Advertisment

ବିଜେପି ପାଇଁ ପ୍ରଚାର କରିବାକୁ ଯାଇ ହଟହଟା ହେଲେ ବିଜେଡି ନେତା!

ବାଲୁଗାଁ (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଉଷ୍ମ ହେଉଛି ଗାଁ ରାଜନୀତି। ଭୋଟ୍‌ ଭିକ୍ଷା ପାଇଁ ନେତାମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଏପରି ସ୍ଥିତିରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବିଜେପି ପାଇଁ ପ୍ରଚାର କରିବାକୁ ଆସି ବିଜେଡିର ପୂର୍ବତନ ବିଧାୟକ ହଟହଟା ହୋଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀ ଓ କର୍ମୀମାନେ ତାଙ୍କୁ ବିରୋଧ କରିଛନ୍ତି। ଚିଲିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ହେଉଛନ୍ତି […]

author-image
Manoranjan Sial
ବିଜେପି ପାଇଁ ପ୍ରଚାର କରିବାକୁ ଯାଇ ହଟହଟା ହେଲେ ବିଜେଡି ନେତା!

BJD

ବାଲୁଗାଁ (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଉଷ୍ମ ହେଉଛି ଗାଁ ରାଜନୀତି। ଭୋଟ୍‌ ଭିକ୍ଷା ପାଇଁ ନେତାମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଏପରି ସ୍ଥିତିରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବିଜେପି ପାଇଁ ପ୍ରଚାର କରିବାକୁ ଆସି ବିଜେଡିର ପୂର୍ବତନ ବିଧାୟକ ହଟହଟା ହୋଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀ ଓ କର୍ମୀମାନେ ତାଙ୍କୁ ବିରୋଧ କରିଛନ୍ତି।

Advertisment

ଚିଲିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ହେଉଛନ୍ତି ରଘୁନାଥ ସାହୁ। ଆଜି ସକାଳେ ସେ ନିର୍ବାଚନ ପ୍ରଚାର ପାଇଁ ବାଣପୁର ବ୍ଲକ୍‌ କୁମାରାଙ୍ଗ ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ଯାଇଥିଲେ। ପ୍ରଚାର ପୂର୍ବରୁ ସେ ଜଣଙ୍କ ଘରେ ବସିଥିଲେ। ଏ ସମ୍ପର୍କରେ ବିଜେଡି କର୍ମୀମାନେ ଜାଣିପାରି ସେଠାରେ ପହଞ୍ଚିଥିଲେ। ରଘୁନାଥ ସାହୁଙ୍କୁ ଜୋରଦାର ବିରୋଧ କରିଥିଲେ। ଏପରିକି ନାରାବାଜି ଦେଇଥିଲେ।

ରଘୁନାଥ ସାହୁ ବିଜେଡିରେ ଥାଇ ବିଜେପିକୁ ସହଯୋଗ କରୁଥିବା ଅଭିଯୋଗ ଆଣି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ପୁଲିସ୍‌ ସେଠାରେ ପହଞ୍ଚି ରଘୁନାଥ ସାହୁଙ୍କୁ ଉଦ୍ଧାର କରିଥିଲେ। ଏପରିକି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେଡି କର୍ମୀଙ୍କୁ ପୁଲିସ ଘଉଡାଇଥିଲା। ତେବେ ବିଜେଡିର ୧୫ ନମ୍ୱର ଜୋନ୍‌ର ଜିଲ୍ଲାପରିଷଦ ପ୍ରାର୍ଥୀ ଆସି ସେଠାରେ ପୁଲିସ୍‌କୁ ବିରୋଧ କରିଥିଲେ। ପରେ ପୁଲିସ୍‌ ତାଙ୍କୁ ତାଗିଦ କରିଥିବା ଜଣାପଡ଼ିଛି।

Advertisment

ଏନେଇ ସମିତି ସଭ୍ୟ ପ୍ରାର୍ଥୀ ମନୋଜ କୁମାର ପ୍ରଧାନ କହିଛନ୍ତି-“ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ ପୂର୍ବତନ ବିଜେଡି ବିଧାୟକ। ସେ ବିଜେଡି ନାଁ ନେଇ ବିଜେପି ପାଇଁ ପ୍ରଚାର କରୁଛନ୍ତି। ସେଥିପାଇଁ ଆଜି ତାଙ୍କୁ ପଞ୍ଚାୟତବାସୀ ବିରୋଧ କରିଛନ୍ତି। ବିଜେପିରେ ମିଶିବାର ଥିଲେ ମିଶିଯାଅ। ହେଲେ ବିଜେଡିରେ ରହି ବିଜେପି ପାଇଁ ପ୍ରଚାର କରିବାକୁ ଆମେ ଦେବୁନାହିଁ।”

ପୂର୍ବତନ ବିଧାୟକ ରଘୁନାଥ ସାହୁ କହିଛନ୍ତି-“ମୁଁ ବିଜେଡିରେ ଅଛି। ବିଜେପି ପାଇଁ କାହିଁକି କାମ କରିବି? ମୋତେ କାହିଁକି ବରୋଧ କରାଯାଉଛି ମୁଁ କିଛି ଜାଣିନି। ପଞ୍ଚାୟତ ବୁଲି ଲୋକଙ୍କ ମତାମତ ଜାଣିବା ପାଇଁ ଆସିଥିଲି। କିନ୍ତୁ କୌଣସି ପ୍ରଚାର ପାଇଁ ଆସିନଥିଲି।”

Odisha Panchayat Election 2022