ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ: ଦୋଛକିରେ ବିଜେଡି, କାହିଁକି ଖୋଲୁପାରୁନି ମୁହଁ

ସୌମ୍ୟ ତାଙ୍କ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକପ୍ଟର ମାଧ୍ୟମରେ ସାରା ଓଡ଼ିଶା ବୁଲି ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କଠୁ ଅଭିଯୋଗପତ୍ର ଗ୍ରହଣ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Soumya Ranjan Patnaik

ସୌମ୍ୟ ରଞ୍ଜନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Friday, 18 August 2023
  • Updated: 18 August 2023, 06:11 PM IST

Sports

Latest News

ଖଣ୍ଡପଡ଼ାର ବିଧାୟକ, ବରିଷ୍ଠ ନେତା ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଆଜି ପ୍ରକାଶିତ ‘ଜନ୍ମଦିନର ଅନୁଚିନ୍ତା’ ଶୀର୍ଷକ ଏକ ଲେଖାକୁ ନେଇ ଶାସକ ବିଜେଡି ଓ ପାୱାର କରିଡରରେ କମ୍ପନ। ତେବେ ସୌମ୍ୟ ନିଜର ଲେଖା ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିବା ତ ଦୂରର କଥା ତାଙ୍କ କଥାକୁ ଖଣ୍ଡନ କରିବାକୁ ବି ଏପର୍ଯ୍ୟନ୍ତ ବିଜେଡି ସତସାହାସ ଜୁଟାଇପାରିନି। ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ରାଜ୍ୟର ବିକାଶର ନଗ୍ନ ଚିତ୍ରକୁ ପଦାରେ ପକାଇଥିବା ସୌମ୍ୟ, ବ୍ୟକ୍ତିଗତ ବ୍ୟବସାୟିକ ସ୍ୱାର୍ଥ ପାଇଁ ବିବେକ ସହ ସାଲିସ ଓ ମାଟିର କଥାକୁ ଅଣଦେଖା କରୁଥିବାକୁ ସ୍ୱୀକାର କରି ପରୋକ୍ଷରେ ପଶ୍ଚାତାପର ସନ୍ଦେଶ ଦେଇଛନ୍ତି। ଆଉ ମାଟିର ଟେକ ରଖିବା ପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ସଙ୍କୋଚ କରିବା ଉଚିତ୍ ନୁହେଁ ବୋଲି ଆହ୍ୱାନ ମଧ୍ୟ ଦେଇଛନ୍ତି। ନିଜର ଏହି ଜନ୍ମଦିନ ଅନୁଚିନ୍ତାରେ ସେ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ତାକୁ ନେଇ ରାଜ୍ୟର ଗଣମାଧ୍ୟମ ନିଜକୁ ସୁହାଇବା ଭଳି ବିଶ୍ଲେଷଣ କରୁଛନ୍ତି। ଅବଶ୍ୟ ବିଜେଡିର ଉପସଭାପତି ପଦରେ ଥାଇ ଏକ ପ୍ରମୁଖ ସମ୍ବାଦପତ୍ରର ସମ୍ପାଦକ ଭାବେ ଏଭଳି ଲେଖା ପରସ୍ପରର ବିରୋଧାଚରଣ କରୁଛି,ମାତ୍ର ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ତାହା ବାସ୍ତବରେ  ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ବହନ କରୁଛି ଓ ସାଧାରଣ ଲୋକଙ୍କ ଭାବନାର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି ।

ସୌମ୍ୟ ତାଙ୍କ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକପ୍ଟର ମାଧ୍ୟମରେ ସାରା ଓଡ଼ିଶା ବୁଲି ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କଠୁ ଅଭିଯୋଗପତ୍ର ଗ୍ରହଣ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆମ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କଠୁ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କ ସ୍ତରରେ ସୁଯୋଗ ରହିଛି । ସଚିବଙ୍କର ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲାବେଳକୁ ପ୍ରାୟ ୩୦୦କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ସୌମ୍ୟ ଆକଳନ କରିଛନ୍ତି । କେବଳ ଜିଲ୍ଲା ଗସ୍ତ କରି ଅଭିଯୋଗ ଗ୍ରହଣ ପାଇଁ ଅଧିକ ୩୦୦କୋଟି ଟଙ୍କା ଖର୍ଚ୍ଚ କାହିଁକି କରାଯାଉଛି ଓ ସଚିବଙ୍କ ଗସ୍ତର ପ୍ରସ୍ତୁତି ଓ ବ୍ୟବସ୍ଥାରେ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ଦିନରାତି ଏକ୍ କରି ବର୍ଷାରେ ଛତାଧରି ତାଙ୍କ ଗସ୍ତକୁ ସଫଳ କରିବାରେ ଲାଗିଛନ୍ତି ବୋଲି ସୌମ୍ୟ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୌମ୍ୟ କ’ଣ ଭୁଲ୍ କହିଛନ୍ତି? ସାଧାରଣ ଲୋକଙ୍କଠୁ ଅଭିଯୋଗ ଗ୍ରହଣ ପାଇଁ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା ରହିଛି । ଏବେ ପ୍ରଯୁକ୍ତିବିଦ୍ୟା ଯୁଗରେ ଏହି ଅଭିଯୋଗ ଗ୍ରହଣର ବ୍ୟବସ୍ଥା ଆହୁରି ସରଳ ହୋଇଛି । ସରକାର ସେହି ସବୁ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କଲେ ସାଧାରଣ ଲୋକଙ୍କ ଅଭିଯୋଗର ତ୍ୱରିତ୍ ସମାଧାନ ସମ୍ଭବପର ହୋଇପାରିବ । କିନ୍ତୁ ସେଭଳି ହେଉନି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲା ଗସ୍ତରେ ଯାଇ ମାରାଥନ୍ ସଭାସମିତିରେ ଯୋଗ ଦେଉଛନ୍ତି । ଆଉ ଏସବୁ ସ୍ଥାନୀୟ ବିଜେଡି ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ହେଉଛି । ଏହି ଜିଲ୍ଲା ଗସ୍ତରୁ ସାଧାରଣ ଲୋକଙ୍କୁୁ କ’ଣ ସୁଫଳ ମିଳୁଛି ତାହା ବି ବୁଝାପଡ଼ୁନି । ଉଦାହରଣସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଜୁନ୍ ୨୯ ଓ ୩୦ତାରିଖରେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପ୍ରାୟ ୧୬୦୦ରୁ ଅଧିକ ଅଭିଯୋଗପତ୍ର ସିଧାସଳଖ ଲୋକଙ୍କଠୁ ଗ୍ରହଣ କଲେ । ଆଉ ସଭାସ୍ଥଳରେ ଘୋଷଣା କଲେ ଯେ, ଯଦି ମଠ,ମନ୍ଦିର,ଚର୍ଚ୍ଚ,ଗୀର୍ଜା, କମ୍ୟୁନିଟି ସେଂଟର ନିର୍ମାଣକୁ ନେଇ  ଅନୁରୋଧ ଥିବ,ତା’ହେଲେ ୭ଦିନ ମଧ୍ୟରେ ଖୁସି ଖବର ପାଇବେ । ପ୍ରକଳ୍ପ ଅନୁମୋଦନ ହୋଇଯିବ । କିନ୍ତୁ ଲୋକ ଦେଇଥିବା ଅଭିଯୋଗ ଓ ଅନୁରୋଧ ଆଧାରରେ ତ ଏପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ ହେଲାନି ବରଂ ବିଧାୟକମାନେ ଯେଉଁ ତାଲିକା ଦେଲେ ତାକୁ ୭ଦିନ ମଧ୍ୟରେ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରୁ ଅନୁମୋଦନ କରାଗଲା । ଜଗତସିଂହପୁର ଜିଲ୍ଲାକୁ ୪କୋଟିରୁ ଅଧିକ ଖର୍ଚ୍ଚ ଦିଆଗଲା । ସାଧାରଣ ଲୋକେ ଯେଉଁ ଲିଖିତ ଅଭିଯୋଗ ଓ ସମସ୍ୟା ଦେଇଥିଲେ ତାହା ଏବେବି ଅନିଶ୍ଚିତତା ମଧ୍ୟରେ ରହିଗଲା । ଏ ତ ଗଲା ଗୋଟିଏ ଉଦାହରଣ । ଏଭଳି ସମାନ ସ୍ଥିତି ସବୁ ଜିଲ୍ଲାରେ ପ୍ରାୟତଃ ହେଉଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜିଲ୍ଲା ଗସ୍ତ ପାଇଁ ଯେଉଁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେଉଛି ସେଥିରେ ସାଧାରଣ ଲୋକଙ୍କର କ’ଣ ସୁବିଧା ହେଉଛି ତାକୁ ନେଇ ସୌମ୍ୟ ପ୍ରଶ୍ନ ଉଠାଇଛନ୍ତି । ଯାହାକି ପ୍ରାସଙ୍ଗିକତା ବହନ କରୁଛି?

Also Read

ସେହିପରି ଓଡ଼ିଶାର ଜଳ,ଜମି, ଜଙ୍ଗଲ,ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସବୁ କ୍ଷେତ୍ରରେ ଉତ୍କଳ ଜନନୀ ଆଜି ଅବହେଳିତ ଓ ଲୁଣ୍ଠିତ  ବୋଲି ସୌମ୍ୟ କହିଛନ୍ତି। ଅର୍ଥାତ୍ ପରୋକ୍ଷରେ ରାଜ୍ୟରେ ବିକାଶକୁ ନେଇ ଯେଉଁ ଗୋଲାପୀ ଚିତ୍ର ଦିଆଯାଉଛି ତାକୁ ଖୋଦ୍ ଶାସକ ଦଳର ବିଧାୟକ ହୋଇବି ସୌମ୍ୟ ସନ୍ଦେହ ବ୍ୟକ୍ତ କରିଛନ୍ତି । ଆଉ ସାଧାରଣ ଲୋକେ ଏ ସରକାରଙ୍କ ବିକାଶର ଚିତ୍ରକୁ କିଭଳି ବିଶ୍ୱାସ କରିବେ । ସୌମ୍ୟ ଶେଷରେ ମାଟି ଓ ପାର୍ଟି କଥା କହି ମାଟିର ଟେକ ରଖିବା ପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ସଙ୍କୋଚ କରିବା ଉଚିତ୍ ନୁହେଁ ବୋଲି କହି ସମସ୍ତ ପ୍ରକାରର ଦଳୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଇସାରାରେ ସଙ୍କେତ ଦେଇଛନ୍ତି ।

ମାତ୍ର ବିରୋଧୀଙ୍କ ସ୍ୱରରେ ସ୍ୱର ମିଶାଇ ସୌମ୍ୟଙ୍କ ଏଭଳି ଶାଣିତ ଆକ୍ରମଣ ଓ ସମାଲୋଚନାକୁ ନେଇ ବିଜେଡି ନିରବ ରହିଛି । ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ପ୍ରତିକ୍ରିୟା ଦିଆଯାଇନି । ସୌମ୍ୟ ସିଧାସଳଖ ସଚିବଙ୍କ ଗସ୍ତର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୌମ୍ୟ ଏବେ ବିଜେଡିରେ ସାମିଲ ହେବାର ପଶ୍ଚାତାପ ନିଆଁରେ ଜଳୁଥିବାବେଳେ ତାଙ୍କର ଆଜିର ଅନୁଚିନ୍ତା ନିଶ୍ଚିତ ଭାବେ ବିଜେଡି ନେତାମାନଙ୍କୁ ମାନସିକସ୍ତରରେ ସଙ୍କୁଚିତ କରାଇବ ବୋଲି ଚର୍ଚ୍ଚା । ସୌମ୍ୟ ବାରମ୍ବାର ଖବରକାଗଜ ଲେଖା ମାଧ୍ୟମରେ ନିଜର ପୁଞ୍ଜିଭୂତ ଅସନ୍ତୋଷକୁ ପରିପ୍ରକାଶ କରୁଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ସାହାସ ଜୁଟାଇ ପାରୁନି । ଆଉ ସୌମ୍ୟ ଉଠାଇଥିବା ପ୍ରଶ୍ନକୁ ନେଇ ବିଜେଡି ଯଦି ତାଙ୍କ ଉପରେ କିଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଏ କିମ୍ବା ବିଜେଡି ଯଦି ସିଧାସଳଖ ତାଙ୍କୁ କାଉଂଟର କରେ ତାହା ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସୁରକ୍ଷାରେ ଦଳ ବାହାରିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହିଁ ଏବେ ବିଜେଡିର ସର୍ବେସର୍ବା ବୋଲି ସନ୍ଦେଶ ଯିବ । ଯେଉଁଥିପାଇଁ ବିଜେଡି ନେତାମାନେ ଏହି ପ୍ରସଙ୍ଗରେ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି । ଆଉ ବିଜେଡି ବେଶ୍ ଚତୁରତାର ସହ ଅନୁଭବ ପଟ୍ଟନାୟକଙ୍କୁ ଆଗକୁ ଆଣି ସୌମ୍ୟଙ୍କୁ ବ୍ୟକ୍ତିଗତସ୍ତରରେ କୁତ୍ସାରଟନା କରାଉଛି ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story