସାଲିଆସାହିର ବିକାଶ କଥା କହିଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Hemamalini

Hemamalini

ରାଧେ ରାଧେ କହି ଭୁବନେଶ୍ୱରର ସାଲିଆସାହି ଆଶୀର୍ବାଦ ସମାବେଶରେ ଶୁକ୍ରବାର ନିଜ ଭାଷଣ ଆରମ୍ଭ କରିଥିବା ହେମା ମାଳିନୀ ମୁମ୍ବାଇର ଧରାବୀର ଉଦାହରଣ ଦେଇ ସାଲିଆସାହିର ବିକାଶ କଥା କହିଛନ୍ତି । ଏହି ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଭ୍ରଷ୍ଟାଚାର ବଢ଼ିଛି ବୋଲି ସେ କହିଛନ୍ତି।

Advertisment

ରାଜ୍ୟ ସରକାର କିଛି କାମ କରୁ ନ ଥିବା ବେଳେ ଭାବୁଛନ୍ତି ବହୁ ବିକାଶ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୮ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ବିକାଶ ହୋଇନି। ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଠି ସୁଭଦ୍ରା ଯୋଜନା ଲାଗୁ କରାଯିବ । ସବୁ ମହିଳାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ମିଳିବ ବୋଲି କହିଛନ୍ତି ହେମା ମାଳିନୀ। 

ସେ କହିଛନ୍ତି, ଓଡ଼ିଶାରେ ବିଜେଡି ସରକାର ୨୫ ବର୍ଷ ଶାସନରେ ରହିଥିଲେ ବି ରାଜ୍ୟର କୌଣସି ଆଖିଦୃଶିଆ ଉନ୍ନତି କରି ପାରି ନାହାନ୍ତି। ଅଥଚ ମୋଦିଜୀଙ୍କ ନେତୃତ୍ୱରେ ସମଗ୍ର ଦେଶର ନବନିର୍ମାଣ ହେଉଛି। ତେଣୁ ଓଡ଼ିଶାର ବିକାଶ ପାଇଁ ଏଠାରେ ବି ଡ‍ବଲ ଇଞ୍ଜିନ ସରକାର ଆସିବା ଦରକାର। ଏବେ ସମଗ୍ର ଦେଶରେ ପରିବର୍ତ୍ତନର ହାୱା ବହୁଛି। ତେଣୁ ଓଡ଼ିଶାରେ ବି ଏଥର ସରକାରରେ ପରିବର୍ତ୍ତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ହେମା ମାଳିନୀ। 

Advertisment

ହେମା ମାଳିନୀ କହିଛନ୍ତି, ଓଡ଼ିଶା ଏକ ସୁନ୍ଦର ଜାଗା। ଏହାର ସଂସ୍କୃତି ଖୁବ୍‌ ଉଚ୍ଚକୋଟୀର। ପର୍ଯ୍ୟଟନ କ୍ଷେତ୍ରରେ ଏଠାରେ ରହିଛି ଭରପୂର ସୁଯୋଗ। ଏହା ସତ୍ତ୍ୱେ ଏହି ରାଜ୍ୟର ଉନ୍ନତି ହୋଇ ପାରୁନି। ଏଠାରେ ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ି ଚାଲିଥିବା ବେଳେ ବେକାରୀ ହାର ବି ବଢ଼ି ଯାଇଛି। ତେଣୁ ଏଠାରେ ସରକାରରେ ପରିବର୍ତ୍ତନ ହେବା ଆବଶ୍ୟକ। 

BJP Meetingସଭାସ୍ଥଳରେ ଉପସ୍ଥିତ ଅତିଥି।

ଏହି ଅବସରରେ ସଭାରେ ଉପସ୍ଥିତ ଭୁବନେଶ୍ୱରୀ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘କାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ’ କଲେ, ମାତ୍ର ଉକ୍ତ ଶୋ’ରେ ଲୋକ ନଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ରେ ୨ ଲକ୍ଷ ଲୋକ ରୁଣ୍ଡ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଶୋ’ରେ କାଁ ଭାଁ କେଉଁଠି ଲୋକ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ’ କଲେ । ଏହା ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ।

ସେ କହିଛନ୍ତି, ‘ବସ୍ତିରେ ରାଜ୍ୟ ସରକାର ବାରମ୍ବାର ପଟ୍ଟା ବଣ୍ଟନ କରୁଥିବା ଦେଖାଯାଉଛି। ପଟ୍ଟା ତ ଥରେ ଦିଆଯାଏ, ଏତେ ଥର ସମାନ ଲୋକଙ୍କୁ କାହିଁକି ଦିଆଯାଉଛି। ଦିଆଯାଉଥିବା ପଟ୍ଟା ଦେଖିବା ପରେ ଜଣାପଡ଼ିଲା ଯେ ତାହା ଅସଲି ନୁହେଁ ।

ରାଜ୍ୟ ସରକାର ବାଣ୍ଟୁଥିବା ପଟ୍ଟାରେ ପ୍ଲଟ ନମ୍ବର କି ଖାତା ନମ୍ବର ନାହିଁ, ସେଇଟି ଫଲ୍‌ସ ପଟ୍ଟା । ଲୋକଙ୍କୁ ଫଲ୍‌ସ ପଟ୍ଟା ବାଣ୍ଟି ଭୁଆଁ ବୁଲାଇଛି ବିଜେଡି ସରକାର । ବିଜେଡି ସରକାର ବସ୍ତି ବାସିନ୍ଦାଙ୍କୁ ଦେଢଶ’ ବର୍ଗଫୁଟର ଘର ଦେଉଥିବା ବେଳେ ସେଥିରେ ରହିବା ସମ୍ଭବପର ନୁହେଁ। ରାଜ୍ୟରେ ବିଜେପି ସରକାର ଆସିଲେ ୬ଶହ ବର୍ଗଫୁଟର ଅସଲି ପଟ୍ଟା ଦିଆଯିବ ବୋଲି କହିଛନ୍ତି ସାଂସଦ।

କେବଳ ଏତିକି ନୁହେଁ, ସାଲିଆସାହି ସମାବେଶରେ ବିଜେଡି ସରକାରର ଅସଲି ମୁଖା ଖୋଲି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି। ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା । ଅର୍ଥାତ ଦିନକୁ ମାତ୍ର ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି। ଅପରପକ୍ଷେ, ‘ସୁଭଦ୍ରା’ ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ । ଆମେ ୫୦ ହଜାର ନେବା ନା ୫୪ ପଇସା ନେବା ବୋଲି ଉପସ୍ଥିତ ଲୋକଙ୍କୁ ପଚାରିଲେ ଅପରାଜିତା ।

Loksabha Election 2024 Odisha Assembly Election 2024 General Election 2024