Advertisment

ଆଜିଠୁ ବିଜେଡିର ଜନସଂପର୍କ ପଦଯାତ୍ରା

ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ କିଛି ଦିନ ତଳୁ ଜାରି ରହିଛି ବିଭିନ୍ନ ଅଭିଯାନ।

author-image
Tapaswini Nayak
BJD Symbol

BJD Symbol

ଆଜିଠୁ ବିଜେଡିର ଜନସଂପର୍କ ପଦଯାତ୍ରା। ଗାନ୍ଧୀ ଜୟନ୍ତୀରୁ ଏହା ଅକ୍ଟୋବର ୧୧ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ
ଚାଲିବ।

Advertisment

ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିରୋଧୀ ନିର୍ବାଚନ ଆସିଲେ ଲୋକଙ୍କ ପାଖକୁ ଯାଆନ୍ତି। କିନ୍ତୁ ଆମେ ସିଜନାଲ୍ ବାର୍ଡ ବା ଋତୁକାଳୀନ ଚଢ଼େଇ ନୋହୁଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ।

ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ କିଛି ଦିନ ତଳୁ ଜାରି ରହିଛି ବିଭିନ୍ନ ଅଭିଯାନ। ବିଜେପିର ମୋ ମାଟି ମୋ ଦେଶ ଏବଂ କଂଗ୍ରେସ ଘରେ ଘରେ ହାତ ଅଭିଯାନ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରୁଛି।

Advertisment
BjD