Advertisment

‘ଓଡ଼ିଶାର ବରବାଦିର କାରଣ ବିଜେଡି ସରକାର, ଏଠାକାର ଗରିବୀ ମୋତେ ବାଧୁଛି’

‘ଓଡ଼ିଶା ବରବାଦିର କାରଣ ହେଲା ବିଜେଡି ସରକାର । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି ।’

author-image
Niharika Rout
PM Modi

PM Modi

‘ଓଡ଼ିଶା ବରବାଦିର କାରଣ ହେଲା ବିଜେଡି ସରକାର । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି ।’ ଆଜି ଅନୁଗୋଳରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ବିଜେଡି ସରକାର ଉପରେ ଏପରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଏଥିସହ କହିଛନ୍ତି ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାବାସୀ ଏବେବୀ ଜୀବନ ସହ ସଂଗ୍ରାମ କରି ଚାଲିଛନ୍ତି। ଓଡ଼ିଶା ସମୃଦ୍ଧ ହୋଇ ବି ଏହାର ଲୋକ ଗରୀବ । ମୋ’ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା ବୋଲି ବି ସେ ପ୍ରଶ୍ନ ପଚାରିଛନ୍ତି ।

ବିଜେଡି ଉପରେ ୨୫ ବର୍ଷ ଭରସା କରିସାରିଲେଣି । ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କଣ ମିଳିଲା । ଆଜି ବି କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି । ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଓଡ଼ିଶାବାସୀଙ୍କୁ ସମସ୍ତ ସମସ୍ୟାରୁ ମୁକୁଳାଇବାକୁ ଏଥର ଡବଲ ଇଂଜିନ ସରକାର ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ଡବଲ ଇଂଜିନ ସରକାର ନିମନ୍ତେ ସୁଯୋଗ ଦେଲେ ରାଜ୍ୟବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି।

ଏଥିସହ ସାରା ଦେଶବାସୀ ମୋଦି ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି । ନିର୍ବାଚନୀ ପର୍ବରେ ନବଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ଓଡ଼ିଶାର ପୁରପଲ୍ଲୀରେ ଏବେ ପରିବର୍ତ୍ତନର ହାୱା ବହୁଥିବା ବେଳେ ସବୁଠି ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi Angul 2024 General Election Loksabha Election 2024 Odisha Assembly Election 2024