Advertisment

ଶଙ୍ଖ ଭବନ ହୋଟେଲ୍‌ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍‌ ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍‌ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍‌ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି।

ଅଦ୍ୟତନ ହୋଇଛି
undefined

Sankha bhawan

Advertisment

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ସରଗରମ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଶଙ୍ଖ ଭବନକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶଙ୍ଖ ଭବନ ହୋଟେଲ୍‌ରେ ପରିଣତ ହୋଇଛି। ବିଜେପି ନେତାଙ୍କ ଏପରି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ।

Advertisment

ବିଜେପି ନେତା ଜଗନ୍ନାଥ ସାହୁ କହିଛନ୍ତି, ଭାରତୀୟ ରାଜନୀତି ଇତିହାସରେ ବିରଳ ଘଟଣା ଘଟିବାକୁ ଯାଉଛି। ୨୪ ବର୍ଷ ଶାସନ କଲା ପରେ ୨୦୨୧ ମସିହାରେ ନୂତନ କାର୍ଯ୍ୟାଳୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଠାରୁ ଅନୁମତି ପାଇଥିଲା ବିଜେଡି। ସେହି ଜମି ମଧ୍ୟ ବିଜେଡି କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ଗଣମାଧ୍ୟମ ଖବରରୁ ଜଣାପଡ଼ିଲା ଯେ, ବିଜେଡି କାର୍ଯ୍ୟାଳୟ ହୋଟେଲରେ ପରିଣତ ହୋଇଛି। ତେବେ ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନି। କୌଣସି ସ୍ଥାନରେ କେବେ ରାଜନୈତିକ ଦଳ କାର୍ଯ୍ୟାଳୟକୁ ହୋଟେଲ କରିନଥିଲେ? ସତରେ କ’ଣ ବିଜେଡି ନିଶ୍ଚିନ୍ନ ହେବାକୁ ଯାଉଛି କି? ଲୋକେ ଆଉ ଆସୁନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରଧାନ।

ସେ ଆହୁରି କହିଛନ୍ତି, ସରକାରଙ୍କ ପାଖରୁ ଜାଗା ନେଇ ବିଜେଡି ରାଜ ମହଲ ପରି କାର୍ଯ୍ୟାଳୟଟିଏ ତିଆରି କରିଥିଲା। କର୍ପୋରେଟ ହାଉସ୍‌ଙ୍କଠାରୁ ଚାନ୍ଦା ଆଦାୟ କରି ବିଜେଡି କାର୍ଯ୍ୟାଳୟ ନିର୍ମାଣ କରିଥିଲା। ଏବେ ଆଉ କର୍ପୋରେଟ ହାଉସ୍‌ଙ୍କ ପାଖରୁ ଟଙ୍କା ଆସୁନି। ସେଥିପାଇଁ କାର୍ଯ୍ୟାଳୟ ଚଳାଇବାକୁ ହୋଟେଲ୍‌ର ଆବଶ୍ୟକତା ପଡୁଛି। ଯଦି ଏବେଠାରୁ ରାଜ୍ୟ ସରକାର ଏହାକୁ ସଜ୍ଞାନକୁ ନନେବେ, ତାହାହେଲେ ଆଗାମୀ ଦିନରେ ବିଜେଡି କାର୍ଯ୍ୟାଳୟ ଷ୍ଟାର ହୋଟେଲ୍‌ରେ ପରିଣତ ହୋଇପାରେ। ବିଜେଡି କାର୍ଯ୍ୟାଳୟ ଆଉ କାହା ବ୍ୟକ୍ତିଗତ ଘରେ ଚାଲିପାରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ଜଗା ପ୍ରଧାନ ଆହୁରି କହିଛନ୍ତି, ଏଠି ବିଜେଡି ସ୍ପଷ୍ଟ କରୁ ଯେ ହୋଟେଲ କରିବେ ନା କାର୍ଯ୍ୟାଳୟ କରିବେ। ଯଦି ହୋଟେଲ କରିବେ, ତାହାହେଲେ କାର୍ଯ୍ୟାଳୟ ପାଇଁ ମିଳିଥିବା ସେ ଜାଗାର ଅନୁମତି ବାର୍ଯ୍ୟାପ୍ତି କରାଯାଉ। ବେଳ ଥାଉଥାଉ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ।

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍‌ ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍‌ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍‌ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି। ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି, ତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ହଉଛି ସେତେବେଳେ ଶଙ୍ଖ ଭବନ କ୍ୟାଣ୍ଟିନକୁ ଆସି ଶୁଦ୍ଧ ସାକାହାରି ଖାଦ୍ୟ ଖାଆନ୍ତୁ। ବିଜେପିର କିଛି କାମ ନାହିଁ ବୋଧହୁଏ। ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା, ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ। ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନ୍‌ରେ ଖାଇବା କ’ଣ ଖରାପ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ସାହୁ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe