Advertisment

ପୁଲିସ୍‌ର ଲାଠିଚାର୍ଜରେ ବିଜେପି ନେତାଙ୍କ ମୃତ୍ୟୁ!

ବିଜେପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ ସହିତ ପାଣିମାଡ଼ କରାଯାଇଥିଲା। ତା’ ସହିତ ଲାଠିଚାର୍ଜ କରାଯାଇଥିଲା।

ଅଦ୍ୟତନ ହୋଇଛି
Police

Police

Advertisment

ବିହାରର ରାଜଧାନୀ ପାଟନାରେ ଆଜି ପୁଲିସର ଲାଠିଚାର୍ଜରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବିଜେପି ନେତାଙ୍କ ନାଁ ବିଜୟ କୁମାର ସିଂହ। ସେ ବିଜେପିର ଜହାନାବାଦ ଜିଲ୍ଲା ସାଧାରଣ ସମ୍ପାଦକ ଥିଲେ।

Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବିହାର ବିଧାନସଭା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ପୁଲିସ୍ ସେମାନଙ୍କୁ ବାଟରେ ଅଟକାଇଥିଲା। ବିଜେପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ ସହିତ ପାଣିମାଡ଼ କରାଯାଇଥିଲା। ତା’ ସହିତ ଲାଠିଚାର୍ଜ କରାଯାଇଥିଲା। ପୁଲିସ୍‌ର ଲାଠିଚାର୍ଜରେ ବିଜୟ କୁମାର ସିଂହ ଗୁରୁତର ଭାବେ ଆହତ ହୋଇ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି।

ଅନ୍ୟପକ୍ଷରେ ପାଟନା ମେଡିକାଲ କଲେଜ ହସ୍‌ପିଟାଲ ପକ୍ଷରୁ କୁହାଯାଇଛି ଯେ ବିଜୟ କୁମାର ସିଂହଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ନଥିଲା। ହସ୍‌ପିଟାଲାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

Advertisment

ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ କରାଯାଇଥିବା କଥାକୁ ପୁଲିସ୍ ସ୍ୱୀକାର କରିଛି। ପୁଲିସ୍ କହିଛି ଯେ ଆନ୍ଦୋଳନକାରୀମାନେ ସେମାନଙ୍କ ଉପରକୁ ପଥର ଓ ଲଙ୍କାଗୁଣ୍ଡ ଫୋପାଡ଼ିଥିଲେ। ସେଥିପାଇଁ ସେମାନଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଜ, ଲୁହବୁହା ଗ୍ୟାସ ଓ ପାଣିମାଡ଼ ଭଳି ଉପାୟ ଅବଲମ୍ବନ କରିବାକୁ ପଡ଼ିଥିଲା।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି, ବିହାରବାସୀଙ୍କ ଅଧିକାର ପାଇଁ ବିଜୟ ସିଂହ ବଳିଦାନ ଦେଇଛନ୍ତି। ଲାଠିଚାର୍ଜ, ଲୁହବୁହା ଗ୍ୟାସ ଓ ପାଣିମାଡ଼ ଆଦି ଉପାୟ ଅବଲମ୍ବନ କରି ବିହାର ସରକାର ବର୍ବରତାର ପରିଚୟ ଦେଇଛନ୍ତି। ଏହି ସରକାର ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ପୁଲିସ୍‌ର ଏଭଳି ପଦକ୍ଷେପ ଯୋଗୁ ବିଜେପି ସାଂସଦ ଓ ବିଧାୟକଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି।

Bjp Nitish Kumar JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe