Advertisment

ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ

ବିଜେଡିର ଆୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ମୋଟ ଆୟର ୨୫.୩୩ ପ୍ରତିଶତ।

author-image
Jitendra Garnayak
BJD Flag

BJD Flag

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି। ଏମିତିକି ବିଜେଡିର ଆୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ମୋଟ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏଟ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ତା’ର ରିପୋର୍ଟରେ ପ୍ରକାଶ କରିଛି। 

Advertisment

ଏହି ରିପୋର୍ଟ ଅନୁସାରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧୨୧୩. ୧୩୨ କୋଟି ଟଙ୍କା ହୋଇଥିବାବେଳେ, କେବଳ ବିଜେଡିର ଆୟ ହେଉଛି ୩୦୭.୨୮୮ କୋଟି ଟଙ୍କା। ୨୦୨୧ ମସିହାରେ ଦଳ ନିର୍ବାଚନ ପ୍ରଚାର ସମେତ ବିଭିନ୍ନ ବାଟରେ ୨୮.୫୩ କୋଟି ଖର୍ଚ୍ଚ କରିଛି। ବାକି ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ବଳକା ରହିଛି।

ଦଳର ମୋଟ ଆୟରୁ ୨୯୧ କୋଟି ଅର୍ଥାତ୍ ୯୪ ପ୍ରତିଶତ ଅର୍ଥ ଦାନ ଓ ଅନୁଦାନ ଜରିଆରେ ଆସିଛି। ଏମିତିକି କୋଭିଡ୍ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗି ନଥିଲା।

Advertisment

ଭାରତୀୟ ନିର୍ବାଚନ କମିଶନ ସବୁ ରାଜନୀତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ କହିଥିଲେ। ୩୧୮. ୭୪୫ କୋଟି ସହ ସବୁଠୁ ଧନୀ ଆଞ୍ଚଳିକ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଥିବାବେଳେ ଟିଆରଏସ୍ (୨୧୮.୧୧୨ କୋଟି) ତୃତୀୟ ଓ ୱାଇଏସଆର୍ କଂଗ୍ରେସ (୯୩.୭୨୪ କୋଟି) ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଆମ୍ ଆଦମି ପାର୍ଟି (୪୪.୫୩୯ କୋଟି) ୭ ନମ୍ବର ସ୍ଥାନରେ ରହିଛି।

BjD ADR Party Fund