ବିଜେଡି ଜାରି କଲା ଗାଇଡଲାଇନ୍‌: ୧୧ରୁ ଶଙ୍ଖ ଭବନରେ ପ୍ରଶିକ୍ଷଣ, ଧାର୍ଯ୍ୟ ସମୟରେ ସାଧାରଣ ନିର୍ବାଚନ

ସବୁ ନିର୍ବାଚନମଣ୍ଡଳୀର ବିଧାୟକ, ନେତା, ଦଳୀୟ ପଦାଧିକାରୀମାନଙ୍କ ସହ ବିଚାରବିମର୍ଶ କରି ଆସନ୍ତା ୫ଦିନ ମଧ୍ୟରେ ନିର୍ବାଚନମଣ୍ଡଳୀୱାରି ସର୍ବାଧିକ ୨୦୦ଜଣ ସକ୍ରିୟ କର୍ମୀ(ମାଷ୍ଟର ଟ୍ରେନର)ଙ୍କ ତାଲିକା ଦେବାକୁ ପର୍ଯ୍ୟବେକ୍ଷକମାନଙ୍କୁ କୁହାଯାଇଛି ।

BJD

ଶଙ୍ଖ ଭବନ

Ordigital Desk
  • Published: Tuesday, 05 September 2023
  • Updated: 05 September 2023, 08:14 PM IST

Sports

Latest News

ଗତ କିଛିମାସ ଧରି ଚାଲିଥିବା ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡି ନିଜର ନେତାମାନଙ୍କୁ ଧାର୍ଯ୍ୟ ସମୟରେ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛି । ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀୱାରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୧୧ତାରିଖରୁ ଆରମ୍ଭ ହେବ । ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ଦଳର ପର୍ଯ୍ୟବେକ୍ଷକମାନଙ୍କ ସହ ଏହି ପ୍ରଶିକ୍ଷଣ ଶିବିରକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରବିମର୍ଶ କରିବା ପରେ ଆଜି ଦଳ ପକ୍ଷରୁ ବିସ୍ତୃତ ଗାଇଡଲାଇନ୍ ଜାରି ହୋଇଛି । ଧାର୍ଯ୍ୟ ସମୟରେ ମାର୍ଚ୍ଚ-ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାର ଥିବାରୁ ସଂଗଠନକୁ ସୁଦୃଢ଼ କରି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଉପସଭାପତି ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବାହକ ଦେବୀପ୍ରସାଦ ମିଶ୍ର ଆଜି ବିଜେଡିର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଚିଠି ଲେଖି ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୨୦୦ଜଣଙ୍କୁ ମାଷ୍ଟର ଟ୍ରେନର ଭାବେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଦେବା ସମ୍ପର୍କରେ ଅବଗତ କରାଇଛନ୍ତି । ଶ୍ରୀ ମିଶ୍ର ତାଙ୍କ ଚିଠିରେ ଉଳ୍ଲେଖ କରିଛନ୍ତି ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି(ସେପ୍ଟେମ୍ବର ୪ତାରିଖ) ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ନବୀନଙ୍କ ପରାମର୍ଶରେ ଶଙ୍ଖ ଭବନରେ ଆସନ୍ତା ୧୧ ତାରିଖରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୨୦୦ଜଣ ମାଷ୍ଟର ଟ୍ରେନରଙ୍କୁ ଭୁବନେଶ୍ୱର ଅଣାଯାଇ ପ୍ରଶିକ୍ଷଣ ଦିଆଯିବ ।

Also Read

ସବୁ ନିର୍ବାଚନମଣ୍ଡଳୀର ବିଧାୟକ, ନେତା, ଦଳୀୟ ପଦାଧିକାରୀମାନଙ୍କ ସହ ବିଚାରବିମର୍ଶ କରି ଆସନ୍ତା ୫ଦିନ ମଧ୍ୟରେ ନିର୍ବାଚନମଣ୍ଡଳୀୱାରି ସର୍ବାଧିକ ୨୦୦ଜଣ ସକ୍ରିୟ କର୍ମୀ(ମାଷ୍ଟର ଟ୍ରେନର)ଙ୍କ ତାଲିକା ଦେବାକୁ ପର୍ଯ୍ୟବେକ୍ଷକମାନଙ୍କୁ କୁହାଯାଇଛି । ସେହିପରି ଜଣେ ଲେଖାଏଁ ଡାଟା ଏଂଟ୍ରି ଅପରେଟରଙ୍କ ନାଁ ଓ ବିସ୍ତୃତ ତଥ୍ୟ ଦେବାକୁ ପଡ଼ିବ । ଏହି ଡାଟା ଏଂଟ୍ରି ଅପରେଟରମାନେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀୱାରି ତଥ୍ୟକୁ ୧୫ଦିନ ମଧ୍ୟରେ ଶଙ୍ଖ ଭବନକୁ ଅବଗତ କରାଇବେ । ମାଷ୍ଟର ଟ୍ରେନର ଭାବେ ପ୍ରତ୍ୟେକ ପଂଚାୟତ ଓ ୱାର୍ଡ(ସହରାଂଚଳ)ରୁ ୩ରୁ ୪ଜଣ ଚୟନ କରାଯିବ, ସେମାନଙ୍କ ସଂଖ୍ୟା ସର୍ବାଧିକ ୨୦୦ ଭିତରେ ରହିବ । ଏହି ୨୦୦ଜଣଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନରୁ ସର୍ବନିମ୍ନ ୪-୫ଜଣ ମହିଳା ସଦସ୍ୟ ସାମିଲ ରହିବେ । ସେହିପରି ଜିଲ୍ଲା ପରିଷଦ ଜୋନରୁ ଅତିକମରେ ଜଣେ ଦଳର ସୋସିଆଲ ମିଡିଆ କର୍ମକର୍ତ୍ତା ମଧ୍ୟ ରହିବେ । ଏହି ସମସ୍ତ ୨୦୦ଜଣ ସଦସ୍ୟଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ଜରୁରୀ ଓ ସେମାନେସୋସିଆଲ ମିଡିଆ ଓ ହ୍ୱାଟସଅପ୍ ପରିଚାଳନା କରି ପାରୁଥିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ ଶିବିର ମୋଟ ୧ଘଂଟା ୫୫ମିନିଟ୍ ଧରି ଚାଲିବ । ଯେଉଁଥିରେ ୧୫ମିନିଟ୍ ଅଡିଓ-ଭିଜୁଆଲ ଉପସ୍ଥାପନ ସାମିଲ ଅଛି । ଯେଉଁ ମାଷ୍ଟରଟ୍ରେନରମାନେ ପ୍ରଶିକ୍ଷଣରେ ସାମିଲ ହେବେ ସେମାନଙ୍କ ନାଁ, ବ୍ଲକ, ପଂଚାୟତ,ୱାର୍ଡ, ଜିଲ୍ଲା ପରିଷଦ ଜୋନ, ହ୍ୱାଟସଅପ୍ ନମ୍ବର ଆଦି ଏକ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ, ଗତକାଲି ନବୀନ ନିବାସ ବୈଠକରେ ସାଧାରଣ ନିର୍ବାଚନ ଧାର୍ଯ୍ୟ ସୀମାରେ ହେବ ବୋଲି ଦଳ ପକ୍ଷରୁ ସଙ୍କେତ ଦିଆଯାଇଛି । ନିର୍ବାଚନ ପ୍ରସ୍ତୁତି ପାଇଁ ହାତରେ ଅତିକମରେ ୫ମାସ ସମୟ ଥିବାରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ପ୍ରକଳ୍ପ କାର୍ଯ୍ୟକୁ ବ୍ୟାପକ ଭାବେ ଆରମ୍ଭ କରିବା, ଜିଲ୍ଲା ପରିଷଦ ଜୋନୱାରି ଛାତ୍ର-ଯୁବ ଓ ମହିଳାମାନଙ୍କ ବୈଠକ କରିବା, ଗାନ୍ଧୀଜୟନ୍ତୀରୁ ଦଳୀୟ ପଦଯାତ୍ରାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ଚଳାଇ ରଖିବା, ଯେଉଁମାନେ ମାଷ୍ଟରଟ୍ରେନର ପ୍ରଶିକ୍ଷଣ ନେବେ ସେମାନଙ୍କ ମାଧ୍ୟମରେ ପଂଚାୟତୱାରି ଅଧିକ ସଂଖ୍ୟକ ଦଳୀୟ କର୍ମୀମାନଙ୍କୁ ପ୍ରଶିକ୍ଷିତ କରାଇବା ସହ ଘରେ ଘରେ ଶଙ୍ଖ ଅଭିଯାନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପର୍ଯ୍ୟବେକ୍ଷକମାନଙ୍କୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ମାସେ-ଦୁଇ ମାସ ମଧ୍ୟରେ ପୁଣିଥରେ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ବସିବ ବୋଲି କୁହାଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story