Advertisment

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ବିଜେପିରେ ମିଶିଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ଓ ବିଜେଡି ସମର୍ଥିତ କେନ୍ଦୁଝର ଜିଲ୍ଲା ଓକିଲ ସଂଘ ସଭାପତି।

BJP

BJP

Advertisment

ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ଦୁଇ ଜଣ ବିଜେଡି ନେତା। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ଏମାନେ ପଦ୍ମ ଧରିଛନ୍ତି। ସେମାନେ ହେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାଏକ ଓ ବିଜେଡି ସମର୍ଥିତ କେନ୍ଦୁଝର ଜିଲ୍ଲା ଓକିଲ ସଂଘର ସଭାପତି ଆଲୋକ ମହାନ୍ତ।

Advertisment

ଲୋକଙ୍କୁ ସେବା ଯୋଗାଇ ଦେବାକୁ ବିଜେପିରେ ମିଶିଥିବା କହିଛନ୍ତି ରୀନା ନାଏକ। ଜିଲ୍ଲା ଓକିଲ ସଂଘର ସଭାପତି ଆଲୋକ ମହାନ୍ତ କହିଛନ୍ତି, ବିଜେଡିରେ ତାଙ୍କୁ ସବୁବେଳେ ଅବହେଳା କରାଯାଇଛି। ବିଜେଡିରେ ଚାଲିଥିବା ଏକଛତ୍ରବାଦରେ ଅତିଷ୍ଠ ହୋଇ ସେ ମୁଖ୍ୟମନ୍ତ୍ରୀ, ବିଜେପି ଜିଲ୍ଲା ସଭାପତି ଓ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୋଲି କହିଛନ୍ତି।

BJP Joining BjD Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe