Advertisment

ବାଲେଶ୍ୱର ବିଜେଡିରେ ଫାଟ; କାନ୍ଦିଲେ ମହିଳା କାଉନସିଲର, ଆଣିଲେ ସଙ୍ଗୀନ ଅଭିଯୋଗ

ମହିଳା କାଉନସିଲରଙ୍କୁ ପୁରୁଷ କାଉନସିଲର ଜଣକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହେଉଛି।

ଅଦ୍ୟତନ ହୋଇଛି
Poltical Leader

Poltical Leader

Advertisment

ନିର୍ବାଚନରେ ପରାଜୟ ପରେ ବିଜେଡିରେ ଦେଖାଦେଲାଣି ଦଳୀୟ ଗୋଷ୍ଠୀକନ୍ଦଳ। ବିଭିନ୍ନ ସ୍ଥାନରେ ଦଳରେ ଫାଟ ସୃଷ୍ଟି ହୋଇ କଳି ପଦାରେ ପଡ଼ିଥିବା ବେଳେ ଏବେ ବାଲେଶ୍ୱର ବିଜେଡିରେ ସମାନ ସ୍ଥିତି ଉପୁଜିଛି। ଦଳୀୟ କନ୍ଦଳ ସାଂଘାତିକ ରୂପ ଧାରଣ କରି ଏବେ ଚର୍ଚ୍ଚାର କାରଣ ପାଲଟିଛି।

Advertisment

ବାଲେଶ୍ୱର ବିଜେଡିର ଜଣେ କାଉନସିଲର ନିଜ ଦଳର ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି ମହିଳା କାଉନସିଲରଙ୍କୁ ପୁରୁଷ କାଉନସିଲରଜଣକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହେଉଛି।

ଏନେଇ ମହିଳା କାଉନସିଲର ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ୧୦ ଦିନ ପରେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ଏଥିଯୋଗୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମହିଳା କାଉନସିଲର ଜଣକ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିଜ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ନିଜ ଦଳ ଭିତରେ ଏପରି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଥିବା ମହିଳା ନେତ୍ରୀ ଜଣକ ହେଉଛନ୍ତି ବାଲେଶ୍ୱର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । ସେ ୨୨ ନମ୍ବର ୱାର୍ଡର ବିଜେଡି କାଉନସିଲର ଦେବାଶିଷ ସିଂହଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Polticsଶଶିରେଖା ମହାନ୍ତି ଓ ଦେବାଶିଷ ସିଂହ ।

ଶଶିରେଖାଙ୍କ ଅଭିଯୋଗ ଅନୁସାରେ, ୨୨ ନମ୍ବର ୱାର୍ଡର ବିଜେଡି କାଉନସିଲର ଦେବାଶିଷ ସିଂହ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ଗତ ୧ ତାରିଖରେ ସେ ସହଦେବଖୁଣ୍ଟା ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଏଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଶଶିରେଖା କହିଛନ୍ତି, ମୋ’ କାଉନସିଲରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗୁଥିବା ବେଳେ ସେଠାରେ ଦେବାଶିଷ ସିଂହ ପହଞ୍ଚିଥିଲେ। ତାଙ୍କୁ ନ ପଚାରି କାହା ନିର୍ଦ୍ଦେଶରେ ଓ କାହିଁକି ଲାଇଟ୍‌ ଲଗାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସେ ମୋତେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୋ’ ଜାତି ତଥା ମୋ’ ଭିନ୍ନକ୍ଷମ ଛୁଆକୁ ଆକ୍ଷେପ କରିବାକୁ ପଛାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ କରିଛି। ମାତ୍ର ୧୦ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ମାତ୍ର ଶଶିରେଖାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ। ସେ କହିଛନ୍ତି, ମୁଁ କୌଣସି ମହିଳାଙ୍କ ପ୍ରତି ଏପରି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ନାହିଁ। ପୂର୍ବତନ ବିଧାୟକଙ୍କ ଇଙ୍ଗିତରେ ଏପରି ହୋଇଛି। ସେମାନେ ଜାଣିଶୁଣି ମୋ’ ନାଁରେ ମିଥ୍ୟା କେସ୍‌ ଦେଇଛନ୍ତି।

ଶୁଣିବାକୁ ମିଳୁଛି, ବାଲେଶ୍ୱର ପୌର ପରିଷଦରେ ବିଜେଡି କାଉନସିଲର ଏବେ ଦୁଇ ଭାଗ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀ ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କୁ ସମର୍ଥନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ସମର୍ଥନ କରୁଛି। ଶଶିରେଖା ସ୍ୱରୂପ ଦାସଙ୍କ ଗୋଷ୍ଠୀର ହୋଇଥିବାବେଳେ ଦେବାଶିଷ ସିଂହ ରବୀନ୍ଦ୍ର ଜେନାଙ୍କୁ ସମର୍ଥନ କରୁଛନ୍ତି।

ଏଭଳି ସ୍ଥିତିରେ ନିଜ ଦଳର ଜଣେ ମହିଳା କାଉନସିଲରଙ୍କୁ ବିଜେଡି କାଉନରସିଲରଙ୍କ ଦୁର୍ବ୍ୟବହାରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ। ସ୍ୱରୂପ ଦାସଙ୍କୁ ସମର୍ଥନ କରୁନଥିବାରୁ ମୋ ବିରୋଧରେ ଏଭଳି ଅଭିଯୋଗ ହୋଇଛି ବୋଲି ଦେବାଶିଷ କହିଛନ୍ତି।

ଏନେଇ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିବା ବେଳେ ୧୦ ଦିନ ବିତିଲାଣି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

BjD Balasore Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe