ବିଜେଡି ନେତ୍ରୀଙ୍କ ଅଜବ ଦାବି: ‘ମୁଁ ସାଂସଦ, ମୋତେ ନମସ୍କାର କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ ମୁଁ ବିଜେଡି ସାଂସଦ, ମୋର ପ୍ରମୋସନ ହୋଇଛି । ଆଉ ମୋତେ ନମସ୍କାର କରୁନ କାହିଁକି ?” ଏଭଳି ଢଙ୍ଗରେ ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେଡି ମହିଳା ୱିଙ୍ଗ୍ ବୈଠକ ଚାଲିଥିବାବେଳେ ଦଳର ଜଣେ ସାଧାରଣ ସମ୍ପାଦକ(ମହିଳା ସଶକ୍ତିକରଣ ଇନଚାର୍ଜ)ଙ୍କୁ ଆକ୍ଷେପ କରି ନିଜ ପାଇଁ ସମ୍ମାନ ଦାବି କରିଛନ୍ତି।  ବିଜେଡି ମହିଳା ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟ ବରିଷ୍ଠ ନେତ୍ରୀମାନଙ୍କ ଉପସ୍ଥିତିରେ ସାଂସଦ ଶ୍ରୀମତୀ ଦେଓଙ୍କ […]

sulata-deo

sulata-deo

Ordigital Desk
  • Published: Monday, 05 September 2022
  • Updated: 05 September 2022, 05:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ ମୁଁ ବିଜେଡି ସାଂସଦ, ମୋର ପ୍ରମୋସନ ହୋଇଛି । ଆଉ ମୋତେ ନମସ୍କାର କରୁନ କାହିଁକି ?” ଏଭଳି ଢଙ୍ଗରେ ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେଡି ମହିଳା ୱିଙ୍ଗ୍ ବୈଠକ ଚାଲିଥିବାବେଳେ ଦଳର ଜଣେ ସାଧାରଣ ସମ୍ପାଦକ(ମହିଳା ସଶକ୍ତିକରଣ ଇନଚାର୍ଜ)ଙ୍କୁ ଆକ୍ଷେପ କରି ନିଜ ପାଇଁ ସମ୍ମାନ ଦାବି କରିଛନ୍ତି।  ବିଜେଡି ମହିଳା ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟ ବରିଷ୍ଠ ନେତ୍ରୀମାନଙ୍କ ଉପସ୍ଥିତିରେ ସାଂସଦ ଶ୍ରୀମତୀ ଦେଓଙ୍କ ଏଭଳି ଆଚରଣ (ମୋ’ରାଣ ମୋତେ ଭଲ ପାଅ) ସମସ୍ତଙ୍କୁ ଚକିତ ଓ କ୍ଷୁବ୍ଧ କରିଥିବାବେଳେ ୩୦ରୁ ଅଧିକ ମହିଳା ପଦାଧିକାରୀ ଏ ସମ୍ପର୍କରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅଭିଯୋଗ କରି ତୁରନ୍ତ  କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଲାଇଫଟାଇମ୍ ଆଚିଭମେଂଟ ଆୱାର୍ଡ’ରେ ସମ୍ମାନ ପ୍ରଦାନ ସମାରୋହରେ ସାମିଲ ହେବାକୁ ଦଳ ପକ୍ଷରୁ ଆଗଧାଡ଼ିର ପ୍ରାୟ ୪୫ଜଣ ଦଳୀୟ ନେତ୍ରୀଙ୍କୁ ଦିଲ୍ଲୀ ନିଆଯାଇଥିଲା । ଦଳର ସୁପ୍ରିମୋଙ୍କୁ କିଭଳି ନାଗରିକ ସମ୍ବର୍ଦ୍ଧନା ଦିଆଯିବ ତା’ଉପରେ ଆଲୋଚନା ପାଇଁ ଏହି ନେତ୍ରୀମାନେ ଯେଉଁ ହୋଟେଲରେ ରହିଥିଲେ ସେଠାରେ ୩ ତାରିଖ ରାତିରେ ଶ୍ରୀମତୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସାଂସଦ ଶ୍ରୀମତୀ ଦେଓ ମଧ୍ୟ ସେହି ବୈଠକରେ ଯୋଗ ଦେଇଥିଲେ । ଆଉ ଶ୍ରୀମତୀ ଛୁରିଆ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂକ୍ରାନ୍ତ ନିଜର ମତାମତ ରଖୁଥିବାବେଳେ ସାଂସଦ ଶ୍ରୀମତୀ ଦେଓ ଅଚାନକ ତାଙ୍କୁ ଅଟକାଇ ‘ମାନ୍ ନା ମାନ୍ ମେ ତେରା ମେହମାନ୍‌’ ଭଳି ଦଳର ଜଣେ ନେତ୍ରୀଙ୍କ ଉପରେ ‘କାହିଁକି ନମସ୍କାର କଲନି’ ବୋଲି କହି ବର୍ଷି ଯାଇଥିଲେ ।

ସାଂସଦଙ୍କ ଏଭଳି ଅଶୋଭନୀୟ ଆଚରଣ,ଆତ୍ମବଡ଼ିମା ଓ ଅହଙ୍କାରକୁ ନେଇ ସେଠାରେ ଉପସ୍ଥିତ ଥିବା ଦଳର ବରିଷ୍ଠ ନେତ୍ରୀମାନେ ହତବାକ୍ ହୋଇଯାଇଥିଲେ । ସାଂସଦ ଶ୍ରୀମତୀ ଦେଓ କହିଥିଲେ ଯେ, ତୁମକୁ ତ ଦଳ କିଛି ଦେଇନି କି ପ୍ରମୋସନ କରିନି, ମୋର ପ୍ରମୋସନ ହେଲା, ମୁଁ ସାଂସଦ ହେଲି, ମୋତେ ନମସ୍କାର କରୁନ କାହିଁକି । ତାଙ୍କର ଏଭଳି ଆତ୍ମଗର୍ବ ଓ ଅନ୍ୟମାନଙ୍କୁ ନିଚ୍ଚା ଦେଖାଇବାକୁ ପ୍ରୟାସକୁ ନେଇ ସେ ସମୟରେ ଦଳର ନେତ୍ରୀମାନେ ଚୁପ୍ ରହିଥିଲେ।  ମାତ୍ର ତା’ପରଦିନ(ରବିବାର) ସକାଳେ ୩୦ରୁ ଅଧିକ ନେତ୍ରୀ ସଂଘବଦ୍ଧ ହୋଇ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅଭିଯୋଗ କରିଛନ୍ତି । କିଭଳି ଜଣେ ସାଂସଦ ତାଙ୍କୁ ନମସ୍କାର ଦାବି କରି ଏଭଳି ଖରାପ ଆଚରଣ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ । ଶ୍ରୀ ଦାସ ଏହି ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ଅଚାନକ କ୍ଷମତାକୁ ସାଂସଦ ମ୍ୟାଡ଼ାମ୍ ହଜମ କରିପାରୁନଥିବା ତଥା ଭୁବନେଶ୍ୱର ଫେରିଲେ ତାଙ୍କୁ ଏନେଇ ନିଶ୍ଚିତ ତାଗିଦ୍ କରାଯିବ ବୋଲି କ୍ଷୁବ୍ଧ ନେତ୍ରୀମାନଙ୍କୁ ଆଶ୍ୱସ୍ତ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ସଂସଦ ଅଧିବେଶନ ସମୟରେ ଶ୍ରୀମତୀ ଦେଓଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କ୍ଷୁବ୍ଧ ହେବା ସହ କଡ଼ା ଭାଷାରେ ପାଟି କରିଥିଲେ । ଏପରିକି ବିଜେଡିର ଅନ୍ୟ ଦୁଇ ସାଂସଦଙ୍କ ହସ୍ତକ୍ଷେପ ପରେ ଏହି ମାମଲା ଶାନ୍ତ ପଡ଼ିଥିଲା ।

ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଆଶୀର୍ବାଦରେ ସରପଂଚରୁ ଅପ୍ରତ୍ୟାଶିତ ଭାବେ ରାଜ୍ୟସଭା ସାଂସଦ ପାଲଟିଥିବା ଶ୍ରୀମତୀ ଦେଓ ଏବେ ନିକଟରେ ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି । ଅଚାନକ ଏତେସବୁ କ୍ଷମତା ମିଳିବା ପରେ ନିଜର ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖି ସମସ୍ତଙ୍କ ସହ ଉତ୍ତମ ବ୍ୟବହାର କରିବା ପରିବର୍ତ୍ତେ ନିଜ ଦଳର ନେତ୍ରୀ ତଥା ସହଯୋଗୀମାନଙ୍କୁ ଏଭଳି ଅଶୋଭନୀୟ ଆଚରଣ କରୁଥିବାରୁ, ତାଙ୍କର ଆଭିମୁଖ୍ୟ ସାଧାରଣ ଲୋକଙ୍କ ପ୍ରତି କିଭଳି ରହିବ ତାହା ସହଜରେ ଅନୁମାନ କରି ହେଉଛି? ତା’ଛଡ଼ା ଦଳୀୟ ନେତ୍ରୀଙ୍କ ପ୍ରତି ଏଭଳି ଅଶୋଭନୀୟ ଆଚରଣ ଓ ବିଜେଡି ନେତ୍ରୀମାନଙ୍କ ସଂଘବଦ୍ଧ ଅଭିଯୋଗ ଉପରେ ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ କିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story