Advertisment

ହୃଦ୍‌ଘାତରେ ବିଜେଡି ନେତ୍ରୀଙ୍କ ବିୟୋଗ

ଶ୍ରୀମତୀ ଭାନୁପ୍ରଭା ମିଶ୍ର ପୂର୍ବରୁ ଏନଏସି ଭାଇସ୍‌ ଚେୟାରମ୍ୟାନ ରହିଥିଲେ। ତେବେ ଗତ ପୌର ନିର୍ବାଚନରେ ବିଜୟ ଲାଭ କରି ଚେୟାରମ୍ୟାନ ହୋଇଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।

BJD

Bhanu Priya

Advertisment

ଜି.ଉଦୟଗିରି ଏନ୍‌ଏସି ଚେୟାରମ୍ୟାନ ତଥା ବିଜେଡି ନେତ୍ରୀ ଭାନୁପ୍ରଭା ମିଶ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶ୍ରୀମତୀ ମିଶ୍ର ଦୀର୍ଘ ୪ ମାସ ଧରି ଅସୁସ୍ଥ ଥିଲେ।

Advertisment

ଶ୍ରୀମତୀ ଭାନୁପ୍ରଭା ମିଶ୍ର ପୂର୍ବରୁ ଏନଏସି ଭାଇସ୍‌ ଚେୟାରମ୍ୟାନ ରହିଥିଲେ। ତେବେ ଗତ ପୌର ନିର୍ବାଚନରେ ବିଜୟ ଲାଭ କରି ଚେୟାରମ୍ୟାନ ହୋଇଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ଜି.ଉଦୟଗିରିରେ ଶୋକର ଛାୟା ଖେଳି ଯାଇଛି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

Kandhamal BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe