ବିଜେଡି ସରକାରର ବିଜୁପ୍ରେମ: ମନେପଡ଼ିଲା ‘ଡାକୋଟା’, କସରତ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ି କ୍ରମାଗତ ୨୧ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ଏବେ ପୁଣିଥରେ ବିଜୁବାବୁଙ୍କ ‘ଡାକୋଟା’ ବିମାନକୁ ଫେରାଇ ଆଣିବା ନିମନ୍ତେ କସରତ୍ ଆରମ୍ଭ କରିଛନ୍ତି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ଭବ୍ୟ ଆକାରରେ ପାଳନ ପ୍ରସ୍ତୁତି ପାଇଁ ୨୦୧୬ ମସିହାରେ ଶାସକ ବିଜେଡି ଏକାଧିକ କମିଟି ଗଢ଼ିବା ସମୟରୁ ହିଁ ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନକୁ ଓଡ଼ିଶା ଆଣିବାକୁ ପ୍ରସ୍ତୁତି ଚାଲିଥିବା ନେଇ ବିଜେଡି ଓ ସରକାରଙ୍କ […]

dakota

dakota

Ordigital Desk
  • Published: Thursday, 22 July 2021
  • Updated: 22 July 2021, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ି କ୍ରମାଗତ ୨୧ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ଏବେ ପୁଣିଥରେ ବିଜୁବାବୁଙ୍କ ‘ଡାକୋଟା’ ବିମାନକୁ ଫେରାଇ ଆଣିବା ନିମନ୍ତେ କସରତ୍ ଆରମ୍ଭ କରିଛନ୍ତି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ଭବ୍ୟ ଆକାରରେ ପାଳନ ପ୍ରସ୍ତୁତି ପାଇଁ ୨୦୧୬ ମସିହାରେ ଶାସକ ବିଜେଡି ଏକାଧିକ କମିଟି ଗଢ଼ିବା ସମୟରୁ ହିଁ ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନକୁ ଓଡ଼ିଶା ଆଣିବାକୁ ପ୍ରସ୍ତୁତି ଚାଲିଥିବା ନେଇ ବିଜେଡି ଓ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ବୟାନ ଦିଆଯାଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରିନି। ଏପରିକି ୨୦୧୭ ଡିସେମ୍ବର ମାସରୁ ‘ଡାକୋଟା’ ବିମାନକୁ କୋଲାକାତାରୁ ଓଡ଼ିଶା ନେବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) କର୍ତ୍ତୃପକ୍ଷ ନିଜଆଡ଼ୁ ପ୍ରସ୍ତାବ ଦେବା ସତ୍ତ୍ୱେ ଓଡ଼ିଶା ସରକାର ଏବେ ଏ ଦିଗରେ ଅଧିକ ତତ୍ପରତା ଦେଖାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇ କହିଛି ଯେ, ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ଚିହ୍ନଟ ହୋଇଥିବା ଅଢ଼େଇ ଏକର ଜମିରେ ଡାକୋଟା ବିମାନକୁ ରଖିବା ପାଇଁ ଏଏଆଇ କର୍ତ୍ତୃପକ୍ଷ ଆବଶ୍ୟକ ଏନଓସି ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି। ଜୁଲାଇ ୮ତାରିଖରେ କେନ୍ଦ୍ର ବେସାମରିକ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲାଙ୍କୁ ମଧ୍ୟ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ଚିଠି ଲେଖି ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଶ୍ରୀ ପାଢ଼ୀ ମଧ୍ୟ ତାଙ୍କ ଚିଠିରେ ୨୦୨୧ ଫେବୃୟାରୀ ମାସରେ ଓଡ଼ିଶା ସରକାର ଓ ଏଏଆଇ କର୍ତ୍ତୃପକ୍ଷଙ୍କ ଯୁଗ୍ମ ଟିମ୍ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦର ସମ୍ମୁଖରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ‘ଡାକୋଟା’ ବିମାନ ରଖିବା ଯଥାର୍ଥ ହେବ ବୋଲି ମତ ଦେଇଥିଲେ। ଅବଶ୍ୟ ଚଳିତ ଜୁଲାଇ ମାସରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ‘ଡାକୋଟା’ ବିମାନକୁ ସ୍ଥାନାନ୍ତର ପାଇଁ ଟେଣ୍ଡର ଡକାଯାଇଛି ଓ କୋଲକାତାର ଏକ ସଂସ୍ଥା ଏହି କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିବା କହିଥିଲେ।

‘ଡାକୋଟା’ ବିମାନକୁ କୋଲାକାତାରୁ ସ୍ଥାନାନ୍ତର ନିମନ୍ତେ ଅତୀତରେ ସମସ୍ତ ବୈଠକରେ କେନ୍ଦ୍ର ସରକାର ଓ ଏଏଆଇ କର୍ତ୍ତୃପକ୍ଷ ସକରାତ୍ମକ ସନ୍ଦେଶ ଦେଇ ସହଯୋଗର ହାତ ବଢ଼ାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ସ୍ଥାନାନ୍ତର ହୋଇପାରିନି, ତାକୁ ନେଇ ସଂଶୟ ଲାଗି ରହିଛି । ବିଜୁବାବୁଙ୍କ ପ୍ରତି ରାଜ୍ୟବାସୀଙ୍କ ଭଲପାଇବା ଥିବାବେଳେ ତାଙ୍କ ସ୍ମୃତି ଓ ସାହାସିକତା ସହ ଜଡ଼ିତ ‘ଡାକୋଟା’ ବିମାନକୁ କୋଲକାତାରୁ ଆଣିବା ନିମନ୍ତେ ବିଭିନ୍ନ ସମୟରେ ଦାବି ହୋଇ ଆସିଛି। ଏପରିକି ୨୦୧୭ ମସିହାରେ ଏଏଆଇ ଅଧ୍ୟକ୍ଷ ଭାବେ ଓଡ଼ିଆ ଆଇଏଏସ୍ ଗୌରପ୍ରସାଦ ମହାପାତ୍ର ଅବସ୍ଥାପିତ ଥିବାବେଳେ ସେ ବ୍ୟକ୍ତିଗତ ଭାବେ ଏହି ଐତିହାସିକ ‘ଡାକୋଟା’ ବିମାନ ଓଡ଼ିଶାକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ୨୦୧୭ ଡିସେମ୍ବର ୧୩ତାରିଖରେ ଖୋଲା ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ଚିଠିର ଜବାବ ଦେବାକୁ ରାଜ୍ୟ ସରକାର ୨୦୨୦ ଜାନୁୟାରୀ ୨୨ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଅବଶ୍ୟ ଚଳିତବର୍ଷ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଭାବେ ଓଡ଼ିଆ ଆଇଏଏସ୍ ମଧୁସୂଦନ ପାଢ଼ୀ ଦାୟିତ୍ୱ ନେବାପରଠୁ ଏହି ‘ଡାକୋଟା’ ବିମାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ପୁଣିଥରେ ତ୍ୱରାନ୍ୱିତ ହୋଇଛି। ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରବେଶପଥକୁ ଲାଗି ରହିଥିବା ଥାନା ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରଶାସନିକ କୋଠା ନିକଟରେ ଖାଲିଥିବା ଅଢ଼େଇ ଏକର ଜମିରେ ‘ଡାକୋଟା’ ବିମାନକୁ ରଖିବା ନିମନ୍ତେ ଆବଶ୍ୟକ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଏଏଆଇ କର୍ତ୍ତୃପକ୍ଷ ଏନଓସି ଦେଲେ ଏହି ବିମାନ ସ୍ଥାନାନ୍ତର ସମ୍ଭବପର ହେବ।

ମାତ୍ର ଏବେ ପ୍ରଶ୍ନ ଉଠୁଛି, ବିଜୁବାବୁଙ୍କ ନାଁରେ ଗଠିତ ଦଳ ବିଜେଡି, ସବୁ ନିର୍ବାଚନ ସମୟରେ ବିଜୁବାବୁଙ୍କ ଆଦର୍ଶ ଓ ସ୍ୱପ୍ନ କଥା କହି ଦୀର୍ଘ ୨୧ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିଲେ ମଧ୍ୟ ତାଙ୍କରଙ୍କ ସ୍ମୃତି ଓ ସାହାସିକତା ଅବାପୁଣି ଓଡ଼ିଶା ବିକାଶ ସହ ଜଡ଼ିତ କୌଣସି ପ୍ରକଳ୍ପକୁ ଏକ ନୂଆ ରୂପ ଦେବାରେ ସକ୍ଷମ ହୋଇପାରିନି। ଓଲଟା ଉଦ୍ଦେଶ୍ୟମୂଳକ ଭାବେ ବିଜୁବାବୁଙ୍କ ଦ୍ୱାରା ଗଢ଼ା ଯାଇଥିବା ସମସ୍ତ ଶିଳ୍ପକୁ ନିଶ୍ଚିହ୍ନ କରିଦିଆଯାଇଛି। ଏବେ ବିଜୁଙ୍କ ‘ଡାକୋଟା’ କୋଲକାତାରୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ରାଜ୍ୟ ସରକାର କେବେ ଏହାକୁ ସଫଳ କରାଇବେ ଓ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ରହିଥିବା ଆଉ ଏକ ‘ଡାକୋଟା’ ପାଇଁ ପ୍ରକ୍ରିୟା ଆରମ୍ଭ ଆଣିବେ ତାହା ଏବେବି ଆଶା ଆଶଙ୍କା ମଧ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story