Advertisment

ବିଜେଡିର ଛିଡ଼ୁନି ୧୨ ଆସନ ଅଙ୍କ

ଯାଜପୁରର ଦୁଇ ସିଟ୍‌ କୋରେଇ ଓ ବରୀରେ ପ୍ରାର୍ଥୀ ଘୋଷଣା ହୋଇନି। କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ। ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତି ରଞ୍ଜନ ଘଡାଇ ପରିବାର ଭିତରେ ଚାଲିଛି ଲଢେଇ।

BJD

BJD

Advertisment

ବିଜେଡିର ବାକି ଥିବା ୧୨ ଆସନରେ ଛିଡୁନି କି ଅଙ୍କ? କୁହାଯାଉଛି ଏ ସବୁ ଆସନ ପାଇଁ ଲବିରେ ଅଛନ୍ତି ବହୁ ହେଭିୱେଟ୍। ତେଣୁ କାହାକୁ ଟିକେଟ ଦେବ ଓ କାହାକୁ ମ୍ୟାନେଜ୍ କରିବ, ସେହି ଚିନ୍ତାରେ ପଡ଼ି ଯାଇଛି ଦଳ। ଏମିତିରେ ତ ଯେଉଁଠି ଟିକେଟ କଟିଛି ସେଠି ବିଦ୍ରୋହ ଆରମ୍ଭ ହୋଇଗଲାଣି। ଏମିତି ସ୍ଥିତିରେ ବାକି ୧୨ ଆସନରେ ଦଳ କ’ଣ ଷ୍ଟ୍ରାଟେଜି ଆପଣାଉଛି, ଦେଖିବା କଥା।

Advertisment

ଯାଜପୁରର ଦୁଇ ସିଟ୍‌ କୋରେଇ ଓ ବରୀରେ ପ୍ରାର୍ଥୀ ଘୋଷଣା ହୋଇନି। କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ। ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତି ରଞ୍ଜନ ଘଡାଇ ପରିବାର ଭିତରେ ଚାଲିଛି ଲଢେଇ। ଗୋଟିଏ ପଟେ ପ୍ରଣବ ପ୍ରକାଶଙ୍କ ନିଜ ଭାଇ ଭବପ୍ରସାଦ ଦାସ, ଅନ୍ୟପଟେ ନିଜ ପତ୍ନୀ ଝିଲିକଙ୍କ ପାଇଁ ଟିକେଟ ଲବିରେ ଅଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ। ତେଣୁ ଏଠୁ ଦଳ କାହାକୁ ଟିକେଟ ଦେବ ତାକୁ ନେଇ ଦ୍ୱନ୍ଦ୍ୱରେ।

ବରୀରେ ମଧ୍ୟ ଏକ ପ୍ରକାର ସମାନ ସ୍ଥିତି। ଏଠି ଦୁଇ ହେଭିୱେଟ ଦାବିଦାର ହେଉଛନ୍ତି ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜ ମଲ୍ଲିକ। କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ସୁନନ୍ଦାଙ୍କ ସପକ୍ଷରେ ବାହାରିଥିଲେ ୩୨ ସରପଞ୍ଚ ଓ ୨୯ ସମିତି ସଭ୍ୟ। କୁହାଯାଉଛି ସୁନନ୍ଦାଙ୍କ ସପକ୍ଷରେ ଯାଦବ ଭୋଟ ବ୍ୟାଙ୍କ ସହ ମହିଳା ଭୋଟ ରହିଛି। ଅନ୍ୟ ପଟେ ବିଶ୍ୱରଂଜନ ମଧ୍ୟ ସ୍ୱାଧୀନ ଭାବେ ଲଢି ବିପୁଳ ଭୋଟ୍ ପାଇଥିଲେ। ତେଣୁ ଦଳ ଏଠି କାହାକୁ ଟିକେଟ ଦେବ, କାହାକୁ ମ୍ୟାନେଜ କରିବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।

Advertisment

ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଟିକେଟ ବିଳମ୍ବ ହେବାରୁ ମେଳି କରି ଦଳକୁ ଚେତାବନୀ ଦେଇଛନ୍ତି ବିଧାୟିକା ସୀମାରାଣୀଙ୍କ ସମର୍ଥକ। କୁହାଯାଉଛି ଏଠୁ ନିଜ ପ୍ରାର୍ଥୀ ଲଢେଇବାକୁ ଲବି କରୁଛନ୍ତି ହେଭିୱେଟ ସୁଧିର ସାମଲ ଓ ସାଂସଦ ମହେଶ ସାହୁ।

ସେହିଭଳି ଖୋର୍ଦ୍ଧାରେ ବିଧାୟକ ଜିତୁ ମିତ୍ର ଆଶାୟୀ ଥିବା ବେଳେ ଦଳ ଏଠି ନୂଆ ଚେହେରା ଖୋଜୁଛି। ଅନ୍ୟ ପଟେ ପୂର୍ବତନ ବିଧାୟକ ତଥା ଏବେ ବେଗୁନିଆରୁ ବିଧାୟକ ଥିବା ରାଜେନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଫେରାଇ ନେବାକୁ ଦଳ ଅଙ୍କ କଷୁଛି। ଆଉ ବେଗୁନିଆରେ ଆଶାୟୀ ଅଛନ୍ତି ପ୍ରଦୀପ ସାହୁ। ଉଭୟ ମଧ୍ୟ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଟିକେଟ ପାଇଁ ଅଡି ବସିଛନ୍ତି ବରିଷ୍ଠ ବିଧାୟକ ଅନନ୍ତ ଦାସ। ନିଜ ପୁଅ ସହ ଆସି ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ହେଲେ ସେଠି ୨ ଆଶାୟୀ ଗୌତମବୁଦ୍ଧ ଦାସ ଓ ଭୁବନାନନ୍ଦ ଦାସ ଅଛନ୍ତି। ସେପଟେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର ପରେ ଖଣ୍ଡପଡ଼ା ଆସନରେ ବିଜେଡି କାହାକୁ ଟିକେଟ ଦେବ ସ୍ଥିର କରିପାରୁନି।

ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ଲବିରେ ଅଛନ୍ତି। ଅନ୍ୟ ପଟେ ଗ୍ରାଉଣ୍ଡରେ ଉଭୟ ଖଣ୍ଡପଡ଼ା ଓ ଭାପୁର ବ୍ଲକର ଅଧ୍ୟକ୍ଷ ପୃଥକ ପୃଥକ ସଙ୍ଗଠନ କରିଛନ୍ତି।

ସେପଟେ ବିଜେଡି କହିଛି, ଖୁବ୍ ଶୀଘ୍ର ବଳକା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଦଳ ପାଇଁ ବିଦ୍ରୋହ ସମସ୍ୟା ହେବନି।

BjD Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe