Advertisment

ପ୍ରସନ୍ନଙ୍କ କଟାକ୍ଷ; ରାଜ୍ୟରେ ଗୋଟିଏ ନୁହେଁ, ୪ଟି ସରକାର ଚାଲିଛି

ରେଢାଖୋଲ ବ୍ଲକ୍‌ ଲୁହାପଙ୍କ ପଞ୍ଚାୟତ ହେମାମୁରାରେ ଆୟୋଜିତ ପଦଯାତ୍ରାରେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏଠି ଗୋଟିଏ ସରକାର ନୁହେଁ, ୪ଟି ସରକାର ଚାଲିଛି। କିନ୍ତୁ ଆମର ଗୋଟିଏ ସରକାର ନବୀନ ପଟ୍ଟନାୟକ।

BJD

BJD

Advertisment

ରାଜ୍ୟ ବିଜେପି ସରକାରକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। କର୍ମୀଙ୍କ ମନୋବଳ ବୃର୍ଦ୍ଧି କରିବା ପାଇଁ ପଦଯାତ୍ରା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଉ କର୍ମୀଙ୍କୁ ସମ୍ୱୋଧନ ବେଳେ ସେ କହିଛନ୍ତି, ରାଜ୍ୟ ଗୋଟିଏ ସରକାର ନୁହେଁ, ୪ଟି ସରକାର ଚାଲିଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚାରି ଜଣଙ୍କ ସହିତ କଥା ହେଉଛନ୍ତି ବୋଲି ସେ କହିଛନ୍ତି।

Advertisment

ରେଢାଖୋଲ ବ୍ଲକ୍‌ ଲୁହାପଙ୍କ ପଞ୍ଚାୟତ ହେମାମୁରାରେ ଆୟୋଜିତ ପଦଯାତ୍ରାରେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏଠି ଗୋଟିଏ ସରକାର ନୁହେଁ, ୪ଟି ସରକାର ଚାଲିଛି। କିନ୍ତୁ ଆମର ଗୋଟିଏ ସରକାର ନବୀନ ପଟ୍ଟନାୟକ। ସିଏ ଯାହା କହୁଥିଲେ ଆମେ ମାନୁଥିଲୁ। ହେଲେ ଏଠି ଗୋଟିଏ ସରକାର ନୁହେଁ, ୪ଟି ସରକାର। ଦିଲ୍ଲୀରେ ଜଣେ ବ୍ୟକ୍ତି ଅଛନ୍ତି। ସିଏ ଗୋଟିଏ ଅର୍ଡର ଦେଉଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ହିସାବରେ ଗୋଟିଏ ଅର୍ଡର ଦେଉଛନ୍ତି। ଆଉ ଅନ୍ୟ ଦୁଇ ଜଣଙ୍କ ନାଁ କହିବିନି। ସେମାନେ ମୋର ବନ୍ଧୁ। ତେଣୁ ଗୋଟିଏ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣଙ୍କ କଥା ଶୁଣିବାକୁ ପଡ଼ୁଛି। ଚାରି ଜଣ ନଚାହିଁଲେ ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରୁନାହାଁନ୍ତି। ସେଥିପାଇଁ ୩ ମାସ ଧରି ଫାଇଲ୍‌ ପଡ଼ି ରହୁଛି। ଏ ସରକାର ସକାଳେ ଗୋଟିଏ କଥା କହୁଛି, ସନ୍ଧ୍ୟାରେ ଆଉ ଗୋଟିଏ କଥା କହୁଛି। ବାମ ହାତ କ’ଣ କରୁଛି, ତାହା ଡାହାଣ ହାତ ଜାଣିପାରୁନି। ତାହାହେଲେ ସରକାର କେମିତି ଚାଲିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଏ ସରକାର ସୁଭଦ୍ରା, ବଳଭଦ୍ରଙ୍କୁ ଠକିଛନ୍ତି। ଜଗନ୍ନାଥଙ୍କୁ ଠକିବାରେ କେତେ ସମୟ ଲାଗିବ? ସୁଭଦ୍ରା ନାଁରେ ମାଆ ଓ ଭଉଣୀମାନଙ୍କୁ ୫ ବର୍ଷରେ ୫୦ ହଜାର ଦେବେ କହି ଠକିଥିଲେ। ବଳଭଦ୍ର ଅର୍ଥାତ କୃଷକଙ୍କୁ କଟନି ଛଟନି ଆଳରେ ଠକିବା ଆରମ୍ଭ କରୁଛନ୍ତି। ତେଣୁ ଜଗନ୍ନାଥଙ୍କୁ ଠକିବାକୁ ଆଉ କେତେ ସମୟ ଲାଗିବ ବୋଲି ଭରା ସଭାରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Advertisment

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

BjD Bjp Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe