Advertisment

ସମ୍ବଲପୁର ଜିଲ୍ଲା ବିଜେଡିରେ ହଲଚଲ; ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରମୋଦ ରଥଙ୍କୁ ପଦରୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି।

author-image
Niharika Rout
Pramod Ratha

Pramod Ratha

ନିଜେ ଦଳ ଛାଡ଼ିବାକୁ ସଜବାଜ ହେଉଥିଲେ। ହେଲେ ଏହା ପୂର୍ବରୁ ଦଳ ବିତାଡ଼ିତ କଲା। ଏପରି ଏକ ଘଟଣା ଯୋଗୁ ଆଜି ସମ୍ବଲପୁର ଜିଲ୍ଲା ବିଜେଡିରେ ହଇଚଇ ସୃଷ୍ଟି ହୋଇଛି। ଜିଲ୍ଲା ବିଜେଡି କମିଟି ଉପଦେଷ୍ଟା ପଦରୁ ପ୍ରମୋଦ ରଥଙ୍କୁ ବହିଷ୍କାର କଲା ଦଳ। ଏ ନେଇ ଦଳ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।

Advertisment

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରମୋଦ ରଥଙ୍କୁ ପଦରୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ତେବେ ପ୍ରମୋଦଙ୍କୁ ହଠାତ୍ ବହିଷ୍କାର କରାଯିବା ନେଇ ସମ୍ବଲପୁର ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି।

ଗୋଟିଏ ପଟେ ନିଜେ ପ୍ରମୋଦ ରଥ ବିଜେଡିରୁ ଇସ୍ତଫା ଦେବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ହେଲେ ତା’ ପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଗତକାଲି ସମ୍ବଲପୁରରେ ବିଜେଡିର ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଦଳର ସାଂଗଠନିକ ରଣନୀତି ନେଇ ଆଲୋଚନା ହୋଇଥିଲା।

Advertisment

ସେପଟେ ଦଳରୁ ବହିଷ୍କାର ନେଇ ପ୍ରମୋଦ ନିଜ ପ୍ରତିକ୍ରିୟାରେ କହିଛନ୍ତି,  ପଶ୍ଚିମ ଓଡ଼ିଶାରେ ବେଞ୍ଚ ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ। ମୁଁଦଳର ସକ୍ରିୟ କର୍ମୀ ନ ଥିଲି। ସେମାନେ ୨୦୧୯ ମସିହାରୁ ମୋତେ ସାଇଡ କରି ଦେଇଥିଲେ। ମୁଁ ଦଳର କୌଣସି ପଦପଦବୀରେ ନାହିଁ। ଦଳରେ ସତ କହିବା ଯଦି ଅପରାଧ, ତାହାଲେ ସେ ଏହାକୁ ହଜାରେ ଥର କରିବେ।

ଏଥିସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ବି ସେ ରାଜ୍ୟସରକାରଙ୍କୁ ପୁଣି ସେ ଟାର୍ଗେଟ୍ କରିଛନ୍ତି। ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ। 

BjD Sambalpur