ଅକଳରେ ବିଜେଡି, ନବୀନ ଜାରି କଲେ ଭିଡିଓ: ଝଲସିଲା ପରାଜୟର ଭୟ

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରୋଡ୍ ଶୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିଥିବା ନବୀନ ଆଜି ସକାଳୁ ଏକ ଭିଡିଓ ବାର୍ତ୍ତା ଜାରି କରି ଲୋକସଭା ପ୍ରାର୍ଥୀ ମନ୍ମଥଙ୍କୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 21 May 2024
  • Updated: 21 May 2024, 01:12 PM IST

Sports

Latest News

ଭୁବନେଶ୍ୱର ଲୋକସଭା ଆସନକୁ ଜିଣିବା ପାଇଁ ବିଜେଡିର ସବୁ ରଣକୌଶଳ ଫେଲ୍ ମାରିବା ପରେ ଦଳ ଏବେ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରେ ଆଜି ଭିଡିଓ ବାର୍ତ୍ତା ଜାରି କରି ଭୁବନେଶ୍ୱରର ଓ ପୁରୀ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ଦଳ ପ୍ରୟାସ କରିଛି । ତେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଜିତାଇବା ପାଇଁ ନବୀନଙ୍କ ଏହି ଭିଡିଓ ଏବେ ‘ବିଧା ମାରି ପଣସ ପଚାଇବା’ ସଦୃଶ ହୋଇଛି ।  ଆଉ ନବୀନଙ୍କ ମୁହଁରେ ମନ୍ମଥଙ୍କୁ ‘ଯୁବ ପୀଢ଼ୀ’ର ପ୍ରେରଣା ବୋଲି କୁହାଇ ବିଜେଡି ଖୋଲାଖୋଲି ଭାବେ ରାଜ୍ୟରେ ‘ମା’ଙ୍କୁ ସମ୍ମାନ’ ପ୍ରତି କଟାକ୍ଷ ଏବଂ ଠକେଇ ଓ ଅନ୍ୟାନ୍ୟ ଅପରାଧର ଅଭିଯୁକ୍ତମାନଙ୍କୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହୋଇଛି ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରୋଡ୍ ଶୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିଥିବା ନବୀନ ଆଜି ସକାଳୁ ଏକ ଭିଡିଓ ବାର୍ତ୍ତା ଜାରି କରି ଲୋକସଭା ପ୍ରାର୍ଥୀ ମନ୍ମଥଙ୍କୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି । ନବୀନ ତାଙ୍କ ଭିଡିଓ ବାର୍ତ୍ତାରେ “ମନ୍ମଥ ରାଜନୀତିରେ ଯୁବପୀଢ଼ୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଓ ମନ୍ମଥଙ୍କ ସହଯୋଗରେ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବେ ବୋଲି କହିଛନ୍ତି । ଏହାସହିତ ଗତ ୫ବର୍ଷ ମଧ୍ୟରେ ଭୁବନେଶ୍ୱରର ବିଜେପି ସାଂସଦ କିଛି ବଡ଼ କାମ କରିନଥିବା ବି କହିଛନ୍ତି । ତେଣୁ ମନ୍ମଥଙ୍କୁ ସୁଯୋଗ ଦେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନବୀନ ଅପିଲ୍ କରିଛନ୍ତି । ନବୀନ ଅନୁରୂପ ଭାବେ ଦଳର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ଭିଡିଓ ଜାରି କରିଛନ୍ତି । ଅରୂପ ଜଣେ ସମାଜସେବୀ ଓ ସେ ନିଜ ମାଟି ପୁରୀର ସେବା କରିବା ପାଇଁ ଆସିଛନ୍ତି । ତେଣୁ ପୁରୀର ବିକାଶ ପାଇଁ ଅରୂପଙ୍କୁ ସୁଯୋଗ ଦେବାକୁ ନବୀନ ଅପିଲ କରିଛନ୍ତି ।

Also Read

ତେବେ ପ୍ରଶ୍ନ ଉଠୁଛି ଦୁଇଟି ପର୍ଯ୍ୟାୟ ଭୋଟ୍ ସରିବାପରେ ନବୀନ କାହିଁକି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ପାଇଁ ଭିଡିଓ ଜାରି କରି ଭୋଟ୍ ଦେବାକୁ ଅପିଲ କରିଛନ୍ତି । ନବୀନ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇ ନିର୍ବାଚନୀ ସଭାରେ ସାମିଲ ହେଉଛନ୍ତି ଓ ଏପଟେ ନବୀନଙ୍କ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ସଭା ଓ ରୋଡ୍ ଶୋ’ କରି  ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ବିଜେଡିର ତୋଗଲକୀ ରଣନୀତି ଏବଂ ପ୍ରଚୁର ଅର୍ଥ ଓ ଶାସନ କଳକୁ ଉପଯୋଗ କରି ନିର୍ବାଚନ ଜିତିବାର ଅତ୍ୟଧିକ ଆତ୍ମବିଶ୍ୱାସ ଫେଲ୍ ମାରିବା ପରେ ଦଳକୁ ଏବେ ପରାଜୟର ଭୟ ଘାରିବାରେ ଲାଗିଛି । ମନ୍ମଥଙ୍କ ନାଁରେ ଠକେଇ,ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ମାମଲା ରହିଛି । ମନ୍ମଥ ଓ ତାଙ୍କ ପିତା ସୁରେଶ କୁମାର ରାଉତରାୟଙ୍କ ଆଚରଣ ଓ ଉଚ୍ଚାରଣ ଏବଂ ସେମାନଙ୍କ ପାରିବାରିକ ଡ୍ରାମାକୁ ଭୁବନେଶ୍ୱରର ସଚେତନ  ଭୋଟର ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି । ସେହିଭଳି ଦୀର୍ଘବର୍ଷ ଧରି ଜନ୍ମମାଟି ପୁରୀରେ ସାଧାରଣ ଲୋକଙ୍କ ସହ ଉଭୟ ରାଜନୀତିକ ଓ ସାମାଜିକ ଦୃଶ୍ୟପଟ୍ଟରେ ନଥିବା ଅରୂପଙ୍କୁ ବିଜେଡି ପୁରୀରୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ନିଜର ଆଇପିଏସ୍ ଠାଣି ପାଇଁ ଏପର୍ଯ୍ୟନ୍ତ ପୁରୀ ସଂସଦୀୟ କ୍ଷେତ୍ରରେ ସାଧାରଣ ଭୋଟରଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରୁନଥିବା ଜଣାପଡ଼ିଛି ।

ଏହି ଦୁଇ ଆସନରେ ବିଜେପି ସାଂସଦ ପ୍ରାର୍ଥୀଙ୍କ ପଲ୍ଲା ଭାରି ଥିବାରୁ ବିଜେଡି ନିଜର ନିର୍ବାଚନୀ ଇତିହାସରେ ପ୍ରଥମଥର ପାଇଁ କୌଣସି ସାଧାରଣ ନିର୍ବାଚନରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ନିମନ୍ତେ ନବୀନଙ୍କ ମୁହଁରେ ଭିଡିଓ ବାର୍ତ୍ତା ଜାରି କରିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story