Advertisment

ବିଜେଡି ନେତାଙ୍କ ମୁହଁରେ ଢୋଲ ଭିତରେ ମୂଷା ଉପାଖ୍ୟାନ

ବିଜେପିକୁ ଟାର୍ଗେଟ କରି ନୃସିଂହ ଚରଣ ସାହୁ କହିଛନ୍ତି, ବିଜେପି ସରକାର ଆସିବାକୁ ମାସେ ହେଲାଣି। ହେଲେ କିଛି କାମ ହୋଇନି। ମନ୍ତ୍ରୀଙ୍କ ଭିତରେ ତାଳମେଳ ରହୁନି। ଜଣେ ମନ୍ତ୍ରୀ ଗୋଟିଏ କଥା କହିଲେ, ଆଉ ଜଣେ ମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି।

author-image
Manoranjan Sial
BJD Office

BJD Office

ପୁଣି ବିଜେଡି ନେତାଙ୍କ ମୁହଁରେ ଢୋଲ ଭିତରେ ମୂଷା ଉପାଖ୍ୟାନ। ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ଥିଲେ। ବହୁତ କ୍ଷେତ୍ରରେ ବିଜେଡି ଲୋକ ବିଜେଡିକୁ ହରାଇଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ନୃସିଂହ ଚରଣ ସାହୁ କହିଛନ୍ତି।

Advertisment

ଗଣମାଧ୍ୟମକୁ ଶ୍ରୀ ସାହୁ କହିଛନ୍ତି, ବିଜେଡି ନେତାମାନେ ଭୋଟ ପଛରେ ନଲାଗି ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ଲାଗିଲେ। ସେମାନଙ୍କ ପଛରେ ବିଜେପି କର୍ମୀମାନେ ରହିଲେ। ବିଜେଡି ହାରିବାର ଏହା ଗୋଟିଏ ଫ୍ୟାକ୍ଟର। ସେପଟେ ଦେଖିବାକୁ ଗଲେ ବେଶୀ ଦିନ କ୍ଷମତାରେ ରହିଲେ ଟିକେ ଅଳସୁଆ, ମନମୁଖୀ, ଦିଗହରା, ଖାମ୍‌ଖିଆଲ ହେଇଯାଇଥିଲେ। ଆମେ ତ ଜିତୁଛୁ, ଜିତିବୁ। ଓଭର କପ୍‌ଫିଡେଣ୍ଟ ପାଇଁ ବିଜେଡି ହାରିଲା ବୋଲି ସେ କହିଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି, ଲୋକମତ ଆମ ବିରୋଧରେ ଗଲା, ଆମେ ହାରିଲୁ। ଆମକୁ ବିରୋଧୀ ଦଳରେ ବସାଇବା ପାଇଁ ଲୋକମାନେ ନିଷ୍ପତ୍ତି ନେଲେ। ତେଣୁ କିଏ କାହାକୁ ଦୋଷ ଦେଉଛି, ତାହା ଭିନ୍ନ କଥା। କିନ୍ତୁ ଦଳ ଆଗକୁ ବଢ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟଧାରାକୁ ଆଗକୁ ନିଆଯାଉଛି ବୋଲି ସେ କହିଛନ୍ତି।

Advertisment

ବିଜେପିକୁ ଟାର୍ଗେଟ କରି ନୃସିଂହ ଚରଣ ସାହୁ କହିଛନ୍ତି, ବିଜେପି ସରକାର ଆସିବାକୁ ମାସେ ହେଲାଣି। ହେଲେ କିଛି କାମ ହୋଇନି। ମନ୍ତ୍ରୀଙ୍କ ଭିତରେ ତାଳମେଳ ରହୁନି। ଜଣେ ମନ୍ତ୍ରୀ ଗୋଟିଏ କଥା କହିଲେ, ଆଉ ଜଣେ ମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି। ଖାଲି ରଙ୍ଗ ଓ ନାଁ ବଦଳାଇବାରେ ଲାଗିଛନ୍ତି। ଏହା ଭିତରେ ବହୁ କିଛି ଅନର୍ଥ ଘଟିଛି। ଶ୍ରୀମନ୍ଦିରରେ ଯେଉଁଭଳି ଭାବରେ ବଡ଼ ଠାକୁର ଖସି ପଡ଼ିଲେ, ତାହା କେବେ ଅତିତରେ ଘଟିନଥିଲା। ଏଥିପାଇଁ ଓଡ଼ିଶା ବିଶ୍ୱ ଦରବାରରେ ଲଜ୍ଜିତ ହୋଇଛନ୍ତି ବୋଲି ନୃସିଂହ ଚରଣ ସାହୁ।

BjD Bjp Naveen Patnaik