Advertisment

ସଭା ମଞ୍ଚରୁ ରବି ନନ୍ଦଙ୍କୁ ତଳକୁ ଟାଣି ନେଲେ ବବି!

‘ମୋ ନେତା ମୋତେ ଭଲ ଭାବେ ଜାଣିଛନ୍ତି ଓ ମୁଁ ମୋ ନେତାଙ୍କୁ ଭଲ ଭାବେ ଜାଣିଛି। ମୋ ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କୁ ରିସିଭ୍‌ କରିବା ପାଇଁ ମୋ’ ନେତା ବବି ଦାସ ମୋତେ ପଠାଇଥିଲେ’

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଜୟପୁର ବିକ୍ରମଦେବ କଲେଜର ପ୍ଲାଟିନମ୍‌ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସଭାମଞ୍ଚରୁ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କୁ ତଳକୁ ଟାଣି ଆଣିଲେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ଜୟପୁର ବିକ୍ରମଦେବ କଲେଜର ପ୍ଲାଟିନମ୍‌ ଜୁବଲି ସଭାମଞ୍ଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠୁଥିବା ବେଳେ ପଛେ ପଛେ ଯାଇଥିଲେ ରବି ନନ୍ଦ। ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିଲେ। ଠିକ୍‌ ସେହି ସମୟରେ ପ୍ରଣବ ପ୍ରକାଶ ଦାସ ଓରଫ ବବି ତାଙ୍କୁ ପଛରୁ ହାତ ଧରି ଭିଡ଼ି ଆଣିଥିଲେ। ରବି ନନ୍ଦଙ୍କୁ ପୂରା ମଞ୍ଚ ତଳକୁ ନେଇଯାଇଥିଲେ ବବି। ରବିଙ୍କୁ ବବି ଭିଡ଼ି ନେବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡ଼ିଓ ଭାଇରାଲ୍‌ ପରେ ରବି ନନ୍ଦ କହିଛନ୍ତି, ମୋ ନେତା ମୋତେ ଭଲ ଭାବେ ଜାଣିଛନ୍ତି ଓ ମୁଁ ମୋ ନେତାଙ୍କୁ ଭଲ ଭାବେ ଜାଣିଛି। ମୋ ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କୁ ରିସିଭ୍‌ କରିବା ପାଇଁ ମୋ’ ନେତା ବବି ଦାସ ମୋତେ ପଠାଇଥିଲେ। ବବି ଦାସଙ୍କ ନିର୍ଦ୍ଦେଶରେ ମୁଁ ତାଙ୍କୁ ରିସିଭ୍‌ କରିବାକୁ ଯାଇଥିଲି ଓ ଷ୍ଟେଜ୍‌ରେ ଛାଡ଼ି ଥିଲି। ତା’ପରେ ମୁଁ ଷ୍ଟେଜରୁ ଆସୁଥିବା ବେଳେ ବବି ଦାସ ଡାକିବାରୁ ତାଙ୍କ ସହିତ ତଳକୁ ଚାଲି ଆସିଲି। ଏନେଇ କିଏ କ’ଣ କହିଲା, ତାହା ଉପରେ ମୋର କିଛି ଯାଏ ଆସେ ନାହିଁ ବୋଲି ରବି ନନ୍ଦ କହିଛନ୍ତି।

Advertisment
BjD Koraput