Advertisment

ରାଜ୍ୟ ସରକାରଙ୍କ ‘ବିକାଶ’ର ପୋଲ୍‌ ଖୋଲିଲେ ବିଜେଡି ନେତା

ମିଳିଥିବା ସୂଚନା ଅନୁସାରେ ଶନିବାର ରତାଖଣ୍ଡିଗୁଡ଼ା ପଞ୍ଚାୟତରେ ହୋଇଥିଲା କୃଷକ ସମାବେଶ। ଏଥିରେ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦ୍ଦେଷ୍ଟା ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ଯୋଗଦେଇଥିଲେ।

ଅଦ୍ୟତନ ହୋଇଛି
Pradeep Kumar Majhi

Pradeep Kumar Majhi

Advertisment

ପୋଲ୍‌ ଖୋଲି ଦେଲେ ବିଜେଡି ନେତା। କୃଷକ ସମାବେଶରେ ଯୋଗଦେଇ ନକହିବା କଥା କହିଦେଲେ ବିଜେଡି ନେତା ପ୍ରଦୀପ ମାଝି। ୨୦ ବର୍ଷ ପରେ ମଧ୍ୟ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ୍‌ ରତାଖଣ୍ଡିଗୁଡ଼ା ପଞ୍ଚାୟତରେ କୌଣସି ଉନ୍ନୟତ କାମ ହୋଇନାହିଁ ବୋଲି କୃଷକ ସମାବେଶରେ କହିଦେଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ମିଳିଥିବା ସୂଚନା ଅନୁସାରେ ଶନିବାର ରତାଖଣ୍ଡିଗୁଡ଼ା ପଞ୍ଚାୟତରେ ହୋଇଥିଲା କୃଷକ ସମାବେଶ। ଏଥିରେ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦ୍ଦେଷ୍ଟା ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ଯୋଗଦେଇଥିଲେ। କୃଷକଙ୍କୁ ସମ୍ୱୋଧିତ କରି ଶ୍ରୀ ମାଝି କହିଥିଲେ, ୨୦ ବର୍ଷ ତଳେ ରତାଖଣ୍ଡିଗୁଡ଼ା ପଞ୍ଚାୟତର ଅବସ୍ଥା ଯେମିତି ଥିଲା, ଆଜି ସେମିତି ରହିଛି। ପଞ୍ଚାୟତ ଓ ଲୋକଙ୍କର କୌଣସି ଉନ୍ନତି ହୋଇନାହିଁ। ଆଜି ମଧ୍ୟ ୯୦ରୁ ୯୫% ଲୋକ ରାସନ୍‌କାର୍ଡ, ଭତ୍ତା, ଆବାସ ଗୃହ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ପ୍ରଶାସନ ପାଖକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। କ’ଣ ଆମକୁ ଏ ଜଞ୍ଜାଳରୁ ମୁକ୍ତି ମଳିବ ନାହିଁ? ଆଗାମୀ ପିଢ଼ି ଯେମିତି ଏ ସମସ୍ୟ ନଭୋଗିବେ ସେଥିପାଇଁ ଚିନ୍ତା କରିବାକୁ ପଡ଼ିବ ବୋଲି ଚାଷୀ ସମାବେଶରେ ପ୍ରଦୀପ ମାଝି ପ୍ରଶ୍ନ କରିଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି।

ସେପଟେ ନିଜ ମନ୍ତବ୍ୟକୁ ନେଇ ଶ୍ରୀ ମାଝି ଆଜି କହିଛନ୍ତି, ରତାଖଣ୍ଡିଗୁଡ଼ାରେ ହୋଇଥିବା ଚାଷୀ ସମାବେଶରେ ଯୋଗଦେଇଥିଲି। ସେହି ଅଞ୍ଚଳରେ ଚାଷୀମାନଙ୍କର କୌଣସି ପରିବର୍ତ୍ତନ ହୋଇନାହିଁ। ବହୁ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା କରିବାର ରହିଛି। ଦେଖିବାକୁ ଗଲେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବହୁ କାମ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି।

Advertisment

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

BjD Bjd Leader Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe