ମେଣ୍ଟ ସସପେନ୍ସ : ବ୍ୟାକଫୁଟରେ ବିଜେଡି, ଘରୁ ବାହାରୁ ନାହାନ୍ତି ନେତା, କର୍ମୀ ହତାଶ

ସମ୍ଭାବ୍ୟ ମେଂଟକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଅନୁଗତ ଭିକେ ପାଣ୍ଡିଆନ ଯେପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ନକରିବେ, ଦଳ ଭିତରେ ଆଶା-ଆଶଙ୍କା ଓ ହତାଶ ସେତେ ବଢ଼ିଚାଲିବ ବୋଲି ଚର୍ଚ୍ଚା ହେଉଛି ।

Shankha Bhawan

ବିଜେଡି କାର୍ଯ୍ୟାଳୟ

Ordigital Desk
  • Published: Saturday, 09 March 2024
  • Updated: 09 March 2024, 04:34 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ସସପେନ୍ସ ଲାଗି ରହିଛି । ବିଜେପି ରାଜ୍ୟରେ ମେଂଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିଲେ ମଧ୍ୟ ବିଜେଡି ନିରବ ରହି ଏବେ ନିଜ ଗୋଡ଼ରେ କୁରାଢ଼ୀ ମାରିବାରେ ଲାଗିଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦେଢ଼ମାସ ବାକି ଥିବାବେଳେ ଦଳର ସମ୍ଭାବ୍ୟ ପ୍ରାର୍ଥୀମାନେ ଏବେ ଘରୁ ବାହାରି ପାରୁନାହାନ୍ତି । କର୍ମୀଙ୍କ ଘନଘନ ପ୍ରଶ୍ନବାଣ ଓ ନିଜ ସିଟ୍ କାହା ଭାଗରେ ପଡ଼ିବ ତାକୁ ଭୟ କରି ବିଜେଡିର ଆଗଧାଡ଼ିର ନେତା-ମନ୍ତ୍ରୀମାନେ ଏବେ ହତାଶ ହୋଇପଡ଼ିଥିବା ଜଣାପଡ଼ିଛି । ଏପଟେ ସମ୍ଭାବ୍ୟ ମେଂଟକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଅନୁଗତ ଭିକେ ପାଣ୍ଡିଆନ ଯେପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ନକରିବେ, ଦଳ ଭିତରେ ଆଶା-ଆଶଙ୍କା ଓ ହତାଶ ସେତେ ବଢ଼ିଚାଲିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏଭଳି ସସପେନ୍ସ ମଧ୍ୟରେ ଯଦି ବିଜେପି ସହ ମେଂଟ ନହୁଏ ବିଜେଡି କର୍ମୀ ଓ ନେତାମାନେ କାହାକୁ ଭରସା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ଓ ସାଧାରଣ ଲୋକଙ୍କୁ କିଭଳି ସମ୍ମୁଖୀନ ହେବ ତାହା ଏବେ ସେମାନଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଂଟ ସମ୍ଭାବନାକୁ ଖାରଜ କରିଛନ୍ତି । ମେଂଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଗତକାଲି ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଂଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । କିମ୍ବା ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ କାହା ସହ କ’ଣ ଆଲୋଚନା ହେଲା ସେ ନେଇ ମଧ୍ୟ ନିଜ ଦଳର ବରିଷ୍ଠ ନେତାମାନଙ୍କୁ ଅବଗତ କରିନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେପି ନେତାମାନେ ମେଂଟ ପ୍ରସଙ୍ଗରେ ବାରମ୍ବାର ନକରାତ୍ମକ ବୟାନ ଦେବା ଓ ଅନ୍ୟପଟେ ବିଜେପିରେ ମିଶିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଖୋଲାଖୋଲି ଭାବେ ବିଜେଡିକୁ କଟାକ୍ଷ କଲେ ମଧ୍ୟ ଦଳ ସମ୍ପୂର୍ଣ୍ଣ ନିରବ ରହିବାକୁ ନେଇ ବିଜେଡି କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Also Read

ରାଜନୀତିକ ବିଶେଷଜ୍ଞଙ୍କ ମତରେ, ସାଧାରଣ ନିର୍ବାଚନ ପାଇଁ ବିଜେଡି ବହୁ ପୂର୍ବରୁ ପ୍ରସ୍ତୁତି କରି ଆସୁଛି । ରାଜ୍ୟର ସବୁ ବର୍ଗକୁ ତୁଷ୍ଟୀକରଣ ପାଇଁ ବିଜେଡି ସରକାର ପୁଳା ପୁଳା ସ୍କିମ୍ ଘୋଷଣା କରିଛି । ଯୁବ, ମହିଳା, ବୃଦ୍ଧବୃଦ୍ଧା ଓ ଅନ୍ୟାନ୍ୟ ସବୁ ବର୍ଗର ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଯୋଜନାଗୁଡ଼ିକ ମଧ୍ୟ ଅଧିକ ଲୋଭନୀୟ କରିବାକୁ ପଛାଇ ନାହିଁ । ରାଜ୍ୟ ରାଜକୋଷରୁ ଆଖିବୁଜା କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି । ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାକୀ ସବୁ କରିବା ସହ କର୍ମୀଙ୍କ ମଧ୍ୟରେ ଜୋସ୍ ବଢ଼ାଇବାକୁ ବି ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଦଳର କର୍ମୀ ଓ ନେତାମାନେ ଏକାକୀ ଲଢ଼ିବା ପାଇଁ ସଜବାଜ ହୋଇ ମଇଦାନକୁ ଓହ୍ଲାଇ ସାରିଥିବାବେଳେ ବିଜେଡି ନେତୃତ୍ୱ ଅଚାନକ ମେଂଟ ପାଇଁ କାହିଁକି ସଜବାଜ ହେଲେ ତାହା ଦଳର ନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଖୋଦ୍ ଗଣମାଧ୍ୟମ ସାମ୍ନାକୁ ଆସି ଟିକେଟ୍ ପାଇଁ ୧୦ହଜାର ନେତାଙ୍କ ଆବେଦନ ଆସିଛି ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ । ଦଳ ପାଖରେ ନିଜସ୍ୱ ଏକ କୋଟି କର୍ମୀ ଅଛନ୍ତି ବୋଲି ଦାବି କରୁଛି । ଯଦି ଏତେ ସବୁ ଥିଲା ତା’ହେଲେ ବିଜେପି ବେକରେ ଓହଳି ନିର୍ବାଚନୀ ବୈତରଣୀ ପାର ହେବାକୁ ବିଜେଡି କାହିଁକି ବ୍ୟାକୁଳ ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରାଜ୍ୟରେ ବିଜେଡି ବହୁତ ଭଲ ସ୍ଥିତିରେ ଅଛି ବୋଲି ଦାବି କରୁଥିବା ବିଜେଡି ନେତୃତ୍ୱ ଓ ରଣନୀତିକାରଙ୍କ ପାଖରେ ଏଭଳି କେଉଁ ବାଧ୍ୟବାଧକତା ରହିଛି ଯେଉଁଥିପାଇଁ ବିଜେପିର ବାରମ୍ବାର ମନା କରିବା ସତ୍ତ୍ୱେ ବିଜେଡି ଆଗାମୀ ନିର୍ବାଚନରେ ମେଂଟ ଆଶା ଛାଡ଼ୁନି । କିମ୍ବା ଦଳ ପକ୍ଷରୁ ସେଭଳି ସ୍ପଷ୍ଟ ବୟାନ ମଧ୍ୟ ଜାରି ହେଉନି ।

ଅସମର୍ଥିତ ସୂତ୍ର ଅନୁସାରେ, ରାଜ୍ୟରେ ବହୁ କୋଟି ଟଙ୍କାର ବିଭିନ୍ନ କେଳେଙ୍କାରୀ ସହ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବିଜେଡି ସରକାର ପ୍ରତି ବଢ଼ୁଥିବା ଆକ୍ରୋଶକୁ ଦେଖି ବିଜେଡି ନେତୃତ୍ୱ ଆଗାମୀ ସାଧାରଣ ନିର୍ବାଚନକୁ ଏକା ଲଢ଼ିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଯେଉଁଥିପାଇଁ ବିଜେପିର ବାରମ୍ବାର ମନା ସତ୍ତ୍ୱେ ବିଜେଡି ମେଂଟ ଆଶା ଛାଡ଼ିପାରୁନି । ଆଉ ତା’ର ପ୍ରତିକୂଳ ପ୍ରଭାବ ଦଳର କର୍ମୀ ଓ ନେତାଙ୍କ ଉପରେ ପଡ଼ିବାରେ ଲାଗିଛି । ଟିକେଟ୍ ଆଶା ଓ ନିଶ୍ଚିତ ପ୍ରାର୍ଥୀ ହେବା ଲକ୍ଷ୍ୟରେ ଯେଉଁ ନେତାମାନେ ଏରିଆରେ ଲୋକସମ୍ପର୍କ କାର୍ଯ୍ୟକ୍ରମ ସହ ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ ସେମାନେ ଏବେ ବାଧ୍ୟ ହୋଇ ଘରେ ରହୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story