Advertisment

ବିଜେଡି ଲିଗାଲ୍ ସେଲ୍ ଉପଦେଷ୍ଟା ପଦ ଛାଡ଼ି କଂଗ୍ରେସରେ ଯୋଗଦେଲେ ଗୋପାଳକୃଷ୍ଣ ମହାନ୍ତି

ଆଜି ଅପରାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି ।

Congress

Congress

Advertisment

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେଡି ଲିଗାଲ ସେଲ୍ ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ବିଜେଡି ଲିଗାଲ ସେଲ୍ ବିଭାଗର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ମହାନ୍ତିଙ୍କ ସହ ୩୦ରୁ ଅଧିକ ଆଇନଜୀବୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ।

Advertisment

ଆଜି ଅପରାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ, ୧୯୭୭ ମସିହାରୁ ଜନତା ଦଳ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡରେ ଶୃଙ୍ଖଳାର ସହ କାର୍ଯ୍ୟ କରୁଥିଲେ । ବିଜେଡ଼ି ଏକ ରାଜନୈତିକ ଦଳ ହୋଇ ନାହିଁ ବରଂ ଏକ କର୍ପୋରେଟ୍ ସଂସ୍ଥା ଭଳି କାର୍ଯ୍ୟ କରୁଛି ବୋଲି ସେ ଅନୁଭବ କଲେ । ତେଣୁ ନିଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ସେ ବିଜେଡିକୁ ତ୍ୟାଗ କଲେ । କଂଗ୍ରେସର ନୀତି ଆଦର୍ଶ, ଜାତୀୟ ଏକତା ଏବଂ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ବିଶେଷ ଭାବେ ତାଙ୍କୁ ପ୍ରଭାବିତ କରିଥିଲା । ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ସେ ସ୍ପଷ୍ଟ କରଛନ୍ତି ଯେ, କ୍ଷମତା ଲୋଭରେ ମୁଁ କଂଗ୍ରେସ ଦଳରେ ଯୋଗଦେଇ ନାହିଁ । ବରଂ ସାଧାରଣ ଜନତାର ସେବା କରିବା ପାଇଁ କଂଗ୍ରେସରେ ସାମିଲ ହୋଇଛି ।

କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ମହାନ୍ତି ଓ ଅନ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଶ୍ରୀ ମହାନ୍ତିଙ୍କ ଯୋଗଦାନ କଂଗ୍ରେସ ସଂଗଠନକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବ । ଆଜିର ଏହି ମିଶ୍ରଣ ପର୍ବକୁ ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପରିଚାଳନା କରିଥିବାବେଳେ ଆଇନଜୀବି ବିଶ୍ୱରଞ୍ଜନ ମାର୍ଥା କଂଗ୍ରେସରେ ସାମିଲ ହୋଇଥିବା ଶ୍ରୀ ମହାନ୍ତି ଓ ଅନ୍ୟ ନୂତନ ସଦସ୍ୟମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାୟ ୩୦ ରୁ ଉର୍ଦ୍ଧ ଆଇନଜୀବି ଶ୍ରୀ ମହାନ୍ତିଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗ ଦେଲେ ଏବଂ ପରିବର୍ତ୍ତୀି ସମୟରେ ଶହ ଶହ ଆଇନଜୀବି କଂଗ୍ରେସ ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତିି ।

Advertisment

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ସୁରେଶ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ରଶ୍ମି ମହାପାତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋରନ ଦାସ, ୟାସିର ନୱାଜ, ଜିଆ ଉଲ୍‌ହକ୍‌, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ପ୍ରକାଶ ମିଶ୍ର, ନାରାୟଣ ଚନ୍ଦ୍ର ଜେନା, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ଅମିତ ମହାନ୍ତି, ନିଶିକାନ୍ତ ମିଶ୍ର, ଦିପକ ମହାପାତ୍ର, ଅମୀୟ ପାଣ୍ଡବ, ରବୀନ୍ଦ୍ର ଆଚାର୍ଯ୍ୟ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ରଣଜିତ ପାତ୍ର, ସୁଶ୍ରୀ କଳ୍ପନା ରାଉତରାୟ ଓ କୃଷ୍ଣଚନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ ।

BjD Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe